ହେଡଲାଇନସ୍:

ଅଲୋଡା ଆଡଭାନୀ, ଜନ୍ମଦିନରେ ବି.....

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବ୍ୟକ୍ତିଗତ ଭେଟି ଶୁଭେଚ୍ଛା ଜଣାଇବାକୁ ସମୟ ହେଲାନି

ଧର୍ମକୁ ଆଖିଠାର ମାରି ଟ୍ୱିଟର ଶୁଭେଚ୍ଛା 

ନୂଆଦିଲ୍ଲୀ: ଏକଦା ବିଜେପି ରାଜନୀତିର କେନ୍ଦ୍ରବିନ୍ଦୁ କୁହାଯାଉଥିବା ତଥା ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ୍କୃଷ୍ଣ ଆଡଭାନି ଆଜି ଦଳ କିଛି ଲୋକଙ୍କ ପାଇଁ ଆପାତତଃ ଗୁରୁତ୍ୱହୀନ ହୋଇପଡଛନ୍ତି । କେମିତି ସେ ବିଜେପି ରାଜନୀତିରୁ କଣଠେସା ହେଲେ ତାହା ତ ଇତିହାସ, ହେଲେ ଦଳ ପ୍ରତି ତାଙ୍କର ଅବଦାନକୁ କେହି କେବେ ଅସ୍ୱୀକାର କରିପାରିବନି । ହେଲେ ତାଙ୍କ ଅବଦାନ ଏବେ ଏମିତି ମୂଲ୍ୟହୀନ ହୋଇପଡିଛି ତାଙ୍କ ଜନ୍ମଦିନରେ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଶୁଭେଚ୍ଛା ଜଣାଇବାକୁ ଦଳର ନେତାମାନଙ୍କୁ ସମୟ ହେଲାନି । ସମୟ ହେଲାନି କି ମାନସିକତାର ଦାରିଦ୍ର୍ୟ ତାହା ସେଇ ନେତାମାନଙ୍କୁ ଜଣା । ବିଜେପି ରାଜନୀତିର ଅନ୍ୟତମ ସ୍ଥପତି ଆଡଭାନୀଜୀଙ୍କୁ  ରାଜନୀତିର ଅଳିନ୍ଦରୁ ଅଳିଆଗଦାକୁ ଯୋଜନାବଦ୍ଧ ଭାବେ ଫିଙ୍ଗି ଦେଇଥିବା ବେଳେ ଜନ୍ମଦିନରେ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଇନାହାନ୍ତି । ଆଉ ଧର୍ମକୁ ଆଖିଠାର ମାରିଲାଭଳି ଟ୍ୱିଟରରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।

୯୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଆଡଭାନି ଆଜି ତାଙ୍କ ଜନ୍ମଦିନ ଭିତ୍ତ ଢଙ୍ଗରେ ପାଳିଛନ୍ତି ଜନ୍ମଦିନରେ ସ୍ଥାନୀୟ ଦୃଷ୍ଟିହୀନ ବିଦ୍ୟାଳୟର ୯୦ ବିଦ୍ୟାର୍ଥୀଙ୍କୁ ଆଡଭାନି ତାଙ୍କ ବାସଭବନକୁ ଆମନ୍ତ୍ରଣ କରିଥିଲେ ଲୋଧି ରୋଡ୍ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଙ୍କ ସହ ଆଡଭାନି ଏକାଠି ଭୋଜନ କରିଥିଲେ ଏବଂ ଉପହାର ସ୍ରୁପ ସେମାନଙ୍କୁ ସ୍କୁଲ୍ ବ୍ୟାଗ୍ ଦେଇଥିଲେ ଆଡଭାନିଙ୍କ ଜନ୍ମଦିନ ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ତାଙ୍କୁ ବ୍ୟକ୍ତିଗତ ଭାବେ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଡଭାନିଙ୍କୁ ଟ୍ିଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇ ତାଙ୍କର ଉ ମ ସ୍ାସ୍ଥ୍ୟ ସହ ଦୀର୍ଘ ଜୀବନ କାମନା କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଟ୍ିଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିବାବେଳେ ଗୃହମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ରାଜ ଏବଂ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇଛନ୍ତି

BJP L K Advani Birthday

0
0
0
s2sdefault