ହେଡଲାଇନସ୍:

୭୦୦କୋଟି ବିତର୍କ : ଏଇ ୟୁସୁଫ କିଏ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତ୍ରିଭେନ୍ଦ୍ରମ : ,କେରଳ ବନ୍ୟା ପ୍ରପୀଡିତଙ୍କ ପାଇଁ  ସଂଯୁକ୍ତ ଆରବ ରାଷ୍ଟ୍ର ସମୂହ ପକ୍ଷରୁ ପ୍ରସ୍ତାବିତ ୭୦୦ କୋଟି ଭାରତ ଗ୍ରହଣ କରିବା କି ନାହିଁ ତାହାକୁ ନେଇ ଏବେ  ଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି | ଏପରିକି ଏଇ ପ୍ରସ୍ତାବ ମିଛ ବୋଲି କହି ସମାଲୋଚନା କରାଯାଇଛି | କେରଳ ମୁଖ୍ୟମନ୍ତ୍ରୀ କେଉଁ ସୋର୍ସରୁ ଜାଣିଲେ ଏଇ ସହାୟତା ବିଷୟରେ ତାହାକୁ ନେଇ ବିଜେପି ଶିବିରରୁ ସମାଲୋଚନା ମଧ୍ୟ ହୋଇଛି ସୋସିଆଲ ମେଡିଆରେ | ହେଲେ ଶେଷରେ କେରଳ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି କିଏ ୭୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ | ସେ ଅନ୍ୟ କେହି ନୁହନ୍ତି ଭାରତର ବିଭିନ୍ନ ସାଇବି ଦୁର୍ବିପାକ ବେଳେ ସହାୟତାର ହାତ ବଢ଼ାଇଥିବା ମିଲିଆନର ବ୍ୟବସାୟୀ ୟୁସୁଫ ଅଲି |  ଆଉ ତାହାରି ଆଧାରରେ କେରଳ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଥିଲେ ୟୁଏଇର ସହାୟତା ସମ୍ପର୍କରେ | ଯାହାକୁ କି ୟୁଏଇ ପକ୍ଷରୁ ଅଧିକାରୀଙ୍କ ଭାବେ ସେଭଳି କୌଣସି ଅଫର ଦିଆଯାଇ ନାହିଁ ବୋଲି କୁହାଯାଇଥିଲା | 

ହେଲେ ବିଜୟାନଙ୍କ କହିବା ଅନୁଯାୟୀ  ବିଲିଅନ -ଡଲାର ସହାୟତା ବିଷୟରେ ତାଙ୍କୁ  ୟୁଏଇ ବେସ୍ଡ  ମାଲାୟାଲୀ  ବିଜିନେସମ୍ୟାନ   ଏମ ଏ  ୟୁସୁଫ  ଅଲି ଜଣାଇଥିଲେ | ହେଲେ କଥା ଉଠୁଛି ଏଇ ୟୁସୁଫ କିଏ ?? ହେଲେ ସେ ମଧ୍ୟ ବିଜୟନଙ୍କ ଦାବି ଠିକ କି ନାହିଁ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି | ତଥାପି ସେ ୟୁସୁଫ କିଏ ତାଙ୍କ ବିଷୟରେ ଜାଣିବା | ହେଲେ ୭୦୦ କୋଟି ଟଙ୍କାର ସହାୟତା ଯଦି ରେ ବିଜୟନଙ୍କୁ ପ୍ରତିଶ୍ରୁତି ଦେଇଥିବେ ତେବେ ତା ୟୁସୁଫଙ୍କ ପାଇଁ କିଛି ଦୁରୁହ ବ୍ୟାପାର ନୁହେ, ଯେ କି . ଫୋର୍ବସ ବିଲିୟାନର ତାଲିକାରେ ସମଗ୍ର ବିଶ୍ୱରେ ୩୮୮ତମ ସ୍ଥାନରେ ଅଛନ୍ତି | ତାଙ୍କର ଫେସବୁକ ପେଜ ଦେଖିଲେ ପୂର୍ବ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମ, ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା, ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟୋ ଦେଖିବାକୁ ମିଳିବ |  .

କେରଳର ତ୍ରୀସୁରରେ ୧୯୫୫ରେ ଜନ୍ମିତ ୟୁସୁଫ  ବିଜିବେଶ ମ୍ୟାନେଜମେଣ୍ଟ ଡିପ୍ଲୋମା ଗୁଜୁରାଟରେ ସାରିବା ପରେ ତାଙ୍କ ଅଙ୍କଲଙ୍କ ସହିତ ଯୋଗ ଦେବା ପାଇଁ ଆବୁଧାବୀ ୧୯୭୩ରେ ଚାଲିଯାଇଥିଲେ |  ତାଙ୍କ ଅଙ୍କଲ . ଏମ କେ  ଅବଦୁଲ୍ଲାହ   ଲୁଲୁ  ଗ୍ରୁପ  ଅଫ  କଂପାନୀଯ ର ପ୍ରତିଷ୍ଠାତା ଥିଲେ  ଆଉ ଧୀରେ ଧୀରେ ୟୁସୁଫ ଲୁଲୁ ଗ୍ରୁପ ଆଡ଼ କମ୍ପାନୀକୁ ସୁପର ମାର୍କେଟ ବ୍ୟବସାୟରେ ପ୍ରବେଶ କରି ପ୍ରସାରିତ କରିଥିଲେ | ଆବୁଧାବି ରିଟେଲ ମାର୍କେଟରେ ବୈପ୍ଲବିକ ପରିବର୍ତନ ଆଣିଥିବା ଚେନ ଅଫ ସୁପର ମାର୍କେଟ ଲୁଲୁ ହାଇପରମାର୍କେଟ ଆରମ୍ଭ କରିଥିଲେ | 

ଆଉ ଲୁଲୁ ସୁପର ମାର୍କେଟ ଏଯାବତ ମଧ୍ୟପ୍ରାଚ୍ୟ ଖୁଚୁରା ବଜାରରେ ସର୍ବଶ୍ରେଷ୍ଠ ଲିଡର ଭାବେ ଜଣାଶୁଣା | ପାଖାପାଖି ୧୦୦ ଟି ସୁପରମାର୍କେଟ ରହିଛି ତାଙ୍କର |  କୋଚିରେ ମଧ୍ୟ  ଲୁଲୁ  ଇଣ୍ଟରନ୍ୟାସନାଲ  ମଲ ଖୋଲିଲେ ଯାହାକି ୨୦୧୩ ରୁ ୨୦୧୫  ମଧ୍ୟରେ ଦେଶର ସବୁଠାଉ ବଡ  ସପିଙ୍ଗ  ମଲ  ଭାବେ ବିବେଚତ ହୋଇଥିଲା | ତାପରେ ହସ୍ପିଟାଲିଟି ବ୍ୟବସାୟରେ ପ୍ରବେଶ କରି ୨୦୧୫ରେ ଲଣ୍ଡନର ସ୍କଟିଶ ୟାର୍ଡ଼ ପୋଲିସ ଷ୍ଟେସନ ନିକଟରେ ଏକ ପଞ୍ଚତାରକା ହୋଟେଲ ଖୋଲିବାକୁ ସେଠାକାର ସର୍ବବୃହତ ପ୍ରପାରଟି ଡେଭେଲପର ଗ୍ଲୀୱାର୍ଡ଼ ହୋମସ ସହ ୧୭୦ ମିଲିଅନ ଡଲାରର ଚୁକ୍ତି ସ୍ଵାକ୍ଷର କରି ଇତିହାସ ରଚନା କଲେ |  ଏଇ ବର୍ଷ ଆରମ୍ଭରୁ ସେ  e ୱାର୍ଲଡରଫା     ଅଷ୍ଟୋରିଆ  ଏଡ଼ିନବର୍ଗ କମ୍ପନିର ମାଲିକାନା ହାସଲ କରିଛନ୍ତି | ତାଙ୍କୁ ମଧ୍ୟ ୨୦୧୩ରେ ପଦ୍ମଶ୍ରୀ  ହାସଲ କରିଛନ୍ତି ଓ  ଉତ୍ତରଭାରତରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ମଧ୍ୟ ତାଙ୍କର ଅଂଶଧନ ରହିଛି |  ୨୦୧୩ରେ କେରଳର ବ୍ୟାଙ୍କ ଫେଡେରେଲ  ବ୍ୟାଙ୍କ ର ଅଂଶଧନ କିଣିଲେ ଆଉ ଏହି ବ୍ୟାଙ୍କର ସର୍ବବୃହତ ବ୍ୟକ୍ତିଗତ ଅଂଶୀଦାର ହୋଇ ପାରିଛନ୍ତି | 

ଏହାଗଲା ତାଙ୍କ ବ୍ୟବସାୟିକ ଦିଗ  | ସେ କେରଳ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ବ୍ୟକ୍ତିଗତ ଭାବେ ୯.୫ କୋଟି ଦେଇଥିବା ବେଳେ ଓ ଖାଲିଫା ବିନ ଅଲ ନହାୟାନ ଫାଉଂଡେସନ ମାଧ୍ୟମରେ ୫ ମିଲିଅନ ଡଲାର ସହାୟତା ଦେଇଥିବା ଜଣାପଡିଛି | ସେ ଗୁଜୁରାଟ ଭୂକମ୍ପ ବେଳେ ବଡ ଧରଣର ସହାୟତା ପ୍ରଦାନ କରିଥିଲେ | ସୁନାମି ରିଲିଫ ପାଣ୍ଠିକୁ ମଧ୍ୟ ତାଙ୍କର ବୃହତ ଅବଦାନ ଥିଲା | 

୭୦୦ କୋଟି ଏବେ ଅସ୍ପଷ୍ଟ ଥିବା ବେଳେ ନେବା ଏହା ବାସ୍ତବରେ କଣ ତାହା ଆଗକୁ  ସ୍ପଷ୍ଟ ହେବ | 

 

0
0
0
s2sdefault