ହେଡଲାଇନସ୍:

ବାପା- ମାଙ୍କୁ ହଇରାଣ କରୁଥିବା ପୁଅ ସାବଧାନ :  ଘରୁ ତଡା ଖାଇବା ସହ ସମ୍ପତ୍ତିରୁ ହୋଇ ପାରନ୍ତି ବେଦଖଲ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

23-05-18-elderly-w.jpg - 59.91 kB 

ମାଙ୍କ ହଇରାଣ କରୁଥିବା ପୁଅକୁ ଘରୁ ବିଦା କରିବାକୁ କୋର୍ଟ ଦେଲେ ଆଦେଶ 

 

କିଛି ଦିନ ତଳେ ସର୍ବୋଚ୍ଚ ଅଦାଲତ,  ଦିଲ୍ଲୀ ହାଇକୋର୍ଟ ବାପା ମାଙ୍କୁ ହଇରାଣ କରୁଥିବା ପୁଅ ବୋହୁଙ୍କୁ ପାନେ ଦେବାକୁ ଗୁରୁତ୍ୱ ଅଯରଣ ରାୟ ଦେଇ ଥିବା ବେଳେ ଏବେ ମୁମ୍ବାଇ ହାଇକୋର୍ଟ ବି ସେଭଳି ଏକ ଐତିହାସିକ ରାୟ ଦେଇଛନ୍ତି |  ବାପ ମାଙ୍କୁ ହଇରାଣ କରୁଥିବା ପୁଅ ବୋହୁ ଘରୁ  ତଡା ଖାଇପାରନ୍ତି ଓ ଏମିତିକି ଆପଣ ପୈତୃକ ସମ୍ପତ୍ତି ଅଧିକାରରୁ ବଞ୍ଚିତ ହୋଇପାରନ୍ତି ବୋଲି ହାଇକୋର୍ଟ ତାଙ୍କ ରାୟରେ କହିବା ସହ, ମାଙ୍କୁ ହଇରାଣ କରୁଥିବା ଜଣେ ପୁଅକୁ ଓ ତା ବୋହୁଙ୍କୁ ଘରୁ ବାହାରି  ଯିବା ପାଇଁ ଆଦେଶ ଦେଇଛନ୍ତି । 

ମାନ୍ୟବର ମୁମ୍ବାଇ ହାଇକୋର୍ଟଙ୍କ ରାୟ ଆସିଛି  ଜଣେ ୭୫ ବର୍ଷୀୟ ମହିଳାଙ୍କ ସପକ୍ଷରେ, ତାଙ୍କ ପୁଅ କରିଥିବାଏକ ଆବେଦନର ବିଚାର କରି | ମାଙ୍କୁ ପୁଅ ବାରମ୍ବାର ଦୁର୍ବ୍ୟବହାର  କରୁଥିବା କାରଣରୁ ସମ୍ପୃକ୍ତ ପୁଅକୁ ଘରକୁ ପ୍ରବେଶ ନେଇ ବାରଣ କରିଛନ୍ତି ।ପୁଅ ଦ୍ୱାରା ଅବହେଳାର ଶିକାର ହୋଇଥିବା ସମ୍ପୃକ୍ତ ମହିଳା ଜଣକ ପେସାରେ ଜଣେ ଡାକ୍ତର । ମୁମ୍ବାଇ ହାଇକୋର୍ଟର ଜଷ୍ଟିସ କଥାଲାଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ମହିଳାଙ୍କ ପୁଅଙ୍କର ଗୃହ ପ୍ରବେଶ ଆବେଦନକୁ ଖାରଜ କରିଦେଇଛନ୍ତି । ଖଣ୍ଡପୀଠ କହିଥିଲେ , ଯଦି ମା ପୁଅ ଦ୍ୱାରା ହଇରାଣ ହେଉଥିବା ଅଭିଯୋଗ ଆସିଛି, ତେବେ ଅଭିଯୁକ୍ତ ପୁଅର ମାଙ୍କ ଘର ଉପରେ କୌଣସି ଅଧିକାର ନାହିଁ । ମାମଲା ଆଧାରରେ ସେ କୌଣସି ପ୍ରକାରର ହକ୍ ଓ ଘରକୁ ନେଇ ପୁଅ ପ୍ରବେଶ ଦାବି କରିପାରିବେ ନାହିଁ । ତେବେ ପୁଅ ଏ ନେଇ ପାଲଟା ଅଭିଯୋଗ କରିଥିଲେ  । ସେ କହି ଥିଲେ ଯେ ,ତାଙ୍କ ପତ୍ନୀ ଓ ପିଲାମାନେ ଘରୁ ବାହାରକୁ ଯାଇଥିବାବେଳେ ତାଙ୍କ ମା ଘରର ତାଲା ବଦଳାଇ ଦେଇଥିଲେ  । ଏଥି ସହ ତାଙ୍କୁ ଘରକୁ ପଶିବାକୁ ଦେଉ ନାହାଁନ୍ତି । ତେଣୁ ସେ କୋର୍ଟ ନିକଟରେ ଘରକୁ ପ୍ରବେଶ କରିବାର ଅନୁମତି ମାଗିଥିଲେ  । ସେ ଅଭିଯୋଗ କରିଥିଲେ ଯେ, ତାଙ୍କ ମା ତାଙ୍କୁ ଓ ତାଙ୍କ ପରିବାରକୁ ଘରୁ ବାହାର କରିଦେଇଛନ୍ତି ଏବଂ ସମ୍ପତ୍ତିରୁ ବେଦଖଲ କରିଦେଇଛନ୍ତି । ଯେଉଁଥିରେ କି ତାଙ୍କର ଅଧିକାର ରହିଛି । ମହିଳା ଜଣକ ଅଦାଲତଙ୍କ ନିକଟରେ ତାଙ୍କ ଗୁହାରିରେ କହିଥିଲେ ଯେ ଘରଟି ତାଙ୍କର ଓ ତାଙ୍କ ସ୍ୱର୍ଗତ ସ୍ୱାମୀଙ୍କ ନାଁରେ ଅଛି । ତାଙ୍କ ପୁଅ ତାଙ୍କୁ ଦୀର୍ଘ ବର୍ଷ ହେଲାଣି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ଏପରିକି ତାଙ୍କ ପୁଅର ପତ୍ନୀ ମଧ୍ୟ ତାଙ୍କୁ ମାନସିକ ଓ ଶାରୀରିକ ଭାବେ ନାନାଦି ନିର୍ଯାତନା  କରୁଛନ୍ତି । ସେ ଆହୁରି ମଧ୍ୟ କହିଥିଲେ  ଯେ ତାଙ୍କ ପୁଅର ଏଭଳି ଦୁର୍ବ୍ୟବହାର ପାଇଁ ତାର ମାନସିକ ଚିକିତ୍ସା ବ୍ୟବସ୍ଥା କରାଇଥିଲେ  । ହେଲେ ଏହା ପରେ ମଧ୍ୟ ତାର ଆଚାର ବ୍ୟବହାରରେ କୌଣସି ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳି ନଥିଲା  । ଫଳରେ ସେ ଅନେକ ଡରିଯାଇଥିଲେ । ତେଣୁ ଦିନେ ତାଙ୍କ ପୁଅ, ବୋହୁ ଓ ନାତି ଘରୁ ବାହାରକୁ ଯାଇଥିବା ବେଳେ ସେ ନିଜକୁ ସୁରକ୍ଷିତ ରଖିବା ପାଇଁ ଘରର ତାଲା ବଦଳାଇ ଦେଇଥିଲେ । ମହିଳା ଜଣକୁ ସ୍ଥାନୀୟ ପୋଲିସ ସୁରକ୍ଷା ଦେବାକୁ କୋର୍ଟଙ୍କ ନିକଟରେ ଆବେଦନ ମଧ୍ୟ କରିଥିଲେ । ଖଣ୍ଡପୀଠ ସମ୍ପୃକ୍ତ ମହିଳାଙ୍କ ଜୀବନ ପ୍ରତି ବିପଦ ଥିବା ଯୋଗୁ ତାଙ୍କୁ ସୁରକ୍ଷା ଯୋଗାଇଦେବା  ପାଇଁ ପୋଲିସ କୁ ନିର୍ଦ୍ଦେଶ ଦେବା ସହ ତାଙ୍କ ପୁଅ ଓ ବୋହୂଙ୍କୁ ତାଙ୍କ ମାଙ୍କ ଘରୁ ନିଜର ସମସ୍ତ ଜିନିଷପତ୍ର ତୁରନ୍ତ ଖାଲି  କରିବାକୁ ମାନ୍ୟବର ଅଦାଲତ ଆଦେଶ ଦେଇଛନ୍ତି  ।

0
0
0
s2sdefault