ହେଡଲାଇନସ୍:

ଆଇଏଏଫ ମିଗ-୨୯ (UPG) ବିମାନ ଦୁର୍ଘଟଣା: କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଞ୍ଜାବ :  ବାୟୁସେନାର ଏକ ଲଢୁଆ ଜେଟ ଦୁର୍ଘଟଣାଗ୍ରସ୍ତ ହୋଇଛି | ଆଜି ସକାଳ ୧୦ଟା ୪୫  ବେଳେ ପଂଜାବର ସହିଦ ଭଗତ ସିଂ    ନଗର ନିକଟସ୍ଥ ଛୁଆରପୁର ଏକ ଫାର୍ମ ନିକଟରେ ଘଟିଛି ଏହି ଅଘଟଣ | ଗ୍ରାମବାସୀ ମାନେ ଏ  ବିଷୟରେ ପୋଲିସକୁ ସୂଚନା ଦେଇଥିବା ଜଣାପଡିଛି | ବିମାନ ଚାଲକ ନିରାପଦରେ ଅବତରଣ କରିଥିବା ବେଳେ ଡାକ୍ତରିଦଳ ତାଙ୍କ ଚିକିତ୍ସା କରୁଛନ୍ତି |

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କିତ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ "ମେ ୮, ୨୦୨୦, ୧୦.୪୫ ଘଣ୍ଟା ସମୟରେ ଜଳନ୍ଧର ଏୟାରଫୋର୍ସ ଘାଟିରୁ ଏକ ପ୍ରଶିକ୍ଷଣ ମିଶନରେ ଯାତ୍ରା କରୁଥିବା ମିଗ-୨୯  ବିମାନ ଦୁର୍ଘଟଣାଗସ୍ତ ହୋଇଛି । ଯାତ୍ରା ଆରମ୍ଭ କରିବା ପରେ ବିମାନଟିରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା, ଯାହା ଫଳରେ କି ପାଇଲଟ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ ଓ ଏହା ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣା ପୂର୍ବରୁ ପାଇଲଟ ସୁରକ୍ଷିତ ଭାବେ ବାହାରି ଆସିଥିଲେ । ପରେ ପାଇଲଟଙ୍କୁ ଏକ ହେଲିକପ୍ଟର ଜରିଆରେ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।"   

0
0
0
s2sdefault