କେନ୍ଦ୍ର ଜାହାଜ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ ଫାଇନାନ୍ସ କମିଟିର ମଞ୍ଜୁରୀ : ପାରାଦୀପ ସମେତ ସବୁ ବୃହତ ବନ୍ଦରା ଳରେ ହେବ ସୁପର ସ୍ପେଶାଲିଟି ହସ୍ପିଟାଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର : ପାରାଦୀପ ସମେତ ଦେଶର ସମସ୍ତ ବୃହତ ବନ୍ଦରରେ ଏକ ନୂଆ ଢା ।ର ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା  କରାଯିବ । ଗୋଲ୍ଡେନ ସେର ମଡେ଼ଲ ଢା ।ରେ ପ୍ରସ୍ତୁତ ହେବାକୁଥିବା ଏହି ହସ୍ପିଟାଲ ପ୍ରକଳ୍ପ ସମୁହକୁ କେନ୍ଦ୍ର ଜାହାଜ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ ଫାଇନାନ୍ସ କମିଟି ବିଧିବଦ୍ଧ ଭାବେ ଅନୁମୋଦନ କରିଛନ୍ତି । ପ୍ରଥମେ ମୁମ୍ବାଇ ପୋର୍ଟ ଟ୍ରଷ୍ଟ ହସ୍ପିଟାଲ ଏହି ଗୋଲ୍ଡେନ ସେର ମଡେ଼ଲ ଢାଞ୍ଚାରେ ନିର୍ମାଣ କରାଯିବ । ଯାହାକି ଚଳିତ ମାସ ୧୧ ତାରିଖରେ ଅନୁମୋଦିତ ହୋଇଛି । 

କେନ୍ଦ୍ର ଜାହାଜ ମନ୍ତ୍ରଣାଳୟର ଏକ ସୂଚନା ଅନୁଯାୟୀ ପାରାଦୀପ ବନ୍ଦର ଲାଗି ପ୍ରସ୍ତାବିତ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରକଳ୍ପର ଆବଶ୍ୟକ ରିପୋର୍ଟ ସମ୍ପୃକ୍ତ କନସଲଟେ ପ୍ରସ୍ତୁତ କରୁଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ଏହି ରିପୋର୍ଟ ଜାହାଜ ମନ୍ତ୍ରଣାଳୟ ନିକଟରେ ଦାଖଲ ହେବ । ପୂର୍ବରୁ କେନ୍ଦ୍ର ସରକାର ଭୁବନେଶ୍ୱରର ଦୁଇଟି ଘରୋଇ ହସ୍ପିଟାଲ ସହାୟତାରେ ପିପିପି ଢା ।ରେ ପାରାଦୀପଠାରେ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା  ଲାଗି ଯୋଜନା କରିଥିଲେ ମଧ୍ୟ ସମ୍ପୃକ୍ତ ଘରୋଇ ହସ୍ପିଟାଲମାନେ ଏଥିଲାଗି ଆଗ୍ରହ ପ୍ରକାଶ କରିନଥିଲେ । ଫଳରେ ଜାହାଜ ମନ୍ତ୍ରଣାଳୟ ବନ୍ଦର କର୍ମ·ରୀ ଏବଂ ବନ୍ଦରା ଳର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗୋଲ୍ଡେନ ସେର ମଡେ଼ଲ ଢା ।ରେ ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ ପାଇଁ ସ୍ଥିର କରିଛନ୍ତି । ଏଣୁ ଏହି ହସ୍ପିଟାଲ ପ୍ରକଳ୍ପ ଫାଙ୍କା ପ୍ରତିଶ୍ରୁତି ନୁହେଁ ବୋଲି ଜାହାଜ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । 

0
0
0
s2sdefault