ହେଡଲାଇନସ୍:

ତାରକ ମେହେଟ୍ଟା କା ଉଲଟା ଚଷମାର "ନଟୁ କାକା"ଙ୍କ ଦେହାନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁମ୍ବାଇ : ଜଣାଶୁଣା ବରିଷ୍ଠ ଅଭିନେତା ତଥା ଲୋକପ୍ରିୟ ଧାରାବାହିକ ତାରକ ମେହେଟ୍ଟା କା ଓଲଟା ଚଷମାର "ନଟୁ କାକା" ଘନଶ୍ୟାମ ନାୟକ ଆଜି କର୍କଟ ରୋଗରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ତାଙ୍କୁ 77 ବର୍ଷ ହୋଇଥିଲା। ଚଳିତ ବର୍ଷ ଏପ୍ରିଲରେ ସେ ତାଙ୍କ ବେକରେ କିଛି ଦାଗ ଦେଖିବାକୁ ପାଇବାରୁ ସ୍କାନିଂ କରିଥିଲେ | ତାହା କର୍କଟ ରୋଗ ବୋଲି ଜଣାପଡିଥିଲା | କର୍କଟ ରୋଗପାଇଁ ସେ ଚିକିତ୍ସିତ ହେଉଥିଲେ । ହେଲେ ଆଜି ତାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି |  ତାରକ ମେହେଟ୍ଟା କା ଓଲଟା ଚଷମାର ପ୍ରଯୋଜକ ଅସିତ କୁମାର ମୋଦି ଟୁଇଟକରି ଏବିଷୟ ସୂଚନା ଦେବା ସହ "ନଟୁ କାକା"ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି | 

0
0
0
s2sdefault