ହେଡଲାଇନସ୍:

ଉଦ୍ଧବ ନେଲେ ଶପଥ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୂଆଦିଲ୍ଲୀ(ଶାସକ ପ୍ରଶାସକ) : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ ଆଜି ରାଜ୍ୟ ବିଧାନ ପରିଷଦର ବିଧାୟକ ଭାବେ ଶପଥ ନେଇଛନ୍ତି | ରାଜ୍ୟ ବିଧାନ ସଭାର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ପ୍ରଥମ ଥରପାଇଁ ଓ  ତାଙ୍କ ପରିବାରରୁ ଦ୍ଵିତୀୟ ବ୍ୟକ୍ତି ଭାବେ(ପୁତ୍ର ଉଦ୍ଧବଙ୍କ ପରେ) ବିଧାୟକ ହିସାବରେ ଶପଥ ଗ୍ରହଣ କରିଛନ୍ତି  | ଉଦ୍ଧବଙ୍କୁ ମିଶାଇ ବିଧାନ ପରିଷଦକୁ ଗତ ସପ୍ତାହରେ ନିର୍ଦ୍ବନ୍ଦ୍ବରେ  ନିର୍ବାଚିତ ହୋଇଥିବା ମହାରାଷ୍ଟ୍ର ବିକାଶ ଆଗାଡ଼ି ଓ ବିରୋଧୀ ଦଳର ୯ ଜଣ ବିଧାୟକ ଶପଥ ନେଇଛନ୍ତି | ଶପଥ ଗ୍ରହଣ ଉତ୍ସବକୁ ଉଦ୍ଧବ ତାଙ୍କ ପତ୍ନୀ ରଶ୍ମି ଓ ପୁଅ ଆଦିତ୍ୟଙ୍କ ସହ ଶପଥ ଗ୍ରହଣ ସ୍ଥଳକୁ ଯାଇଥିଲେ | 

ସୂଚନାଯୋଗ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ ମୁଖ୍ୟମନ୍ତ୍ରୀ ଭାବେ ନଭେମ୍ବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ରାଜ୍ୟ ଵ୍ୟାପସ୍ଥାପିକାର ସଭ୍ୟ ନଥିଲେ | ସାମ୍ବିଧାନିକ ବିଧି ଵ୍ୟଵସ୍ଥା ଅନୁଯାୟୀ ତାଙ୍କୁ ୬ ମାସ ମଧ୍ୟରେ ଅର୍ଥାତ ମେ ୨୭ ପୂର୍ବରୁ ରାଜ୍ୟ ବିଧାନସଭା ବା ବିଧାନ ପରିଷଦକୁ ନିର୍ବାଚିତ ହେବା ଅବଶ୍ୟମ୍ଭାବୀ | ମୁଖ୍ୟମନ୍ତ୍ରୀ ଶ୍ରୀ ଥାକରେ ଏପ୍ରିଲ ୨୪ରେ ଖାଲି ହୋଇଥିବା ବିଧାନ ପରିଷଦର ୯ଟି ଆସନ ମଧ୍ୟରୁ ଗୋଟିଏରେ ନିର୍ବାଚିତ ହେବା ନିଜ ଆଗ୍ରହ ପ୍ରକାଶ କରିଥିଲେ | ହେଲେ କୋବିଦ ୧୯ ପାଇଁ ସେତେବେଳେ ନିର୍ବାଚନକୁ ନିର୍ବାଚନ କମିଶନ ସ୍ଥଗିତ ରଖିଥିଲେ  |  

ଏଥିପାଇଁ  ରାଜ୍ୟରେ କରୋନାର ପ୍ରାବଲ୍ୟ ସତ୍ତ୍ୱେ ଏହି ନିର୍ବାଚନ ମେ ୨୭ ପୂର୍ବରୁ କରାଇବା ପାଇଁ କମିଶନ ନିଷ୍ପତ୍ତି ନେଇଥିଲେ  |  ଏଥିପାଇଁ ମହାରାଷ୍ଟ୍ର ରାଜ୍ୟପାଳ ବି ଏସ କୋଶିଆରୀ ନିର୍ବାଚନ କମିଶନଙ୍କୁ ପତ୍ର ଲେଖି ରାଜ୍ୟରେ ସାମ୍ବିଧାନିକ ଅନିଶ୍ଚିତତା ଦୂର କରିବା ପାଇଁ ଖାଲି ହୋଇଥିବା ୯ ଟି ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ କରିବାକୁ ଅନୁରୋଧ କରିଥିଲେ | 

0
0
0
s2sdefault