ସମ୍ବିତ ପାତ୍ରଙ୍କୁ ଆଶ୍ୱସ୍ତି, ନିଯୁକ୍ତି ପ୍ରକ୍ରିୟାରେ ହସ୍ତକ୍ଷେପ କରିବେ ନାହିଁ ହାଇକୋର୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ନିଯୁକ୍ତି ପ୍ରସଙ୍ଗକୁ ନେଇ ବିବାଦ ଭିତରକୁ ଅନାବଶ୍ୟକ ଭାବେ ଟାଣିହୋଇ ଯାଇଥିବା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ଆଶ୍ୱସ୍ତି ମିଳୁଛି । ଓଏନଜିସିର ସ୍ୱତନ୍ତ୍ର ନିର୍ଦେଶକ ନିଯୁକ୍ତି ମାମଲାରେ ଦିଲ୍ଲୀ ହାଇକୋର୍ଟ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି କହିବା ପରେ ସମ୍ବିତ ପାତ୍ରଙ୍କୁ ଆଶ୍ୱସ୍ତି ମିଳିଛି । ଏକ ଏନଜିଓ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଶୁଣାଣୀ କରି ଜଷ୍ଟିସ ଗୀତା ମିତଲ ଓ ଜଷ୍ଟିସ ସି.ହରିଶଙ୍କରଙ୍କୁ ନେଇ ସ୍ୱତନ୍ତ୍ର ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ସଂଜୟ ଜୈନ ଏହି ମାମଲା ପରିଚାଳନା କରୁଥିଲେ । ଏହି ପିଟିସନରେ କୌଣସି ସ୍ଥାନରେ ନିଯୁକ୍ତି ପ୍ରିକ୍ରିୟାର ଉଲ୍ଲଂଘନ କରାଯାଇଥିବା ଦର୍ଶାଯାଇନଥିବାରୁ ଏହା ଶୁଣାଣୀ ଯୋଗ୍ୟ ନୁହେଁ ବୋଲି ସଂଜୟ ଜୈନ କହିଥିଲେ ।  ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ସମ୍ବିତଙ୍କୁ ଓଏନଜିସି ର ସ୍ୱତନ୍ତ୍ର ନିର୍ଦେଶକ ଭାବେ ସରକାର ରାଜନୈତିକ ନିଯୁକ୍ତି ପ୍ରଦାନ କରିଥିଲେ । 

 

0
0
0
s2sdefault