ମୋଦି ସରକାରଙ୍କ ସମସ୍ତ ନିଷ୍ପତି ଇସ୍ପାତି ଇରାଦାକୁ ଦର୍ଶାଉଛି : ଧର୍ମେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୋଦି ସରକାର ୨.୦ର ପ୍ରଥମ ବର୍ଷର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

ଦଶନ୍ଧି ଦଶନ୍ଧିର ପ୍ରତିଶ୍ରୁତିକୁ ପୂରଣ କରୁଛନ୍ତି, ଐତିହାସିକ ତ୍ରୁଟିକୁ ସୁଧାରୁଛନ୍ତି ପ୍ରଧାନମନ୍ତ୍ରୀ

 ଅଯୋଧ୍ୟା ଉପରେ ଐତିହାସିକ ରାୟ ରାମ ମନ୍ଦିର ନିର୍ମାଣର ମାର୍ଗକୁ ପ୍ରଶସ୍ତ କରିଛି

 ଧାରା ୩୭୦ ଉଚ୍ଛେଦ ‘ଗୋଟିଏ ଦେଶ, ଗୋଟିଏ ସମ୍ବିଧାନ’ର ସ୍ୱପ୍ନକୁ ପୂରଣ କରିଛି

 ନାଗରିକତା ସଂଶୋଧନ ଆଇନ(ସିଏଏ)ବିଭିନ୍ନ ବର୍ଗ ଏବଂ ସଂସ୍କୃତିର ଲୋକଙ୍କୁ ଏକାଠି କରିଛି

 ମହିଳାଙ୍କ ସମ୍ମାନ ଏବଂ ସମାନତାକୁ ନିଶ୍ଚିତ କରିଛନ୍ତି ମୋଦି ସରକାର

 ଆତଙ୍କବାଦ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ  ମୋଦିଙ୍କ ଦୃଢ଼ ନେତୃତ୍ୱର ପରିଚୟ

 ପ୍ରଶାସନିକ ବ୍ୟବସ୍ଥାକୁ ସ୍ୱାଧୀନତା ଦିଆଯିବା ଦ୍ୱାରା ଦେଶରେ ପ୍ରଗତି ଏବଂ ସମୃଦ୍ଧିର ନୂଆ ସକାଳର ଉଦୟ ହୋଇଛି

ନୂଆଦିଲ୍ଲୀ/ଭୁବନେଶ୍ୱର,  – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦଶନ୍ଧି ଦଶନ୍ଧି ଧରି ବିଚାରଧୀନ ଥିବା ଅନେକ ପ୍ରତିଶ୍ରୁତିକୁ ପୂରଣ କରାଯାଉଛି ଏବଂ ଏହା ହିଁ ନୂଆ ଭାରତକୁ ନିର୍ମାଣ କରାଯିବାର ପ୍ରମାଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ମୋଦି ସରକାର ୨.୦ର ପ୍ରଥମ ବର୍ଷର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ଯଦି ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ, ଗରିବଙ୍କ ସମ୍ମାନରେ ବୃଦ୍ଧି ଏବଂ ଜୀବନଶୈଳିରେ ଉନ୍ନତି ଆଣିବା ଦିଗରେ ଥିଲା ତେବେ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ଐତିହାସିକ ଓ ସାହସିକ ନିଷ୍ପତ୍ତି ଏବଂ ଭାରତୀୟଙ୍କ ଆକାଂକ୍ଷାକୁ ପୂରଣ କରିବାକୁ ଦର୍ଶାଉଛି ।

ମୋଦି ସରକାର ୨.୦ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ସଫଳତାର ଉପଲବ୍ଧି । ଅଯୋଧ୍ୟା ଉପରେ ଐତିହାସିକ ରାୟ ବୃହତ ରାମ ମନ୍ଦିର ନିର୍ମାଣର ମାର୍ଗକୁ ପ୍ରଶସ୍ତ କରିଛି ତଥା ସଂସଦର ସର୍ବତ୍ତୋମ ପ୍ରଦର୍ଶନ ନୂଆ ମାନଦଣ୍ଡ ସୃଷ୍ଟି କରିଛି । ସେହିପରି ଧାରା ୩୭୦ ଉଚ୍ଛେଦ ଭାରତକୁ ଏକାଠି କରିବା ସହ ‘ଗୋଟିଏ ଦେଶ, ଗୋଟିଏ ସମ୍ବିଧାନ’ର ସ୍ୱପ୍ନକୁ ପୂରଣ କରିଛି  । ନାଗରିକତା ସଂଶୋଧନ ଆଇନ(ସିଏଏ)ର ସଂଶୋଧନ ଦ୍ୱାରା ବିଭିନ୍ନ ବର୍ଗ ଏବଂ ସଂସ୍କୃତିର ଲୋକଙ୍କୁ ଆପଣାଇବା ଭାରତର ପୁରୁଣା ପରମ୍ପରାର ଅଭିବ୍ୟକ୍ତିକୁ ଦର୍ଶାଉଛି  ।

ମହିଳାଙ୍କ ସମ୍ମାନ ଏବଂ ସମାନତାକୁ ନିଶ୍ଚିତ କରିବା ପାଇଁ ପ୍ରତ୍ୟାବର୍ତ୍ତନ ଆଇନ୍ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ମୋଦି ସରକାରଙ୍କ ମାନବିକତାର ପରିଚୟ  । ସେହିପରି ଆତଙ୍କବାଦ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା ଏବଂ ଭାରତର ସାର୍ବଭୌମତ୍ୱ ଉପରେ ଆକ୍ରମଣ କୌଣସି ଖେଳ ଘର ନୁହଁ ବୋଲି ହୃଦୟଙ୍ଗମ କରାଇବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ ନେତୃତ୍ୱକୁ ଦର୍ଶାଉଛି  ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ରାଜନୈତିକ ପରମ୍ପରାରେ ପରିବର୍ତ୍ତନ ଆସିଛି  । ମୋଦି ସରକାରଙ୍କ ସମସ୍ତ ନିଷ୍ପତି ଇସ୍ପାତି ଇରାଦାକୁ ଦର୍ଶାଉଛି ଏବଂ ଐତିହାସିକ ଭୁଲକୁ ସୁଧାରି ଭାରତର ବିକାଶକୁ ତ୍ୱରାନ୍ୱିତ କରୁଛି  । ମୋଦି ସରକାର ସୁଶାସନ ଜରିଆରେ ନାଗରିକଙ୍କ ପ୍ରତିଶ୍ରୁତିକୁ ପୂରଣ କରି ସେମାନଙ୍କ ଆକାଂକ୍ଷାକୁ ପୂରଣ କରିଛନ୍ତି ଓ ଆତ୍ମନିର୍ଭର ଭାରତ କରିବା ଦିଗରେ ସଂକଳ୍ପବଦ୍ଧ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି  ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱରେ ଭାରତର ବିକାଶ ଯାତ୍ରା ଅତୁଳନୀୟ  । ବିଗତ ୬ ବର୍ଷରେ ପ୍ରଶାସନିକ ବ୍ୟବସ୍ଥାକୁ ସ୍ୱାଧୀନତା ଦିଆଯିବା ଏବଂ ଏହି କାରଣରୁ ଦେଶରେ ପ୍ରଗତି ଏବଂ ସମୃଦ୍ଧିର ଏକ ନୂଆ ସକାଳର ଉଦୟ ହେବାର ସାକ୍ଷୀ ସମସ୍ତେ ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି । 

0
0
0
s2sdefault