ସମାଲୋଚନା ଓ ଜିଡିପି ହ୍ରାସ ପରେ ନରମିଲେ ସରକାର, ୨୭ଟି ଆଇଟମ ଉପରେ ଜିଏସଟି କମିଲା :  କ୍ଷୁଦ୍ର ଓ ମଧ୍ୟମ ଫାର୍ମ ଗୁଡିକ ଲାଗି ସରଳ ହେଲା ରିଟର୍ନ ବ୍ୟବସ୍ଥା,ଆଗକୁ ଆହୁରି ପରିବର୍ତ୍ତନର ଆଭାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ନୂଆଦିଲ୍ଲୀ :ବିନା ପ୍ରସ୍ତୁତିରେ ଓ ବଜାର ତଥା ବିକ୍ରେତା -କ୍ରେତାଙ୍କ ସାମର୍ଥ୍ୟକୁ ଅନୁଧ୍ୟାନ ନକରି ତରବରିଆ ଭାବେ ଦେଶରେ ଲାଗୁ ହୋଇଥିବା ଜିଏସଟି ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ଦେଶବ୍ୟାପୀ ଅସନ୍ତୋଷ ଦେଖାଦେବା ପରେ କେନ୍ଦ୍ର ସରକାର ଏବେ ଟିକସ ହାରର ପୁନର୍ବିନ୍ୟାସ କରିବାକୁ ବାଧ୍ୟ ହୋଇଛନ୍ତି । କାରଣ  ବିମୁଦ୍ରାକରଣ ଏବଂ ଜିଏସ୍‌ଟି କାର୍ଯ୍ୟକାରୀ ହେବାପରେ ଦେଶର ଆର୍ଥିକ ସ୍ଥିତିରେ ଏକପ୍ରକାର ଝଟକା ଅନୁଭବ ହୋଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ  ଜିଡିପି ଅଭିବୃଦ୍ଧି ୫.୭ ପ୍ରତିଶତକୁ କମିଯାଇଛି । ଏହି କାରଣରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦଳ ଭିତରୁ ଓ ବାହାରୁ ସମାଲୋଚନା ସରବ୍ୟ ହେବା ପରେ ପ୍ରାଥମିକ ପର୍ଯ୍ୟାୟ ରେ ୨୭ଟି ଆଇଟମ ଉପରୁ ଜି ଏସ୍ ଟି ୭% ରୁ ୧୩%  ଲେଖାଏ ହ୍ରାସ କରି ୫% ରେ ଧାର୍ଯ୍ୟ କରିଛନ୍ତି lଅଣ ବ୍ରାଣ୍ଡେଡ୍‌ ନମ୍‌କିନ, ଅଣ ବ୍ରାଣ୍ଡେଡ୍‌ ଆୟୁର୍ବେଦ  ଔଷଧ, ରବର, ପ୍ଲାଷ୍ଟିକ୍‌ ଏବଂ କାଗଜର ବର୍ଜ୍ୟବସ୍ତୁ, ଶିଶୁ ଖାଦ୍ୟ, ଖାକ୍‌ରା ଓ ଚପାତି, ଜରି କାମ, ଇମିଟେସନ୍‌ ଗହଣା ଏବଂ ଛପା ସାମଗ୍ରୀ ଉପରେ ଜିଏସ୍‌ଟି ୫ ପ୍ରତିଶତକୁ ହ୍ରାସ କରାଯାଇଛି। ହେଵାଲା ସେତିକି ନୁହେଁ, ଅର୍ଥମନ୍ତ୍ରୀ ଶ୍ରୀ ଜେଟ୍‌ଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଜିଏସ୍‌ଟି ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାକୁ ସରଳ କରାଯାଇ କମ୍ପୋଜିସନ୍‌ ସ୍କିମ୍‌ର ସୀମାକୁ ମଧ୍ୟ ବଢ଼ାଇ ଦିଆଯାଇଛି। ଖୁବ ଶୀଘ୍ର ରପ୍ତାନୀକାରୀଙ୍କ ଲାଗି ଇ-ୱାଲେଟ ବ୍ୟବସ୍ଥା ପ୍ରଚଳନ କରିବାକୁ ମଧ୍ୟ ବୈଠକରେ ନିଷ୍ପତି ନିଆଯାଇଛି.।

ଆଜି ଜିଏସ୍‌ଟି ପରିଷଦର ୨୨ତମ ବୈଠକରେ ହୋଇଥିବା ଅନ୍ୟ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ଅନୁଯାୟୀ  ୧.୫ କୋଟି ଟଙ୍କାର କାରବାର କରୁଥିବା କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସଂସ୍ଥା (ଏସ୍‌ଏମ୍‌ଇ)ଗୁଡ଼ିକ ପ୍ରତିମାସରେ ଦାଖଲ କରିବା ବଦଳରେ ତିନି ମାସରେ ଥରେ ରିଟର୍ଣ୍ଣ ଦାଖଲ କରିପାରିବେ।  ସେହିପରି ଗହଣା ଏବଂ ରତ୍ନପଥର ଉପରେ ପୂର୍ବରୁ ଯେଉଁ ଜିଏସ୍‌ଟି ବିଜ୍ଞପ୍ତି ଜାରି କରାଯାଇଥିଲା ତାହାକୁ ପ୍ରତ୍ୟାହାର କରିବାକୁ ନିଷ୍ପତି ନିଆଯାଇଛି । ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଗହଣା ଖରିଦ କରୁଥିବା କୌଣସି ଲୋକଙ୍କୁ ପାନ ବା ଆଧାର ପାନ୍‌ କିମ୍ବା ଆଧାର କାର୍ଡ ଦେଖାଇବାକୁ ପଡ଼ିବନି । କାରଣ ଏଭାଲି ବ୍ୟବସ୍ଥା ଦ୍ୱାରା ଅଳଙ୍କାର ବେପାର ରେ ମାନ୍ଦାବସ୍ଥା ଆସିଯାଇଥିଲା । ଏ ବାବଦରେ  ବିଜ୍ଞପ୍ତି ଖୁବ୍‌ଶୀଘ୍ର ଜାରି କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ରତ୍ନପଥର, ଗହଣା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ କାରବାର କରୁଥିବା ଯେଉଁ ସଂସ୍ଥାଗୁଡ଼ିକର ବାର୍ଷିକ କାରବାର ପରିମାଣ ୨ କୋଟି ଟଙ୍କାରୁ ଅଧିକ ସେମାନେ ମନି ଲଣ୍ଡରିଂ ନିୟମ ପରିସରରେ ରହିବେ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି।

0
0
0
s2sdefault