ହେଡଲାଇନସ୍:

୪୧୪ କୋଟି ଫାଂକି ଦେଶରୁ ଫେରାର ରାମଦେବ ଇନ୍ଟରନ୍ୟାଶନାଲ ଲିମିଟେଡ଼ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୪ବର୍ଷ ପରେ ନିଘୋଡ଼ ନିଦରୁ ଉଠି ଅଭିଯୋଗ ଦାଖଲ କଲା ଷ୍ଟେଟ ବ୍ୟାଙ୍କ 

ପୁଣି ଜଣେ ଫେରାର ଦେଶରୁ ୪୧୪ କୋଟି ଟଙ୍କା ଲୁଟ କରି | ଏଥର ପଦାକୁ ଆସିଥିବା ଫେରାର ବ୍ୟାଙ୍କ ଋଣ ଖିଲାପକାରୀ ହେଉଛନ୍ତି ବାସମତି ଚାଉଳ ରପ୍ତାନି କରୁଥିବା ରାମଦେବ ଇନ୍ଟରନ୍ୟାଶନାଲ ଲିମିଟେଡ଼ ସତ୍ତ୍ୱାଧିକାରୀ ସୁରେଶ କୁମାର, ନରେଶ କୁମାର ଓ ସଂଗୀତା | ଏବେ ଏମାନେ ଫେରାର ହେବ ପରେ ଏପ୍ରିଲ ୨୮ରେ ସେମାନଙ୍କ ନାମରେ ମାମଲା ରୁଜୁ ହୋଇ ଲୁକ ଆଉଟ କର୍ଣ୍ଣର ନୋଟିସ ଜାରି କରିଛନ୍ତି | ସୂଚନା ଅନୁଯାୟୀ ୨୦୧୬ରେ ଷ୍ଟେଟ ବ୍ୟାଙ୍କ ତରଫରୁ ଇନ୍ସପେକ୍ସନ ହୋଇଥିଲା | ସେହି ଇନ୍ସପେକ୍ସନ ପରେ  ରାମଦେବ ମାଲିକ ମାନେ ୨୦୧୬ରୁ ଫେରାର ଅଛନ୍ତି |  ହେଲେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଷ୍ଟେଟ ବ୍ୟାଙ୍କ ଏହା ଜାଣିଥିଲେ ବି ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା | ହେଲେ ୪ ବର୍ଷ ନିଘୋଡ଼ ନିଦରେ ଶୋଇବା ପରେ ଏବେ ଗତ ମାସ ୨୮ ତାରିଖରେ ସିବିଆଇର ଅଭିଯୋଗ କରିଥିଲା | ସିବିଆଇ ମଧ୍ୟ ତିନି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରି ଲୁକ ଆଉଟ କର୍ଣ୍ଣର ନୋଟିସ ଜାରି କରିଛନ୍ତି | ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ ୨୦୧୮ରେ ଦେଇଥିବା ଶେଷେଧ ଅନୁଯାୟୀ ମାଲିକ ମାନେ ଦୁବାଇ ଫେରାର ହୋଇଯାଇଥିବା ସୂଚନା ଜ୍ଞାତ ଥିଲା | କମ୍ପାନୀ ନେଇଥିବା ଲୋନ ୨୦୧୬ରେ ଏନପିଏ ଘୋଷିତ ହୋଇଥିଲା ବ୍ୟାଙ୍କ ତରଫରୁ | 

ଏକ ସ୍ପେସିଆଲ ଅଡିଟରୁ ଜଣା ପଡିଥିଲା ଯେ ରାମଦେବ ମାଲିକ ମାନେ ସେମାନଙ୍କ ଜାଲି ଡକ୍ୟୁମେଣ୍ଟ, ଆକାଉଣ୍ଟ ଓ ଜାଲି ବାଲାନ୍ସ ସିଟ  କରି ବ୍ୟାଙ୍କକୁ ଫାଙ୍କିବାରେ ସମର୍ଥ ହୋଇଥିଲେ | ମୋଟ ୪୧୪ କୋଟି ମଧ୍ୟରୁ ଏସବିଆଇର ୧୭୩ କୋଟି, କାନାରା ବ୍ୟାଙ୍କର ୭୬ କୋଟି, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆର ୬୪ କୋଟି, ସେଣ୍ଟ୍ରାଲ ବ୍ୟାଙ୍କର ୫୧ କୋଟି, କର୍ପୋରେସନ ବ୍ୟାଙ୍କର ୩୬ କୋଟି ଓ ଆଇଡିବିଆଇ ବ୍ୟାଙ୍କର ୧୨ କୋଟି ସାମିଲ | 

0
0
0
s2sdefault