ହେଡଲାଇନସ୍:

ଋଷ ସହ ଦୀର୍ଘକାଳୀନ ଚୁକ୍ତି ଅନୁଯାୟୀ ପ୍ରଥମ ଏଲଏନଜି କାର୍ଗୋ ଦାହେଜରେ ପହଂଚିଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

04-06-18-dharmendra.jpg - 82.61 kB

 ଏକ ଭବ୍ୟ କାର୍ଯ୍ୟକ୍ରମରେ ସ୍ୱାଗତ କଲେ କେନ୍ଦ୍ର  ମନ୍ତ୍ରୀ ଧର୍ମେନ୍ଦ୍ର

ନୂଆଦିଲ୍ଲୀ - ଋଷର ଗେଜପ୍ରାମ ମାର୍କେଟିଂ ଏଣ୍ଡ ଟ୍ରେଡିଂ ସିଙ୍ଗାପୁର (ଜିଏମଟିଏସ) ତଥା ଗେଲ ମଧ୍ୟରେ ଦୀର୍ଘକାଳୀନ ଅବଧିି ପାଇଁ ଚୁକ୍ତି ଅନୁଯାୟୀ ପ୍ରଥମ ଏଲଏନଜି କାର୍ଗୋ ସୋମବାର ଦିନ ଗୁଜରାତର ଦାହେଜରେ ପେଟ୍ରାନେଟ ଏଲଏନଜି ଲିମିଟେଡ (ପିଏଲଏଲଏଲ)ର ଏଲଏନଜି ଟର୍ମିନାଲରେ ପହଂଚିଛି । 

ଏହି ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଗୋକୁ ସ୍ୱାଗତ କରିଛନ୍ତି । ନୂଆ ଦିଲ୍ଲୀର ଋଷର ବାଣିଜ୍ୟ କମିଶନର ଓ ଗେଜପ୍ରମର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଋଷରୁ ଏଲଏନଜି ଆମଦାନୀ  ଆରମ୍ଭ କରିବା ଦ୍ୱାରା ଭାରତ- ଋଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବିଶେଷ ଭାବେ ତୈଳ ଓ ଗ୍ୟାସ କ୍ଷେତ୍ରରେ ନୂଆ ଆୟାମ ଯୋଡି ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷର ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଉଭୟ ଦେଶ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଜୋର ଦେଇଥିଲେ । ଏହା ଆଜି ଏକ ସାକାର ରୂପ ନେଇଛି । ଉଲ୍ଲେଖନୀୟ ବର୍ତମାନ ଋଷ ବିଶ୍ୱର ସବୁଠାରୁ ବଡ ଅଶୋଧିତ ତୈଳ ଓ ବିଶ୍ୱର ଦ୍ୱିତୀୟ ସବୁଠାରୁ ବଡ ଗ୍ୟାସ ଉତ୍ପାଦକ  ଦେଶ ।  ସେହିପରି ଭାରତ ବିଶ୍ୱର ତୃତୀୟ ସବୁଠାରୁ ବଡ ଶକ୍ତି ଉତ୍ପାଦକ  ଓ ଏଲଏନଜିର ଚତୁର୍ଥ ବଡ ଆମଦାନୀ କରୁଥିବା ଦେଶ । ଆଗାମୀ ଦିନରେ ଭାରତର ହାଇଡ୍ରୋକାର୍ବନ କ୍ଷେତ୍ରରେ ଚାହିଦାକୁ ପୂରଣ କରିବା ପାଇଁ ଋଷ ଏକ ରପ୍ତାନୀକାରୀ ଦେଶ ହେବାର କ୍ଷମତା ରଖିଛି । 

04-06-19-d.jpg - 69.96 kB

 

0
0
0
s2sdefault