ପୂର୍ବରୁ ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରୁଥିବା ବିଜେପି ନେତା କାହିଁକି ଚୁପ୍ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏଲପିଜି ସିଲିଣ୍ଡର ଦର ବୃଦ୍ଧିକୁ ବିରୋଧ କଲା କଂଗ୍ରେସ

 

ନୂଆଦିଲ୍ଲୀ : ଏଲପିଜି ସିଲିଣ୍ଡର ଦର ବୃଦ୍ଧିକୁ ବିରୋଧ କରି ବିଜେପି ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ ମହିଳା ମୋର୍ଚ୍ଚା । ମୋଦି ନେତୃତ୍ୱାଧୀନ ସରକାରରେ ୧୬ ମାସରେ ୧୯ଥର ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇଛି । ରିହାତି ଯୁକ୍ତ ଏଲପିଜି ସିଲିଣ୍ଡର ମୂଲ୍ୟ ୪ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଥିବା ବେଳେ ଅଣ ରିହାତି ସିଲିଣ୍ଡର ମୂଲ୍ୟରେ ୯୩ଟଙ୍କା ବୃଦ୍ଧି କରାଯାଇଛି । ଫଳରେ ରିହାତି ସିଲିଣ୍ଡରର ମୂଲ୍ୟ ୪୯୫ ଟଙ୍କା ୬୯ ପଇସାକୁ ବୃଦ୍ଧି ପାଇଛି । ଏହାକୁ ବିରୋଧ କରି କଂଗ୍ରେସ ମହିଳା ମୋର୍ଚ୍ଚାର କର୍ମୀମାନେ ୧୧ ଅଶୋକ ରୋଡରେ ଥିବା ବିଜେପି ମୁଖ୍ରାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୂର୍ବରୁ ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରୁଥିବା ବିଜେପି ନେତାମାନେ ଆଜି କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ରବିବାର ଦିନ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଏଲପିଜି ସିଲିଣ୍ଡର ଦର ବୃଦ୍ଧିକୁ ବିରୋଧ କରିଥିଲେ । 

0
0
0
s2sdefault