ହେଡଲାଇନସ୍:

ଇରାନର ଚାବାହର ବନ୍ଦରକୁ ୨୦୧୯ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଭାରତ ଉଦ୍ୟମ କରୁଛି: ନୀତୀନ ଗଡକରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଦୁଶାନବେରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

୨୦୧୯ ମସିହା ସୁଦ୍ଧା ଇରାନର ଚାବାହର ବନ୍ଦରକୁ କାର୍ଯ୍ୟକ୍ରମ କରିବାକୁ ଭାରତ ଉଦ୍ୟମ କରୁଛି । କେନ୍ଦ୍ର ଜଳ ସମ୍ବଳ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ, ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡକରୀ ଦୁଶାନବେର ଭାରତୀୟ ଦୂତାବାସରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ରର ଉଦଘାଟନ ଅବସରରେ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି । 

ବିଗତ ଚାରି ବର୍ଷ ମଧ୍ୟରେ ଦେଶରେ ଏନଡିଏ ସରକାର ଲୋକଙ୍କ ବିକାଶ ତଥା ଚଳଣିରେ ଉଲ୍ଲେଖନୀୟ ପରିବର୍ତ୍ତନ  ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଶ୍ରୀ ଗଡକରୀ ଏହି ଅବସରରେ ସୂଚନା ଦେଇଥିଲେ । ମୌଳିକ ଭିତ୍ତିଭୂମିର ବିକାଶ ସହ ଦିନକୁ ୨୮ କିଲୋମିଟରର ଜାତୀୟ ରାଜପଥ ନିର୍ମାଣ ହେଉଥିବା ସେ କହିଥିଲେ । ସେ କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଦୁର୍ନୀତିମୁକ୍ତ, ସ୍ୱଚ୍ଛ ଏବଂ ପ୍ରତିବଦ୍ଧତାର ସହ ଦ୍ରୁତ ଗତିରେ ବିକାଶ ପଥରେ ଚାଲିଛି । ବିଗତ ଚାରି ବର୍ଷ ମଧ୍ୟରେ ବିଶ୍ୱସ୍ତରରେ ଭାରତର ଛବିରେ ଉନ୍ନତି ଘଟିଛି ଏବଂ ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍, ସ୍ୱଚ୍ଛତା ଇତ୍ୟାଦି ବିଭିନ୍ନ ବିଶ୍ୱସ୍ତରୀୟ ର୍ୟାଙ୍କିଙ୍ଗ୍ରେ ଭାରତର ଉନ୍ନତି ହୋଇଛି ।

ତାଜିକିସ୍ତାନରେ ଅନୁଷ୍ଠିତ ହେଉଥିବା ‘ଇଂଟରନ୍ୟାସନାଲ ଡିକେଡ୍ ଫର ଆକ୍ସନ; ୱାଟର ଫର ସଷ୍ଟେନବୁଲ ଡେଭଲପମେଂଟ’ ଶୀର୍ଷକ ଉଚ୍ଚସ୍ତରୀୟ ଅଧିବେଶନରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ଶ୍ରୀ ଗଡକରୀ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି । ଗସ୍ତ ଅବସରରେ ସେ ତାଜିକିସ୍ତାନର ବିଦେଶ ମନ୍ତ୍ରୀ ସିରୋଦଜିଦିନ୍ ମୁହରିଦିନଙ୍କ  ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବାକୁ ପାରସ୍ପରିକ ସହଯୋଗ ସକାଶେ ଉଭୟ ସହମତ ହୋଇଥିଲେ । ନୁଆଦିଲ୍ଲୀ ସହ ତାଜିକିସ୍ତାନର ଆର୍ଥିକ ସମ୍ପର୍କ ବୃଦ୍ଧି ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଶ୍ରୀ ଗଡକରୀ ତାଜିକିସ୍ତାନର ନେତାଙ୍କୁ ଅବଗତ କରାଇଥିଲେ । ତାଜିକସ୍ତାନର ମୌଳିକ ଭିତିଭୂମିର ବିକାଶ ଦିଗରେ ଭାରତୀୟ ବିଶେଷଜ୍ଞମାନେ ଯୋଗଦାନ କରିବାକୁ ଆଗ୍ରହୀ ବୋଲି ସେ କହିଥିଲେ ।

ଦୁଶାନବେରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ର ତାଜିକି ଓ ପ୍ରବାସୀ ଭାରତୀୟମାନଙ୍କୁ ହିନ୍ଦୀ, ସଂସ୍କୃତ, ଯୋଗ ସହ ସଙ୍ଗୀତ ଏବଂ ନୃତ୍ୟ ଶିକ୍ଷା ଦେବ । ତାଜିକ୍ ଲୋକଙ୍କ ମଧ୍ୟରେ ଏହା ଉତ୍ସାହ ଆଣିଦେଇଛି । (PIB)

 

0
0
0
s2sdefault