ବାରଣାସୀରେ ଦୀନଦୟାଲ ହସ୍ତକଳା ସଙ୍କୁଳ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ବାରଣାସୀ-ବଦୋଦରା ମହାମନା ଏକ୍ସପ୍ରେସ ଚଳାଚଳର ହେଲା ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁୁବନେଶ୍ୱର, - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତ ଅବସରରେ ଏକ ହସ୍ତଶିଳ୍ପ ବିପଣନ କେନ୍ଦ୍ର-ଦୀନଦୟାଲ ହସ୍ତକଳା ସଙ୍କୁଳକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନଭେମ୍ବର ୨୦୧୪ରେ ଏହି କେନ୍ଦ୍ର ପାଇଁ ଆଧାରଶିଳା ରଖିଥିଲେ । ଉଦ୍ଘାଟନ ପରେ ଶ୍ରୀ ମୋଦୀ ହସ୍ତକଳା ସଙ୍କୁଳ ବୁଲି ଦେଖିଥିଲେ । 

ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀଠାରେ ଭିଡିଓ ଲିଙ୍କ ଜରିଆରେ ମହାମନା ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିଥିଲେ । ଏହି ଟ୍ରେନ ବାରଣାସୀ, ସୁରଟ ଓ ବଦୋଦରା ମଧ୍ୟରେ ଚଳାଚଳ କରିବ । ସହରରେ ବିଭିନ୍ନ ବିକାଶ ପ୍ରକଳ୍ପର ଲୋକାର୍ପଣ କରିବା ସହ ପ୍ରଧାନମନ୍ତ୍ରୀ ଆଉ କେତେକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେ ଉକôର୍ଷ ବ୍ୟାଙ୍କର ବ୍ୟବସାୟିକ ସେବାକୁ ଭାବେ ଉଦ୍ଘାଟନ କରିବା ସହ ଏହାର ମୁଖ୍ୟାଳୟ ନିର୍ମାଣ କାର୍ଯ୍ୟର ଭିତିସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ବାରଣାସୀର ଲୋକଙ୍କ ପାଇଁ ଜଳ ଆମ୍ବୁଲାନ୍ସ ସେବା ଏବଂ ଜଳ ଶବ ବାହନ ସେବାକୁ ମଧ୍ୟ ଭିଡିଓ ଲିଙ୍କ ଜରିଆରେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ ବୁଣାକାର ଏବଂ ସେମାନଙ୍କ ସନ୍ତାନସନ୍ତତିଙ୍କୁ ଲୁଗାବୁଣା କିଟ୍ ଏବଂ ସୌର ଲଣ୍ଠନ ଆବଂଟନ କରିଥିଲେ । 

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗୋଟିଏ ମଂଚ ଉପରୁ ୧୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ଉଦ୍ଘାଟନ ଏବଂ ଶିଳାନ୍ୟାସ କରାଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବାରଣାସୀରେ ନୂତନ ବାଣିଜ୍ୟ ସୁଗମ୍ୟ କେନ୍ଦ୍ର ବହୁ ପ୍ରତିକ୍ଷିତ ଥିଲା । ଏହି କେନ୍ଦ୍ରରେ ବାରଣାସୀର ଦକ୍ଷ ଓ ସାମର୍ଥ୍ୟବାନ ବୁଣାକାର ଓ ହସ୍ତଶିଳ୍ପୀମାନେ ସେମାନଙ୍କର ବସ୍ତ୍ରକଳା ଓ ହସ୍ତଶିଳ୍ପ ସାମଗ୍ରୀକୁ ଦୁନିଆ ଆଗରେ ସୁନ୍ଦର ଭାବରେ ପ୍ରଦର୍ଶନ କରାଇବାର ସୁଯୋଗ ପାଇବେ । ଏହା ସେମାନଙ୍କ ପାଇଁ ଭବିଷ୍ୟତରେ ଅନେକ ଆର୍ଥିକ ସୁବିଧା ଆଣିଦେବ । ସ୍ଥାନୀୟ ଲୋକମାନେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏହି କେନ୍ଦ୍ରକୁ ବୁଲି ଆସିବା ପାଇଁ ପ୍ରବର୍ତାଇବା ସକାଶେ ସେ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ହସ୍ତଶିଳ୍ପ ଓ ବସ୍ତ୍ରଶିଳ୍ପ ସାମଗ୍ରୀ ପ୍ରତି ପର୍ଯ୍ୟଟକମାନଙ୍କ ମଧ୍ୟରେ ଆଦର ବଢ଼ିବ ଏବଂ ଏହାର ବିକ୍ରିବଟା ଅଧିକ ହେବ । 

ପ୍ରଧାନମନ୍ତ୍ରୀ କହିଥିଲେ, ସବୁ ସମସ୍ୟାର ପନ୍ଥା ହେଉଛି ବିକାଶ । ଗରୀବମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ଆଣିବା ଉପରେ ତାଙ୍କ ସରକାର ଗୁରୁତ୍ୱାରୋପ କରି ଆଗକୁ ବଢ଼ୁଛନ୍ତି । କେବଳ ସେତିକି ନୁହଁ, ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ଏକ ଉତମ ପରିବେଶ ସୃଷ୍ଟି କରିବାକୁ ପ୍ରୟାସ ହେଉଛି । ଏହି ପରିପ୍ରେକ୍ଷୀରେ ଉତ୍କର୍ଷ ବ୍ୟାଙ୍କର କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ । ଜଳ ଆମ୍ବୁଲେନ୍ସ ଏବଂ ଜଳ ଶବ ବାହିନୀ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ, ଜଳ ପଥରେ କିଭଳି ବିକାଶର ମାର୍ଗ ପ୍ରଶସ୍ତ ହୋଇପାରିବ ତାହାର ଏହା ହେଉଛି ଏକ ଜ୍ୱଳନ୍ତ ଉଦାହରଣ ।

ମହାମନା ଏକ୍ସପ୍ରେସ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୧୪ ସଂସଦୀୟ ନିର୍ବାଚନରେ ସେ ଉଭୟ ବାରଣାସୀ ଓ ବଦୋଦରାରୁ ନିର୍ବାଚନ ଲଢ଼ିଥିଲେ । ଏବେ ଏହି ଦୁଇଟି ସହରକୁ ରେଳ ଯୋଗେ ପରସ୍ପର ମଧ୍ୟରେ ଯୋଡିବାର ଏହା ଏକ ସଫଳ ପ୍ରୟାସ । ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଭାରତ ଦୃତ ଗତିରେ ଆଗକୁ ବଢ଼ୁଛି । ରାଷ୍ଟ୍ର ହିତକୁ ଦୃଷ୍ଟିରେ ରଖି ଦୃଢ଼ ନିଷ୍ପତିମାନ ନିଆଯାଉଛି । ପଶ୍ଚିମ ଭାରତର ବିକାଶ ସହିତ ତାଳ ଦେଇ ପୂର୍ବ ଭାରତର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ଏଥିପାଇଁ ଆଜି ବାରଣାସୀରୁ ଅନେକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରାଯାଇଛି ଯାହାକି ପୂର୍ବାଂଚଳର ବିକାଶକୁ ତ୍ୱରାନ୍ୱିତ କରିବ 

0
0
0
s2sdefault