ହେଡଲାଇନସ୍:

ଉପାସନାସ୍ଥଳ ଓ ପୂଜା କରିବାର ବିଧି ଅଲଗା ଅଲଗା ହୋଇଥିଲେ ମଧ୍ୟ ଭଗବାନ ଏକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

07-07-18-geeta.jpg - 74.32 kB

 "ୟେପେତ୍ତ ଦେବତା ଭକ୍ତା ୟଜନ୍ତେ ସରଧାୟାନବିତାଃ,  ତେପି ମାମେବ କୌନ୍ତେୟ ୟଜନ୍ତ୍ୟବିଧିପୂର୍ବକମ"

ନୂଆଦିଲ୍ଲୀ: ମଦିରରେ ଅଣହିନ୍ଦୁଙ୍କ ପ୍ରବେଶକୁ ନେଇ ବଡ ବିବାଦ ଚାଲିଥିବା ବେଳେ ଦେଶର ସର୍ଵଵାଚ ନ୍ୟାୟାଳୟ ଏହାକୁ ନେଇ ଏକ ବିତର୍କ ଠିଆ କରାଇ ଦେଇଛନ୍ତି |  କୌଣସି ମନ୍ଦିରରେ କେବଳ ହିନ୍ଦୁ ହିଁ ପ୍ରବେଶ କରି ପାରିବେ କି? ଏହା ବିତର୍କର ବିଷୟ ହୋଇଥିବା ବେଳେ ସୁପ୍ରିମକୋର୍ଟରେ ବିଚାରପତି ହିନ୍ଦୁଙ୍କ ସର୍ବଶ୍ରେଷ୍ଠ ମାର୍ଗଦର୍ଶିକା "ଗୀତା" ଖୋଜିଛନ୍ତି ଧର୍ମ ନିରପେକ୍ଷତାର ସଂଜ୍ଞା | ଅର୍ଜୁନଙ୍କୁ ଗୀତାରେ ସହରେକୃଷ୍ଣ କହିଥିବା  ଶ୍ଲୋକକୁ ଉଦ୍ଧ|ର କରି କହିଛନ୍ତି ଯେ ଉପାସନା ଭିନ୍ନ ହୋଇ ପାରେ, ହେଲେ ଈଶ୍ବର ଏକ ।  "ୟେପେତ୍ତ ଦେବତା ଭକ୍ତା ୟଜନ୍ତେ ସରଧାୟାନବିତାଃ,  ତେପି ମାମେବ କୌନ୍ତେୟ ୟଜନ୍ତ୍ୟବିଧିପୂର୍ବକମ" ଅର୍ଥାତ ହେ କୁନ୍ତି ପୁତ୍ର, ପୂର୍ଣ୍ଣ ବିଶ୍ୱାସର ସହ ଯିଏ ଯେଉଁ  ଠାକୁରଙ୍କୁ ବି ପୂଜା କରନ୍ତୁ ନା କାହିଁକି ସେମାନେ ମୋତେ ହିଁ ପୂଜା କରୁଛନ୍ତି  । ଭଗବତ ଗୀତାର ଏହି ପଂକ୍ତି ସହ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବି·ରପତି ଜଷ୍ଟିସ ପିବି ଗଜେନ୍ଦ୍ର ଗଡକରଙ୍କ ଏକ ବହି ଟୁ ଦ ବେଷ୍ଟ ଅଫ ମାଇଁ ମେମୋରିର କିଛି ଲାଇନକୁ ଉଦ୍ଧାର କରିଥିଲେ  । ଏହା ସହ ମନ୍ଦିର ଭିତରକୁ ଅଣ ହିନ୍ଦୁ ପ୍ରବେଶ ନିଷେଧ ଉପରେ ଚିନ୍ତା କରିବାକୁ ଦୁଇ ଜଣିଆ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି  ।  ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କୋର୍ଟ କହିଥିଲେ ଯେ, ଧର୍ମନିରପେକ୍ଷତା ଅର୍ଥ ଧାର୍ମିକ ସ୍ୱାଧୀନତାରେ କୌଣସି ଗୋଟିଏ ଧର୍ମର ଏକାଧିପତ୍ୟ ଚଳିବ ନାହିଁ  । ଆମ ଧର୍ମନିରପେକ୍ଷତା ଭଗବତ ଗୀତାର ଏହି ଦୁଇଧାଡି ଉପରେ ପର୍ଯ୍ୟବସିତ   । ଅର୍ଥାତ ଉପାସନାସ୍ଥଳ ଓ ପୂଜା କରିବାର ବିଧି ଅଲଗା ଅଲଗା ହୋଇଥିଲେ ମଧ୍ୟ ଭଗବାନ ଏକ ଯେଉଁ ଆଧାରରେ ପୁରୀ ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନେଇ ପ୍ରସ୍ତାବ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । 

ଧର୍ମନିରପେକ୍ଷ ରାଷ୍ଟ୍ର ଭାରତ | ସମସ୍ତ ଧର୍ମର ନିଜସ୍ୱ ଧର୍ମୀୟ ସ୍ୱାଧୀନତା ଅଛି, ଅନ୍ୟର ଧର୍ମକୁ ପ୍ରଭାବିତ ନକରି | କେହି କାହାର ଧର୍ମୀୟ ଭାବନାକୁ କ୍ଷତିଗ୍ରସ୍ତ ନକରି ନିଜସ୍ୱ ଧର୍ମୀୟ ଭାବନାର ପ୍ରଚାର ପ୍ରସାରର ସ୍ୱଧିନତା ହେଇଛି ସମ୍ବିଧାନ | ଏହାର ପ୍ରିଏମ୍ବେଲ ମଧ୍ୟ ପ୍ରତିଫଳିତ କରୁଛି ଏହି କଥାକୁ | ହେଲେ ସୁପ୍ରିମ କୋର୍ଟଙ୍କ ଏଭଳି ପରାମର୍ଶ ଏବେ ଦେଶ ବ୍ୟାପି ବିତର୍କ ସୃଷ୍ଟି କରିଛି | କିଛି ଏହାକୁ ସମର୍ଥନ କରୁଥିବା ବେଳେ ଅନେକ ଏହାକୁ ବିରୋଧ ଜରୁଛନ୍ତି |। କାରଣ ସାରା ବିଶ୍ୱରେ ଅନ୍ୟାନ୍ୟ ମନ୍ଦିର ଓ ଆରାଧନା ପୀଠ ଅପେକ୍ଷା ପୁରୀ ଶ୍ରୀମନ୍ଦିରର ପୂଜାବିଧି ଓ ପରମ୍ପରା ଭିତ୍ତ ଏବଂ ବର୍ଷବର୍ଷ ଧରି ଏହା ଅପରିବର୍ତ୍ତିତ  ରହିଆସିଛି  । ପୁରୀ ଶ୍ରୀମନ୍ଦିର ବିଧି ବ୍ୟବସ୍ଥା ଅନୁସାରେ ଅଣ ହିନ୍ଦୁମାନେ ମନ୍ଦିର ଭିରତକୁ ପ୍ରବେଶ କରିପାରିବେ ନାହିଁ  । ଯେଉଁଥିପାଇଁ କୁହାଯାଏ ବର୍ଷକୁ ଥରେ ମହାପ୍ରଭୁ ଶ୍ରୀଜଗତ୍ତାଥ ଗୁଣ୍ଡି· ଯାତ୍ରା ସମୟରେ ସମଗ୍ର ବିଶ୍ୱର ଭକ୍ତଙ୍କୁ ଦର୍ଶନ ଦେବାପାଇଁ ବଡ ଦାଣ୍ଡକୁ ଓହ୍ଲାଇ ଆସନ୍ତି  । ଯେଉଁଠି ଜାତି ଧର୍ମ ବର୍ଣ୍ଣ କିମ୍ବା ବର୍ଗର କୌଣସି ବାଛବିଚାର ନଥାଏ  ଯେ କୌଣସି ଧର୍ମବିଶ୍ୱାସୀ ଠାକୁରଙ୍କୁ ଆ ପୁରାଇ ଦେବାର ସୌଭାଗ୍ୟ ପାଆନ୍ତି  ଯାହା ପୃଥିବୀରେ ଅନ୍ୟ କୌଣସି ମନ୍ଦିର ପରମ୍ପରାରେ ଦେବାକୁ ମିଳେନାହିଁ  ।

0
0
0
s2sdefault