ହେଡଲାଇନସ୍:

ମୈଦାନ ମାରିନେଲା କଂଗ୍ରେସ  , ବିଜେପି ହାତରୁ ଛଡାଇନେଲା ଗୁରୁଦାସପୁର ଲୋକସଭା ଆସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ନୂଆଦିଲ୍ଲୀ : ବିଜେପି ନିରାଶ ହୋଇଛି, କାରଣ ପଞ୍ଜାବ ଗୁରୁଦାପୁର ଲୋକସଭା ଆସନରୁ କଂଗ୍ରେସ ଠାରୁ ସୋଚନୀୟ ଭାବେ ପରାଜୟବରଣ କରିଛି । ମୋଦି ମାଜିକ କାମ କଲାନାହିଁ ନିଜ ହାତ ରେ ଥିବା ଲୋକସଭା ଆସନଟକୁ ବଞ୍ଚାଇ ରଖିବା ପାଇଁ । ଜଣାଶୁଣା ଅଭିନେତା ବିନୋଦ ଖାନ୍ନାଙ୍କ ପରଲୋକ ହେବା ପରେ ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନ ଖାଲି ରହିଥିଲା । ଏଥିପାଇଁ ହୋଇଥିବା ଉପ-ନିର୍ବାଚନରେ କଂଗ୍ରେସ ଦଳର ସୁନିଲ ଜାଖଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସ୍ୱର୍ଣ୍ଣ ସଲରିଆଙ୍କୁ ୧ ଲକ୍ଷ ୯୩ ହଜାର ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ସୂଚନାଯୋଗ୍ୟ ଏହି ଆସନରେ ଅକ୍ଟୋବର ୧୧ ତାରିଖରେ ମତଗ୍ରହଣ କରାଯାଇଥିଲା । କେବଳ ସେତିକି ନୁହେଁ,  ବିଜେପି କ୍ଷମତାରେ ଥିବା ମହାରାଷ୍ଟ୍ର ର ନାନ୍ଦହେଡ଼ ମହାନଗର ନିଗମ ନିର୍ବାଚନ ରେ କଂଗ୍ରେସ ବିଜେପିକୁ ଧରାଶାୟୀ କରି ମହାନଗର ନିଗମ ଗଠନ କରିବାକୁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଛି ।  ଏହି ବିଜୟ ପରେ ବିଜେତା ଶୁଣିଣ ଝାଖଡ଼ କହିଛନ୍ତି ଯେ ମୋଦି ସରକାରର ଜନବିରୋଧୀ ନୀତି ବିରୋଧରେ ଏହା ଜନଆକ୍ରୋଶର ପ୍ରତିଫଳନ  । କଂଗ୍ରେସ ନେତା ତଥା ପ୍ରଖ୍ୟାତ କ୍ରିକେଟର ନବ୍ଜୟୋତ ସିଡ଼ଧୁ କହିଛନ୍ତି ଯେ କଂଗ୍ରେସ ର ସଭାପତି ଦାଇତ୍ୱ ନେବାକୁ ଯାଉଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ଏହା ଦୀପାବଳି ଉପହାର  । ଏହାଛଡା କେରଳର ବେନଗନା ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନରେ ଇଣ୍ଡିଆନ ୟୁନିଅନ ମୁସଲିମ୍‌ ଲିଗ ପ୍ରାର୍ଥୀ କେଏନଏ କାଦର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ପ୍ରାର୍ଥୀ ପି.ପି.ବଶିରଙ୍କୁ ହରାଇଛନ୍ତି । ମତଗଣନା ପରେ କାଦରଙ୍କୁ ୬୪୮୬୦ ଭୋଟ ମିଳିଥିବା ବେଳେ ବଶିରଙ୍କୁ ୪୧୭୧୭ ଭୋଟ ମିଳିଥିଲା । ତେବେ ବିଜେପିର କେ.ଜନଚନ୍ଦ୍ରନଙ୍କୁ ମାତ୍ର ୫୭୨୮ ଭୋଟ ମିଳିଥିବା ବେଳେ ସେ ଚତୁର୍ଥ ସ୍ଥାନରେ ରହିଥିଲେ । 

0
0
0
s2sdefault