ହେଡଲାଇନସ୍:

ବିଶ୍ୱକପ ହକିର ଅବଗଣନା ଆରମ୍ବ : କାଉଣ୍ଟ ଡାଉନ 100

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ିଶାର ରାଜଧାନୀ ଭୁବନେଶ୍ବର ରେ ଆସନ୍ତା ନଭେମ୍ବର ୨୮ ତାରିଖରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା |ଏଥିରେ ୧୬ ଟି ରାଷ୍ଟ୍ର ଭାଗ ନେବେ | ୪ ଟି ଗ୍ରୁପରେ ଏହି ଦଳ ଗୁଡିକୁ ବିଭାଜନ କରାଯାଇଛି।ଏହି ବିଶ୍ୱକପ କୁ ଅଧିକ ଲୋକ ପ୍ରିୟ କରିବାପାଇଁ ଓଡ଼ିଶା କ୍ରୀଡ଼ ଯୁବ ବ୍ୟପାର ବିଭାଗ ପକ୍ଷରୁ ଅନେକ ପ୍ରଚାର ପ୍ରସାର ଯୋଜନା ମାନ କରାଯାଇଛି। ହକି ବିଶ୍ୱକପର ପ୍ରଚାର ପ୍ରସାରରେ ରାଜ୍ୟ ସରକାର କୌଣସି କସର ଛାଡୁ ନାହାନ୍ତି | ଉଦାହରଣ  ସ୍ଵରୂପ ନିକଟରେ ମହିଳା ହକି ବିଶ୍ୱକପ ଲଣ୍ଡନରେ ଆୟୋଜିତ ହୋଇଯାଇଛି। ସେଠାରେ ଓଡ଼ିଶା ବିଶ୍ୱକପ ଲୋଗ ଥିବା ବସ ଦେଖିବାକୁ ମିଳିଥିଲା ।ଏହାଥିଲା ଭୁବନେଶ୍ୱର ବିଶ୍ୱକପର ପ୍ରଥମ ପ୍ରଚାର କାର୍ଯ୍ୟକ୍ରମ ଏହାପରେ ବ୍ୟଙ୍ଗଲୋର ଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ଟ୍ରାଭଲ ମାର୍ଟ ,ଦିଲ ଭିତରେ ହକି କୁ ଭଲ ପାଇବାର ସନ୍ଦେଶ,ପାଇକ ଆଖଡା ମାଧ୍ୟମରେ ହକି ବିଶ୍ୱକପ ର ପ୍ରଚାର ଏଭଳି ଅନେକ ଯୋଜନା ମାନ କରି ବିଶ୍ୱକପ ୨୦୧୮ କୁ ଅଭୁଲା ଶ୍ରୁତି ରେ ପରିଣତ କରିବାପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏସମସ୍ତ କାର୍ଯ୍ୟକ୍ରମ ପଛରେ ହକିଇଣ୍ଡିଆ ର ପ୍ରଚଣ୍ଡ ସହଯୋଗ ରହିଛି। ସେହିପରି ନିକଟରେ ଭାରତ ର ହକି ଏନ୍ତୁଡି ଶାଳା କୁହାଯାଉଥିବା ପାନପୋଷ କ୍ରୀଡା ଛାତ୍ରା ବାସ ରେ ରାଉରକେଲା ସ୍ମାର୍ଟ ସିଟି ଦ୍ଵାରା ଏକ ବଡ଼ ଧରଣର ୧୦୦ ଦିନିଆ ଅବଗଣନା କାର୍ଯ୍ୟକ୍ରମ ଯୋଜନା କରାଯାଇଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ପାଇଁ ଦୁର୍ଭାଗ୍ୟପୂର୍ଣ ଭାବେ ଏହି କାର୍ଯ୍ୟକ୍ରମ ହୋଇ ପାରିଲାନାହିଁ। ଏଭଳି ସ୍ଥିତିରେ ଛାତ୍ରାବାସ ର ଖେଳାଳି ମାନଙ୍କ ଉତ୍ସାହ କହିଲେ ନସରେ ସେମାନେ ତାଙ୍କର ନିଜସ୍ୱ ଉଦ୍ୟମରେ ପ୍ରଧାନମନ୍ତ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶାନ୍ତି ପୂର୍ଣ ଭାବେ ବିଶ୍ୱକପ ହକି ୧୦୦ ଦିନ ଅବଗଣନା କୁ ସଫଳ କରି ଦେଖାଇଛନ୍ତି। ବିଶ୍ୱକପ ଅବଗଣନା ଫଟୋ ସମୁଖରେ ଛିଡ଼ା ହୋଇ ବିଭିନ୍ନ ଭଙ୍ଗୀ ରେ ଫୋଟ ଉଠାଇବା ସହିତ ବନ୍ଦ୍ୱତ୍ୱ ପୂର୍ଣ ମ୍ୟାଚ ଖେଳି ହକିଷ୍ଟିକ ମାଧ୍ୟମରେ ୧୦୦ ଲେଖି କାର୍ଯ୍ୟକ୍ରମ କୁ ସଫଳତା ର ରୁପ ଦେଇ ପ୍ରମାଣ କରିଦେଇଛନ୍ତି ସେମାନଙ୍କ ପାଇଁ ବିଶ୍ୱକପ ହକି କେତେ ଗୁରୁତ୍ୱପୂର୍ଣ୍ଣ। ଆଉ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ରାଷ୍ଟ୍ରୀୟ ଶୋକ ପାଳନ ହେଉଥିବା ଯୋଗୁ ସବୁଜିଛି ହୋଇଥିଲା ସାଙ୍କେତିକ ନିରାଡ଼ମ୍ବର ଭାବେ |  ରାଜ୍ୟ କ୍ରୀଡା ଛାତ୍ରାବାସ ରେ ବାଳକ ଓ ବାଳିକା ମିଶି ୧୫୦ ହକି ଖେଳାଳୀ ଅଛନ୍ତି ଯାହାକି ସାରା ଭାରତରେ କେଉଁଠି ନାହିଁ।ହକି ବିଶ୍ୱକପ କୁ ନେଇ ଖେଳାଳୀ ମାନଙ୍କ ମନରେ କିଛି କରିଦେଖେଇ ବାର ଇଚ୍ଛା ଶକ୍ତି ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ପହଂଚିବାର  ପ୍ରେରଣା  ଯୋଗେଇବ ବୋଲି କୋଚ୍ ମିଲଟନ ବିଲୁଙ୍ଗ ଭାବ ବିହ୍ଵଳ  ହୋଇ କହିଛନ୍ତି।

0
0
0
s2sdefault