ହେଡଲାଇନସ୍:

୧୯ ମିନିଟରେ ୪, ୭୮୯ କିମି ଦୂରରେ ଥିବା  ଲକ୍ଷ୍ୟ କଲା ଭେଦ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅଗ୍ନି-୫’ର ସଫଳ ପରୀକ୍ଷଣ 

03-06-18-AGNI-5.jpg - 16.34 kB

ବାଲେଶ୍ୱର( ଉଜ୍ଜ୍ୱଳ କର ): ଭୁପୃଷ୍ଠ ରୁ ଭୁପୃଷ୍ଠକୁ  ନିକ୍ଷେପ ହେଉଥିବା ଦୂରଗାମୀ କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ସଂସ୍ଥା  ବ୍ୟବହାରିକ ପରୀକ୍ଷଣ ରବିବାର ସଫଳ ହୋଇଛି । ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ପକ୍ଷରୁ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଏପିଜେ ଅବଦୁଲ କାଲାମ ଦୀପର ଏକୀକୃତ ପରୀକ୍ଷା କେନ୍ଦ୍ରର ୪ ନଂ ଲଞ୍ଚ କମ୍ପେ୍ଲକରୁ ପୂର୍ବାହ୍ନ ୧୦.୪୮ ମିନିଟ୍ ସମୟରେ ଏହାକୁ ଉତ୍କ୍ଷେପଣ କରାଯାଇଥିଲା  । ୧୯ ମନିଟରେ ଏହା ୪ ହଜାର ୭୮୯ କିଲୋମିଟର ଦୂରରେ ଲକ୍ଷ୍ୟଭେଦ କରିଥିବା ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଲମ୍ବ ୧୭ ମିଟର ଲମ୍ବ, ୨ ମିଟର ମୋଟେଇ ତଥା ୫୦ ଟନ୍ ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ୧୫ ଶହ କିଲୋଗ୍ରାମ ଓଜନ ପର୍ଯ୍ୟନ୍ତ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରି ୫ ହଜାର କିଲୋମିଟର ଦୂରରେ ଲକ୍ଷ୍ୟଭେଦ କରିଥାଏ । ଭାରତ ଡାଇନାମିକ୍ ଲିମିଟେଡ୍ ଓ ଡିଆରଡିଓର ମିଳିତ ସହଯୋଗରେ ୩ ପର୍ଯ୍ୟାୟ ଇନ୍ଧନଯୁକ୍ତ ଅଗ୍ନି-୫ କ୍ଷେପଣାସ୍ତ୍ର ନିର୍ମିତ ହୋଇଥିଲା । ଅଗ୍ନି କ୍ଷେପଣାସ୍ତ୍ରର ପରିବର୍ତ୍ତିତ ବିକଶିତ ସ୍ୱରୂପ ହେଉଛି ଅଗ୍ନି-୫ । ୨୦୧୨ ମସିହା  ଏପ୍ରିଲ ୧୯ ତାରିଖରେ ଏହାର ପ୍ରଥମ ପରୀକ୍ଷା ହୋଇଥିବା ବେଳେ ୨୦୧୮ ମସିହା ଜାନୁଆରୀ ୧୮ ତାରିଖରେ ଏହା ଶେଷ ବା ପଞ୍ଚମ ପରୀକ୍ଷଣ ହୋଇଥିଲା ।  ଆଜିର ଏହି ସଫଳ ପରୀକ୍ଷଣକୁ ନେଇ ବୈଜ୍ଞାନିକ ଓ କ୍ଷେପଣାସ୍ତ୍ର ବିଶେଷଜ୍ଞଙ୍କ ସମେତ ପ୍ରତିରକ୍ଷା ବିଭାଗର ଅଧିକାରୀ ତଥା କର୍ମଚାରୀଙ୍କ ମଧ୍ୟରେ ବେଶ୍ ଖୁସିର ଲହରୀ ଖେଳିଯାଇଛି ।

 

0
0
0
s2sdefault