ଦ୍ୱିପାକ୍ଷିକ ସହଯୋଗରେ ବୃଦ୍ଧି ନେଇ ୟୁଏଇର ମାନବ ସମ୍ବଳ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ୟୁଏଇରେ କାମ କରୁଥିବା ଭାରତୀୟ ମାନଙ୍କର ଦକ୍ଷତା ବିକାଶ ଓ ନିଯୁକ୍ତି ପ୍ରସଙ୍ଗରେ ବି କଲେ ଆଲୋଚନା

ଆବୁଧାବି-  କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଦୁଇ ଦିନିଆ ୟୁଏଇ ଗସ୍ତରେ ପହଂଚିଛନ୍ତି । ଶ୍ରୀ ପ୍ରଧାନ ସେଠାରେ ୟୁଏଇର ର ମାନବ ସମ୍ବଳ ବିଭାଗ ମନ୍ତ୍ରୀ ନାସେର ବିନ ଥାନି ଜୁମା ଅଲ ହମଲିଙ୍କ ସହ ୟୁଏଇ ସହ ସହଯୋଗ ବୃଦ୍ଧି ତଥା ୟୁଏଇରେ କାମ କରୁଥିବା ଭାରତୀୟ ମାନଙ୍କର ଦକ୍ଷତା ବିକାଶକୁ ନେଇ ଆଲୋଚନା କରିଛନ୍ତି ।  ଏହି ଅବସରରେ ଶ୍ରୀ ପ୍ରଧାନ  ଦୁଇ ଦେଶ ମଧ୍ୟରେ ସାର୍ଟିଫିକେସନ ଓ ଷ୍ଟାଣ୍ଡାର୍ଡର ସିନକ୍ରୋନାଇଜେସନର  ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଏହା ଦ୍ୱାରା ଭାରତରେ ଦକ୍ଷତା ତାଲିମ ପ୍ରାପ୍ତ କରିଥିବା ଲୋକ ମାନେ ୟୁଏଇରେ ସହଜରେ ରୋଜଗାର ପାଇ ପାରିବେ ।  ଉଲ୍ଲେଖନୀୟ ଯେ  ୟୁଏଇରେ ୩୩ ଲକ୍ଷ ଭାରତୀୟ କାମ କରିଥାନ୍ତି । ପ୍ରତ୍ୟେକ ବର୍ଷ ୧.୫ ଲକ୍ଷ ଅତିରିକ୍ତ ଲୋକ କାମ କରିବାକୁ ୟୁଏଇ ଆସି ଥାନ୍ତି । ୟୁଏଇକୁ ଆସୁଥିବା ଏହି ଲୋକ ମାନେ ୟୁଏଇରେ ରୋଜଗାର ପାଇବା ପାଇଁ ଆବଶ୍ୟକ ହେଉଥିବା ଦକ୍ଷତାରେ ପରିପୂର୍ଣ ହେବା ଆବଶ୍ୟକ ।      

0
0
0
s2sdefault