ହେଡଲାଇନସ୍:

ପିଇବା ପାଣି ସମସ୍ୟା ଉତ୍କଟ ହେଉଛି : କେନ୍ଦ୍ର  ଓ ଦିଲ୍ଲୀ ସରକାରକୁ ସୁପ୍ରିମକୋର୍ଟ ପ୍ରଶ୍ନ, କଣ କରିବ ତୁରନ୍ତ ଉତ୍ତର ଦାଖଲ କର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

15-07-18--water-scarcity.jpg - 68.79 kB

୨୦୧୯ ବେଳକୁ ଦିଲ୍ଲୀରେ ଶୂନ୍ୟ ହେବ  ଭୂତଳ ଜଳସ୍ତର  

୨୨ ଟି ବଡ ସହରରେ ଜଳ ପାଇଁ ସୃଷ୍ଟି ହେବ ହାହାକାର 

୨୦୩୦ ବେଳକୁ ଦେଶର ଅଧା ଲୋକ ପାଇବେନି ପାନୀୟ ଜଳ 

ବେଳ ଥାଉ ବନ୍ଧ ନବାନ୍ଧିଲେ ବିଷମ ସ୍ଥିତି ଜଳଜଳ 

ନୂଆଦିଲ୍ଲୀ:ଦେଶର ରାଜଧାନୀ ଦିଲ୍ଲୀରେ ଜଳ ସମସ୍ୟା ଉକ୍ରଟ ହେବାକୁ ଯାଉଛି । ୨୦୧୯ ବେଳକୁ ଦିଲ୍ଲୀର ଭୂତଳ ଜଳସ୍ତର ଶୂନ୍ୟକୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି । କେନ୍ଦ୍ର ସରକାର ଓ ଦିଲ୍ଲୀ ରାଜ୍ୟ ସରକାର ଏ ଦିଗରେ ଆଦୃଶିଆ ପଦକ୍ଷେପ ନେଉନଥିବାରୁ କ୍ଷୁବ୍ଧ ହୋଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ହେଲେ ଭବିଷ୍ୟତରେ ସୃଷ୍ଟି ହେବାକୁ ଯାଉଥିବା ଏ  ଆଶଙ୍କିତ ପରିସ୍ଥିତିକୁ ମୁକାବିଲା ବା ପରିଚାଳନା କରିବା ପାଇଁ କ'ଣ ପ୍ରତିକାର ବ୍ୟବସ୍ଥା କରିବାକୁ ଯାଉଛନ୍ତି ତାହାରି ଉପରେ ଉତ୍ତର  ରଖିବାକୁ କେନ୍ଦ୍ର ସରକାର ଓ ଦିଲ୍ଲୀ ରାଜ୍ୟ ସରକାରଙ୍କୁ କୈଫିୟତ ତଲବ କରିଛନ୍ତି ସୁପ୍ରିମକୋର୍ଟ ।  

ଜଷ୍ଟିସ ମଦନ ଲୋକୁର ଓ ଜଷ୍ଟିସ ଦିପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ  ନିକଟରେ ନିତି ଆୟୋଗ ପକ୍ଷରୁ ପ୍ରସ୍ତୁତ ରିପୋର୍ଟକୁ ଗୁରୁତର ସହ ନେଇଛନ୍ତି  । ସେହି ରିପୋର୍ଟରେ କୁହାଯାଇଛି ଯେ, ରାଜଧାନୀ ଦିଲ୍ଲୀ ଓ  ଅନ୍ୟ ୨୧ଟି ପ୍ରମୁଖ ସହରରେ ଭୂତଳ ଜଳସ୍ତର ୨୦୨୦ ସୁଦ୍ଧା ଶୂନ୍ୟ ସ୍ଥିତିକୁ ଚାଲିଆସିବ  । ଏଭଳି ବିଷମ ସ୍ଥିତିର ମୁକାବିଲା କରିବା ପାଇଁ ସରକାର ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି ସୁପ୍ରିମ କୋର୍ଟ  । 

ନିତି ଆୟୋଗ ପକ୍ଷରୁ ପ୍ରସ୍ତୁତ କମ୍ପୋଜିଟ୍ ୱାଟର ମ୍ୟାନେଜମେଣ୍ଟ  ରିପୋର୍ଟରେ କୁହାଯାଇଛି ଯେ, ଭାରତର ଅର୍ଧେକ  ଜନସଂଖ୍ୟା ପାଇଁ ୨୦୩୦ ବେଳକୁ ପାନୀୟ ଜଳ ନମିଳିବାର ଆଶଙ୍କା ସୃଷ୍ଟି ହୋଇଛି  । ହେଲେ ଦିଲ୍ଲୀ,ବେଙ୍ଗାଲୁରୁ, ହାଇଦ୍ରାବାଦ ସମେତ କେତେକ  ମେଟ୍ରୋରେ ଭୂତଳ ଜଳସ୍ତର ଜିରୋରେ ପହଂଚିବ  । କେନ୍ଦ୍ରୀୟ ଭୂତଳଜଳ ବୋର୍ଡ ଦେଶର ଭୂତଳ ଜଳସ୍ତର ସମ୍ପର୍କରେ ଏକ ଚିନ୍ତାଜନକ ରିପୋର୍ଟ ଦେଇଛନ୍ତି  । ରାଜଧାନୀରେ ଜଳସ୍ତର ଗତ ଦୁଇ ଦଶନ୍ଧୀ ମଧ୍ୟରେ ଉଦ୍ବେଗଜନକ ଭାବେ ହ୍ରାସ ପାଇଛି ଏବଂ ଦିଲ୍ଲୀର ୯୦ ପ୍ରତିଶତ ଅଂଚଳର ପରିସ୍ଥିତିି ଏବେ ଉଦବେଗଜନକ ସ୍ଥିତିରେ ପହଂଚିଲାଣି  । ପ୍ରତିବର୍ଷ ଭୁତଳ ଜଳସ୍ତର ୦.୫ ମିଟରରୁ ୨ ମିଟର ହିସାବରେ କମୁଛି  । ଯଦି ଏହାକୁ ନିୟନ୍ତ୍ରଣ କରାନଯାଏ ତେବେ ପରିସ୍ଥିତି ହାତରୁ ଖସିଯିବ ବୋଲି କହିଛି ଭୂତଳ ଜଳ ବୋଡର଼୍  । ୨୦୦୦ ମସିହାରୁ ଏ ଯାବତ ସ୍ଥିତିର ହିସାବ କିତାବ କରି ବୋଡର଼୍ ଅଦାଲତକୁ ଜଣାଇଛି ଯେ, ଦିଲ୍ଲୀର ୨୦ଟି ଯାକ ମନିଟରିଂ ପଏଣ୍ଟ  ଜଳସ୍ତର ଉଦବେଗଜନକ ଭାବେ କମୁଛି  । ଖାସ କରି ଛତ୍ରପୁର, ଦ୍ୱାରକା, ଓ ପ୍ରେସିଡେଣ୍ଟ  ଇଷ୍ଟେଟ ଏହା ଦ୍ୱାରା ସର୍ବାଧିକ ପ୍ରଭାବିତ  । ୨୦୦୫-୧୦ ତଥ୍ୟ ଆଧାରେରେ ଦିଲ୍ଲୀର ପଶ୍ଚିମ ଓ କେନ୍ଦ୍ରୀୟ ଅଞ୍ଚଳର ଭୂତଳ ଜଳସ୍ଥିତି ନିରାପଦ ଅଛି ବୋଲି କହିବା ସହ ଦିଲ୍ଲୀର ଅନ୍ୟ ସମସ୍ତ ଅଂଚଳକୁ କ୍ରିଟିକାଲ ଆଉ ସେମିକ୍ରିଟିକାଲ ଜୋନରେ ବିଭକ୍ତ କରିଛି ବୋର୍ଡ   ।

ତେଣୁ ଏପରି ତଥ୍ୟ ଆସିଥିବା ବେଳେ ଏହାକୁ ସରକାର ନଜର ଅନ୍ଦାଜ କରିବା ଉଚିତ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ  । ଆଉ ହାତରେ ଅଧବର୍ଷେ ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଦରକାର  । ଏହି ସମସ୍ୟାର ସମାଧାନ କେମିତି କରିହେବ ଓ ଭବିଷ୍ୟତର ଗୁରୁତର ଜଳସଙ୍କଟରୁ ଲୋକଙ୍କୁ କେମିତି ଉଦ୍ଧାର କରାଯିବ ସେଥିପାଇଁ କି ପଦକ୍ଷେପ ନେବାକୁ ସରକାର ଚିନ୍ତା କରୁଛନ୍ତି, ସେ ଉପରେ ତଥ୍ୟ ରଖିବା  ପାଇଁ ଦିଲ୍ଲୀ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ସୁପ୍ରିମକୋର୍ଟ ।

 

0
0
0
s2sdefault