ହେଡଲାଇନସ୍:

ବିଳମ୍ବିତ ରାତିରେ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ଗିରିଶ ମୁର୍ମୁ, ହେବେ ଦେଶର ସିଏଜି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରିଷ୍ଠ ବିଜେପିନେତା ମନୋଜ ସିହ୍ନା ହେଲେ କାଶ୍ମୀର ଉପରାଜ୍ୟପାଳ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଜାମ୍ମୁ-କାଶ୍ମୀରର  ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରିବା ସହ ବରିଷ୍ଠ ବିଜେପି ନେତା ମନୋଜ ସିହ୍ନାଙ୍କୁ  ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କାଶ୍ମୀରର  ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତି ଦେଇଛନ୍ତି | ଏ ବିଷୟ ରାଷ୍ଟ୍ରପତି କୋବିନ୍ଦଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି | ସୂଚନାଯୋଗ୍ୟ , ଜମ୍ମୁକାଶ୍ମୀର ବିଭାଜନ ଓ ୩୭୦ ଧାରା ଉଚ୍ଛେଦର ବର୍ଷପୂର୍ତ୍ତି ଗତକାଲି ପୁରାଣ ହୋଇଥିବା ବେଳେ ବିଳମ୍ବିତ ରାତିରେ ଇସ୍ତଫଫା ଦେଇଥିଲେ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଓଡ଼ିଆ ଆଇଏଏସ  ଅଫିସର ଗିରିଶ ଚନ୍ଦ୍ର ମୁର୍ମୁ | ଅକ୍ଟୋବର ୨୦୧୯ରେ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଶ୍ରୀ ମୁର୍ମୁ ଗତ କାଲି ଇସ୍ତଫା ଦେବା ପରେ ତାଙ୍କୁ ଦେଶର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି | 

ନବନିଯୁକ୍ତ ଉପରାଜ୍ୟପାଳ ଶ୍ରୀ  ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ଯୋଗାଯୋଗ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ ) ଏବଂ ରେଳବାଇ ରାଷ୍ଟ୍ରମନ୍ତ୍ରୀ ଭାବେ କାୟା କରିଥିଲେ। ପୂର୍ବ ଉତ୍ତରପ୍ରଦେଶର ଗାଜିପୁରର ସଂସଦୀୟ ନିର୍ବାଚନମଣ୍ଡଳୀରୁ ସିହ୍ନା ତିନିଥର ବିଜେପି ସାଂସଦ। ୨୦୧୯ ଲୋକସଭା ନିର୍ବାଚନରେ ​​ସେ ବାହୁଜନ ସମାଜ ପାର୍ଟି (ବିଏସପି) ଆଫଜାଲ ଅନସାରୀଙ୍କ ଦ୍ୱାରା ପରାସ୍ତ ହୋଇଥିଲେ |

ଗୁଜୁରାଟ କ୍ୟାଡରର 1985 ବ୍ୟାଚ୍ ଆଇଏଏସ୍ ଅଧିକାରୀ ମୁର୍ମୁ, ରାଜସ୍ଥାନ କ୍ୟାଡରର 1978 ବ୍ୟାଚ୍ ଆଇଏଏସ୍ ଅଧିକାରୀ ରାଜୀବ ମେହେରୀଙ୍କ ବଦଳରେ  ସିଏଜି ଭାବରେ ଦାୟିତ୍ୱ ନେବେ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ମୁର୍ମୁ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ  ସଚିବ ଭାବରେ କାର୍ଯ୍ୟ କରିଛନ୍ତି |

0
0
0
s2sdefault