ହେଡଲାଇନସ୍:

ଓଡିଶା କ୍ୟାଡର ଆଇଏଏସ ଆଇ ଶ୍ରନିବାସ ହେଲେ କର୍ପୋରେଟ ବ୍ୟାପାର ସଚିବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 କେନ୍ଦ୍ର ବଜେଟ ଫେବୃୟାରୀରେ ଆଗତ ହେବାକୁ ଥିବା ବେଳେ  ତାପୁର୍ବରୁ କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ବୁଧବାରଦିନ ୧୧ଜଣ ସଚିବଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ଦେଇଛନ୍ତି  । ମଣିପୁର କ୍ୟାଡରର ବରିଷ୍ଠ  ଆଇଏଏସ ଅଫିସର ତଥା ପରିବେଶ ସଚିବ ଅଜୟ ନାରାୟଣ ଝାଙ୍କୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଏକ୍ସପେଣ୍ଡିଚର ଡିପାର୍ଟମେଂଟର ସଚିବ ଭାବେ ନିଯୁକ୍ତି ଦିଆଯାଇଛି  । ଶ୍ରୀ ଝାଙ୍କ ସ୍ଥାନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ସି କେ ମିଶ୍ରଙ୍କୁ ପରିବେଶ,ଜଙ୍ଗଲ ଓ ପାଣିପାଗ ପରିବର୍ତଦ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି  ।  ସେହିପରି ଓଡିଶା କ୍ୟାଡରର ବରିÂ ଆଇଏସ ଅଫିସର ତଥା କ୍ରୀଡା ସଚିବ ଇନ୍ଜେଟି ଶ୍ରୀନିବାସଙ୍କୁ ଅର୍ଥମନ୍ତ୍ରଣାଳୟ ଅଧିନସ୍ଥ କର୍ପୋରେଟ ବ୍ୟାପାର ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି  । ସେହିପରି ପଶ୍ଚିମବଙ୍ଗ କ୍ୟାଡରର ଗୋପାଲ କ୍ରିଷ୍ଣାଙ୍କୁ ଜାହାଜ ଚଳାଚଳା ସଚିବ, ରାହୁଲ ପ୍ରସାଦ ଭଟ୍ଟନାଗରଙ୍କୁ କ୍ରୀଡା ସଚିବ, ପ୍ରିତି ସୁଦାନଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ରବିକାନ୍ତଙ୍କୁ ଖାଦ୍ୟସଚିବ, ଆଲୋକ ଶ୍ରୀବାସ୍ତବଙ୍କୁ ନ୍ୟାୟ ସଚିବ, କେ ଭି ଇଏପାନଙ୍କୁ ପ୍ରଶାସନିକ ସଂସ୍କାର, ସାଧାରଣ ଅଭିଯୋଗ ବିଭାଗ ସଚିବ, ଶକୁନ୍ତଳା ଗାମଲିନ୍ ଭିନ୍ନକ୍ଷମ ସଶକ୍ତିକରଣ ଓ ଆୟୁର୍ବେଦ ବିଶେଷଜ୍ଞନ ବୈଦ୍ୟ ରାଜେଶ  କୋଟେଚାଙ୍କୁ ଆୟୁଷ ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ମିଳିଛି  ।

0
0
0
s2sdefault