ହେଡଲାଇନସ୍:

"ଗୁଜୁରାଟ ସମେତ  ୪ ରାଜ୍ୟର ଲୋକଙ୍କୁ ରାଜ୍ୟରେ ପ୍ରବେଶ ମନା"  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : "ଗୁଜୁରାଟରୁ ଆସୁଥିବା ଲୋକଙ୍କୁ ରାଜ୍ୟରେ ପ୍ରବେଶ ମନା | କେବଳ ଗୁଜୁରାଟ ନୁହେଁ , ମେ ୩୧ ପର୍ଯ୍ୟନ୍ତ କେରଳ, ମହାରାଷ୍ଟ୍ର ଓ ତାମିଲନାଡ଼ୁରୁ କୌଣସି ଲୋକଙ୍କୁ ରାଜ୍ୟରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ | ଆଉ ରାଜ୍ୟରେ ଅତ୍ୟାବଶ୍ୟକ ସେବାକୁ ଛାଡି ସବୁ ରବିବାର ଗୁଡିକ ସମୁର୍ଣ୍ଣ ଲକ ଡାଉନ ରହିବ | "

  ସୋମବାର ଦିନ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ ୟେଦିୟୁରାପ୍ପା ଏ ବିଷୟ ଘୋଷଣା କରିଛନ୍ତି | ସେ କହିଛନ୍ତି ଯେ ମହାରାଷ୍ଟ୍ର , ଗୁଜୁରାଟ,ତାମିଲନାଡୁ ଓ କେରଳ ରାଜ୍ୟର କୌଣସି ଲୋକଙ୍କୁ  ରାଜ୍ୟରେ ମେ ୩୧ ପର୍ଯ୍ୟନ୍ତ ପଶିବାକୁ ଅନୁମତି ଦିଆଯିବ ନାହିଁ | ରାଜ୍ୟ ପରିବହନ ନିଗମ ବସ ଗୁଡିକ କେବଳ ରାଜ୍ୟ ଭିତରେ ଯାତାୟାତ କରିବ | ଆନ୍ତଃରାଜ୍ୟ ବସ ସେବାକୁ ଅନୁମତି ଦିଆଯିବ ନାହିଁ |   

ସୂଚନାନଯୋଗ୍ୟ ଯେ ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବା ପରେ କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନରେ  ସେଥିରେ ଉଲ୍ଲେଖ କରୀଥିଲେ ଯେ ରାଜ୍ୟମାନେ ସହମତି ଭିତ୍ତିରେ ଯାତ୍ରୀମନଙ୍କର ଆବାଗମନକୁ ଅନୁମତି ଦେବେ | ଇତି ମଧ୍ୟରେ କର୍ଣ୍ଣାଟକରେ ୧୧୦୦ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୦ ଜଣଙ୍କ ପ୍ରାଣହାନୀ ଘଟିଲାଣି | 

0
0
0
s2sdefault