ହେଡଲାଇନସ୍:

ବ୍ୟାଙ୍କ ଆକାଉଂଟ୍ କାରବାର ନେଇ ୧୩ ବ୍ୟାଙ୍କରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କଲେ ସରକାର • ବିମୁଦ୍ରୀକରଣ ପରେ ସନ୍ଦେହ ଘେରରେ ୨,୦୯,୦୩୨ କମ୍ପାନୀ  • ନିର୍ଦ୍ଧାରିତ ସମୟ ମଧ୍ୟରେ ତଦନ୍ତ ଶେଷ କରିବା ଲାଗି ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ନିର୍ଦେଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

:ନକଲି କମ୍ପାନୀ ଏବଂ କଳା ଧନ ବିରୋଧୀ ଲଢେ଼ଇରେ ସରକାରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ଭାରତ ସରକାର ବ୍ୟାଙ୍କ ଆକାଉଂଟ୍ କାରବାର ନେଇ ୧୩ ବ୍ୟାଙ୍କରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି ।  ବିମୁଦ୍ରୀକରଣ ପରେ ହୋଇଥିବା ଏହି କାରବାରରେ ୨,୦୯,୦୩୨ କମ୍ପାନୀର କାରବାର ସଂଦେହ ଘେରକୁ ଆସିଛି । ଚଳିତ ବର୍ଷ ପ୍ରାରମ୍ଭରେ ଏହିସବୁ କମ୍ପାନୀଗୁଡ଼ିକ ରେଜିଷ୍ଟର ଅଫ୍ କମ୍ପାନୀଜ୍ ଦ୍ୱାରା ବନ୍ଦ ହୋଇଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ  ବନ୍ଦ ହୋଇଯିବା ପରେ ସନ୍ଦିଗ୍ଧ କମ୍ପାନୀଗୁଡ଼ିକର ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରାଯାଇଥିଲା  ।  

ଉପରୋକ୍ତ ୧୩ ବ୍ୟାଙ୍କ ସେମାନଙ୍କ ପ୍ରଥମ କିସ୍ତି ତଥ୍ୟ ଦାଖଲ କରିଛନ୍ତି । ହସ୍ତଗତ ହୋଇଥିବା ତଥ୍ୟରେ ବନ୍ଦ ହୋଇଯାଇଥିବା ୨ଲକ୍ଷରୁ ଉର୍ଧ୍ଵ କମ୍ପାନୀ ମଧ୍ୟରୁ ୫,୮୦୦ କମ୍ପାନୀ ୧୩,୧୪୦ ବ୍ୟାଙ୍କ ଆକାଉଂଟ ଜରିଆରେ କରିଥିବା କାରବାର ସମ୍ପର୍କରେ ଉଲ୍ଲେଖ ରହିଛି  । ଏଗୁଡ଼ିକ ମଧ୍ୟରୁ କେତେକ କମ୍ପାନୀ ନାଁରେ ୧୦୦ରୁ ଊଦ୍ଧ୍ୱର୍ ବ୍ୟାଙ୍କ ଆକାଉଂଟ ଥିବା ଜଣାପଡ଼ିଛି  । ଏଗୁଡ଼ିକ ମଧ୍ୟରୁ ଗୋଟିଏ କମ୍ପାନୀ ନାଁରେ ସର୍ବାଧିକ ୨୧୩୪ଟି ଆକାଉଂଟ ରହିଛି । 

ବିମୁଦ୍ରୀକରଣ ପୂର୍ବରୁ ଏହିସବୁ କମ୍ପାନୀଗୁଡ଼ିକର ବ୍ୟାଙ୍କ ଆକାଉଂଟରେ ଥିବା ଜମା ଏବଂ ବିମୁଦ୍ରୀକରଣ ସମୟରେ ଏଥିରେ ହୋଇଥିବା କାରବାରର ଯେଉଁ ତଥ୍ୟ ପଦାକୁ ଆସିଛି ତାହା ଚକିତ କଲା ଭଳି ।

ଲୋନ୍ ଆକାଉଂଟକୁ ବାଦ୍ ଦେଲେ ବିମୁଦ୍ରୀକରଣ ପୂର୍ବରୁ ଏହି ସବୁ କମ୍ପାନୀଗୁଡ଼ିକର ଆକାଉଂଟରେ ୮ ନଭେମ୍ବର, ୨୦୧୬ ସୁଦ୍ଧା ମାତ୍ର ୨୨.୦୫ କୋଟି ଟଙ୍କା ଜମା ରହିଥିଲା । ତେବେ ବିମୁଦ୍ରୀକରଣ ଘୋଷଣା ପରେ ଅର୍ଥାତ୍ ୯ ନଭେମ୍ବର ୨୦୧୬ ଠାରୁ ଏହି କମ୍ପାନୀଗୁଡ଼ିକ ବନ୍ଦ ଘୋଷଣା ହେବାର ସମୟ ଅବଧି ମଧ୍ୟରେ ଏମାନଙ୍କ ଆକାଂଉଟରେ ବିପୁଳ ପରିମାଣର ୪,୫୭୩.୮୭ କୋଟି ଟଙ୍କା ଜମା ହୋଇଛି । ଅନୁରୂପ ଭାବେ ବିପୁଳ ପରିମାଣର ଅର୍ଥ ୪,୫୫୨ କୋଟି ଟଙ୍କା ଉଠାଣ ହୋଇଛି  । ଲୋନ୍ ଆକାଉଣ୍ଟ ଗୁଡ଼ିକରେ ୮୦.୭୯ କୋଟି ଟଙ୍କାର ନେଗେଟିଭ୍ ବାଲାନ୍ସ ରହିଛି ।

ଆହୁରି ଚିନ୍ତା ଉଦ୍ରେକକାରୀ ବିଷୟ ହେଉଛି ଚିହ୍ନଟ ହୋଇଥିବା କମ୍ପାନୀଗୁଡ଼ିକର ଏକାଧିକ ଆକାଉଂଟରେ ୮ ନଭେମ୍ବର ୨୦୧୬ ପୂର୍ବରୁ ଖୁବ୍ କମ୍ ପରିମାଣର କିମ୍ବା ନେଗେଟିଭ୍ ବାଲାନ୍ସ ରହିଥିଲା  ।  ପରେ ଏହିସବୁ କମ୍ପାନୀଗୁଡ଼ିକର ଆକାଉଂଟରେ ବିପୁଳ ପରିମାଣର ଅର୍ଥ ଜମା ଏବଂ ଉଠାଣ ହୋଇଛି । ପରେ ଏହି ଆକାଉଂଟଗୁଡ଼ିକ ଖୁବ୍ କମ୍ ବାଲାନ୍ସ ସହିତ ନିଷ୍କି୍ରୟ ସ୍ଥିତିକୁ ଚାଲିଆସିଛି  । ଯେମିତିକି ପୂର୍ବରୁ ଉଲ୍ଲେଖ କରାଯାଇଛି, ବିମୁଦ୍ରୀକରଣ ପରେ କମ୍ପାନୀଗୁଡ଼ିକ ବନ୍ଦ ହେବା ପର୍ଯ୍ୟନ୍ତ ଏହି ସବୁ କମ୍ପାନୀ କର୍ତୃପକ୍ଷଙ୍କୁ ଭୂଅାଁ ବୁଲାଇବା ଲାଗି ପ୍ରୟାସ କରିଛନ୍ତି । କେତେକ କମ୍ପାନୀ ଆହୁରି ଅଧିକ ଦୁଃସାହସ କରି ବନ୍ଦ ହେବା ପରେ ମଧ୍ୟ ଏସବୁ ବ୍ୟାଙ୍କ ଆକାଉଂଟରେ ବିପୁଳ ପରିମାଣର ଅର୍ଥ ଜମା କରିଛନ୍ତି ଏବଂ ଉଠାଇ ନେଇଛନ୍ତି  ।

ଉଦାହରଣ ସ୍ୱରୂପ ଗୋଟିଏ ବ୍ୟାଙ୍କରେ ୪୨୯ କମ୍ପାନୀର ଆକାଉଂଟରେ ୮ ନଭେମ୍ବର, ୨୦୧୬ ପୂର୍ବରୁ ଆଦୌ ଅର୍ଥ ଜମା ନଥିଲା । କିନ୍ତୁ ବିମୁଦ୍ରୀକରଣ ସମୟରେ ଏହିସବୁ ଆକାଉଣ୍ଟ ୧୧ କୋଟି ଟଙ୍କା ଜମା କରାଯିବା ସହ ଉଠାଇ ନିଆଯାଇଥିଲା । ପରେ ଏହି ଆକାଉଂଟ୍ରେ ମାତ୍ର ୪୨ହଜାର ଟଙ୍କା ଜମା ରହିଥିବା ଦେଖିବାକୁ ମିଳିଛି ।

ସେହିପରି ଅନ୍ୟ ଏକ ବ୍ୟାଙ୍କରେ ଏହିପରି ୩ ହଜାରରୁ ଉର୍ଧ୍ଵ  କମ୍ପାନୀର ଏକାଧିକ ବ୍ୟାଙ୍କ ଆକାଉଂଟ ରହିଥିଲା । ୮ ନଭେମ୍ବର, ୨୦୧୬ ପୂର୍ବରୁ ଏହିସବୁ କମ୍ପାନୀଗୁଡ଼ିକର ଆକାଉଂଟରେ ମାତ୍ର ୧୩ କୋଟି ଟଙ୍କା ରହିଥିଲା  । ହେଲେ ବିମୁଦ୍ରୀକରଣ ଘୋଷଣା ପରେ ଏହିସବୁ ଆକାଉଂଟରେ ୩୮ହଜାର କୋଟି ଟଙ୍କା ଜମା କରାଯିବା ସହ ଉଠାଇନିଆଯାଇଥିଲା । ପରେ କମ୍ପାନୀଗୁଡ଼ିକର ଆକାଉଂଟ ଅଚଳ କରାଯିବା ସମୟରେ ଏହିସବୁ ଆକାଉଂଟରେ ୨୦୦ କୋଟି ଟଙ୍କାର ଅତି କମ୍ ତଥା ନେଗେଟିଭ୍ ବାଲାନ୍ସ ରହିଥିଲା  ।

ଏହା ମଧ୍ୟ ମନେ ରଖିବା ଉଚିତ୍ ଯେ ସରକାରଙ୍କ ଦ୍ୱାରା ବନ୍ଦ ହୋଇଯାଇଥିବା ସନ୍ଦିଗ୍ଧ କମ୍ପାନୀଗୁଡ଼ିକ ମଧ୍ୟରୁ ବର୍ତମାନ ହସ୍ତଗତ ହୋଇଥିବା କମ୍ପାନୀଗୁଡ଼ିକର କାରବାର ତଥ୍ୟ ମାତ୍ର ୨.୫% । ଏପରି କମ୍ପାନୀଗୁଡ଼ିକ କରିଥିବା ବିପୁଳ ପରିମାଣର ଦୁର୍ନୀତି, କଳା ଟଙ୍କା କାରବାର ମଧ୍ୟରୁ ଭାତ ହାଣ୍ଡିରୁ ଗୋଟିଏ ଟିପିଲା ଭଳି ତଥ୍ୟ ହାସଲ କରାଯାଇପାରିଛି  ।

ତେଣୁ ଅଧିକ ଆବଶ୍ୟକ ତଦନ୍ତ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ଲାଗି ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ନିର୍ଦେଶ ଦିଆଯାଇଛି ।(ପିଆଇବି )

0
0
0
s2sdefault