ହେଡଲାଇନସ୍:

ହଜିଯିବେ କୌତୁକିଆ ଜୀବ ପେଙ୍ଗୁଇନ୍, ଅଛନ୍ତି ମାତ୍ର ଆଉ ୧୦ପ୍ରତିଶତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

02-08-18-penguin.jpg - 57.07 kB

ଲଣ୍ଡନ: କୌତୁକିଆ ଜୀବ  ପେଙ୍ଗୁଇନ ଜାତି ବୋଧ ହୁଏ କେଉଦିନ ହଜିଯିବେ | ଆଉ ଡ଼ାଇନସର ପରି ସେମାନଙ୍କ କାହାଣୀ କେବଳ ପଢିବା ଅବା ଗ୍ରାଫିକ୍ସ ରେ ଦେଖିବା | ଯେଉଁ ହାରରେ ସେମାନଙ୍କ ସଂଖ୍ୟା କାମୁଛି ଆଉ ବର୍ଷ କେଇଟା ଭିତରେ ସେମାନଙ୍କ ବଂଶ ଲୋପ ପାଇଯିବ ଆଶଙ୍କା ସୃଷ୍ଟି ହୋଇଛି | ପେଙ୍ଗୁଇନମାନଙ୍କର ସବୁଠାରୁ ବଡ଼ ନିବାସସ୍ଥଳୀ  ଭାରତ ମହାସାଗରରେ ଥିବା ପିଗ୍ ଦ୍ୱୀପରୁ ୯୦ ପ୍ରତିଶତ ପେଙ୍ଗୁଇନ୍ ଲୋପ ପାଇଥିବା କଥା ସ୍ପଷ୍ଟ ହୋଇଛି  । ଗତ ୩୫ ବର୍ଷ ମଧ୍ୟରେ ଏପରି ହୋଇଥିବା ଜଣାପଡ଼ିଛି ବୋଲି ଯିବା ବିଜ୍ଞାନୀଙ୍କ ଦ୍ୱାରା କରାଯାଇଥିବା ସର୍ଭେରୁ ଜଣ ପଡିଛି  । ସୂଚନାଯୋଗ୍ୟ ଯେ  ଭାରତ ମହାସାଗରରେ ଥିବା ପିଗ୍ ଦ୍ୱୀପରେ ବିଶ୍ୱର ସର୍ବାଧିକ ପେଙ୍ଗୁଇନ୍ ବାସ କରୁଥିଲେ  । ହିସାବ ଅନୁଯାୟୀ ୧୯୮୨ ମସିହାରେ ଏହି ଦ୍ୱୀପରେ ୨୦ ଲକ୍ଷରୁ ଅଧିକ ପେଙ୍ଗୁଇନ୍ ବିଚରଣ କରୁଥିଲ | ହେଲେ ଏବେ ସେଗୁଡିକ ମଧ୍ୟରୁ ୧୮ ଲକ୍ଷ ପ୍ରାୟ କୁଆଡେ ଉଭାନ ହୋଇ ଗଲେଣି |   ମାତ୍ର ଏବେ ଏହି ସଂଖ୍ୟା ପ୍ରାୟ ୨ ଲକ୍ଷରେ ରହିଥିବା କୁହାଯାଇଛି   । ଏଥିରୁ ମାତ୍ର ୬୦ ହଜାର ଯୋଡ଼ା ପେଙ୍ଗୁଇନ୍  ଅଛନ୍ତି  । ବିଶ୍ୱ ତାପନ ଜନିତ  ଜଳବାୟୁ ପରିବର୍ତ୍ତନ ସେମାନଙ୍କ ହଜିଯିବାର କୂକ୍ଷ କାରଣ ବୋଲି ଜୀବ ବିଜ୍ଞାନୀ ମାନେ କହିଛନ୍ତି |  

ଫ୍ରାନ୍ସରେ ଥିବା ଜାତୀୟ ବିଜ୍ଞାନ ଗବେଷଣା କେନ୍ଦ୍ର ଓ ଫ୍ରାନ୍ସ ପୋଲାର ସଂସ୍ଥାନ ୧୯୮୨ ମସିହାରୁ ଲଗାତାର ଏହା ଉପରେ ଗବେଷଣା କରୁଛି  । କୃତ୍ରିମ ଉପଗ୍ରହ ମାଧ୍ୟମରେ ଏହା ଉପରେ ନଜର ରଖାଯାଇଛି  । ୧୯୯୦ ମସିହା ପରଠାରୁ ଏଲ୍ ନିନୋ ପ୍ରଭାବରେ ପେଙ୍ଗୁଇନ୍ମାନଙ୍କର ସଂଖ୍ୟା ଦ୍ରୁତ ଭାବେ ହ୍ରାସ ପାଉଥିବା ଜଣାପଡ଼ିଛି  । ହେଲେ ଏହି ପ୍ରକ୍ରିୟା ଯଦି ଜାରି ରହେ ତେବେ ଆଉ ବର୍ଷ କେଇଟା ଭିତରେ ସେମାନଙ୍କ ନବନସା ନିଶ୍ଚିହ୍ନ ହୋଇଯାଇପାରେ |

0
0
0
s2sdefault