ହେଡଲାଇନସ୍:

ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅନ୍ତର୍ଗତ ସେପ୍ଟେମ୍ବର 18 ସୁଦ୍ଧା 9.79 ଲକ୍ଷ କର୍ମଦିବସ ସୃଷ୍ଟି କରିଛି ରେଳବାଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

● ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଭଳି 6ଟି ରାଜ୍ୟରେ ସୃଷ୍ଟି ହୋଇଛି ଏହି କର୍ମଦିବସ

● ନିଜେ ରେଳ ମନ୍ତ୍ରୀ ପ୍ରକଳ୍ପଗୁଡିକର ଅଗ୍ରଗତି ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଏହି ଯୋଜନାରେ ସୃଷ୍ଟ ନିଯୁକ୍ତି ସୁଯୋଗ ନୀରିକ୍ଷଣ କରୁଛନ୍ତି

● ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପାଇଁ ଠିକାଦାରମାନଙ୍କୁ ସେପ୍ଟେମ୍ବର 18, 2020 ସୁଦ୍ଧା 2056.97 କୋଟି ଟଙ୍କା ପ୍ରଦାନ କରାଯାଇଛି

● 6ଟି ରାଜ୍ୟର 116ଟି ଜିଲ୍ଲାରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ ହୋଇଛି

● ଏହି ରାଜ୍ୟଗୁଡିକରେ 164 ରେଳ ଭିତ୍ତିଭୂମି ପ୍ରକଳ୍ପ କାମ ଚାଲିଛି

New Delhi( Shasak Prashasak)

ଭାରତୀୟ ରେଳବାଇ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅନ୍ତର୍ଗତ 6ଟି ରାଜ୍ୟ ଯଥା- ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ସେପ୍ଟେମ୍ବର 18, 2020 ସୁଦ୍ଧା 9,79,557 କର୍ମଦିବସ ସୃଷ୍ଟି କରିଛି ।

ରେଳ ତଥା ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ତଥା ଏହି ୬ଟି ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ସୃଷ୍ଟ ନିଯୁକ୍ତି ସୁଯୋଗ ଉପରେ ନଜର ରଖିଛନ୍ତି । ଏହି ରାଜ୍ୟଗୁଡିକରେ ପ୍ରାୟ 164 ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।

ସେପ୍ଟେମ୍ବର 18, 2020 ପର୍ଯ୍ୟନ୍ତ ଏହି ଅଭିଯାନରେ 12,276 ଶ୍ରମିକ କର୍ମନିଯୁକ୍ତି ପାଇଛନ୍ତି ଓ ପ୍ରକଳ୍ପ କାମ ପାଇଁ ଠିକାଦାରମାନଙ୍କୁ 2056.97 କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ସହ ଘନିଷ୍ଠ ସମନ୍ୱୟ ରଖିବା ପାଇଁ ରେଳବାଇ ପକ୍ଷରୁ ରାଜ୍ୟ ସ୍ତରୀୟ ତଥା ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ନିଯୁକ୍ତ ହୋଇଛନ୍ତି ।

ରେଳବାଇ ପକ୍ଷରୁ ଅନେକଗୁଡିଏ କାମ ଏହି ଯୋଜନାରେ କରିବାକୁ ଚିହ୍ନଟ କରାଯାଇଛି । ଯଥା (1) ଲେଭଲ କ୍ରସିଂ ଆପ୍ରୋଚ ରୋଡ ନିର୍ମାଣ ଓ ମରାମତି (2) ଟ୍ରାକ ପାଖରେ ଥିବା ପଙ୍କୁଆ ଜଳଉତ୍ସ, ଖାଲୁଆ ସ୍ଥାନ ଓ ଡ୍ରେନର ସଫେଇ ତଥା ଉନ୍ନତିକରଣ (3) ରେଳ ଷ୍ଟେସନ ଆପ୍ରୋଚ ରୋଡ ନିର୍ମାଣ ଓ ମରାମତି (4) ରେଳବାଇ ତଟବନ୍ଧ/କଟିଂ ମରାମତି ଓ ପ୍ରଶସ୍ତିକରଣ (5) ରେଳବାଇ ଜମି ଶେଷ ସୀମାରେ ବୃକ୍ଷରୋପଣ ଓ (6) ପୁରୁଣା ତଟବନ୍ଧ/କଟିଂ/ ପୋଲର ସଂରକ୍ଷଣ ।

 ଏଠାରେ ଉଲ୍ଲେଖଯୋଗ୍ୟ ଯେ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 20, 2020ରେ କୋଭିଡ-19 ଯୋଗୁଁ ପ୍ରଭାବିତ ହୋଇ ସହର/ଗାଁକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକଙ୍କୁ ଜୀବିକା ପ୍ରଦାନ ତଥା ସଶକ୍ତିକରଣ ପାଇଁ ବିଶାଳ ନିଯୁକ୍ତି ଓ ଗ୍ରାମୀଣ ସାର୍ବଜନୀନ ନିର୍ମାଣ ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଥିଲେ । ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅନ୍ତର୍ଗତ ସ୍ଥାୟୀ ଗ୍ରାମୀଣ ଭିତ୍ତିଭୂମି ପାଇଁ 50 ହଜାର କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

 ଏହି 125 ଦିନିଆ ଅଭିଯାନକୁ ମିଶନ ମୋଡରେ କାର୍ଯ୍ୟକାରୀ କରାଯାଉଛି । ଏଥିରେ 6ଟି ରାଜ୍ୟର 116ଟି ଜିଲ୍ଲାରେ 25 ପ୍ରକାର କାମ ସାମିଲ ରହିଛି । ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା, ରାଜସ୍ଥାନ ଓ ଉତ୍ତରପ୍ରଦେଶକୁ ଅନ୍ୟ ରାଜ୍ୟରୁ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ଫେରିଛନ୍ତି । ଏହି ଅଭିଯାନ ଅନ୍ତର୍ଗତ ଅନେକ ସାର୍ବଜନୀନ କାମ ସମ୍ପାଦିତ ହେଉଛି । ଏହି କାମଗୁଡିକ ପାଇଁ 50 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଏହି ଅଭିଯାନ 12ଟି ବିଭିନ୍ନ ମନ୍ତ୍ରଣାଳୟ/ବିଭାଗର ମିଳିତ ଉଦ୍ୟମରେ ସମ୍ପାଦିତ ହେଉଛି । ସେଗୁଡିକ ହେଲା ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ସଡକ ପରିବହନ ଓ ରାଜପଥ, ଖଣି, ପିଇବା ପାଣି ଓ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ନୂତନ ଓ ଅକ୍ଷୟ ଶକ୍ତି, ସୀମା ସଡକ, ଟେଲିକମ ଓ କୃଷି । 25ଟି ସାର୍ବଜନୀନ ନିର୍ମାଣ କାମକୁ ତ୍ୱରାନ୍ୱିତ କରି ଜୀବିକା ସୁଯୋଗ ବୃଦ୍ଧି ପାଇଁ ପ୍ରୟାସ ହେଉଛି ।

 

0
0
0
s2sdefault