ହେଡଲାଇନସ୍:

କରୋନାର ପ୍ରାବଲ୍ୟ ସତ୍ତ୍ୱେ ମହାରାଷ୍ଟ୍ରରେ ହେବ ନିର୍ଵାଚନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଭାରତର ନିର୍ବାଚନ କମିଶନଙ୍କ ନେଇଛନ୍ତି ଗୁରୁତ୍ୱପୂର୍ଣ ନିଷ୍ପତ୍ତି  | ଆଶଙ୍କିତ ସାମ୍ବିଧାନିକ ଅନିଶ୍ଚିତତା  ଏଡ଼ାଇବା ପାଇଁ ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନ ଅନୁଷ୍ଠିତ ହେବ | ରାଜ୍ୟରେ କରୋନାର ପ୍ରାବଲ୍ୟ ସତ୍ତ୍ୱେ ଏହି ନିର୍ବାଚନ କରାଇବା ପାଇଁ  ମେ ୨୭ ପୂର୍ବରୁ କରାଇବା ପାଇଁ କମିଶନ ନିଷ୍ପତ୍ତି ନେଇଛନ୍ତି | ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ର ରାଜ୍ୟପାଳ ବି ଏସ କୋଶିଆରୀ ନିର୍ବାଚନ କମିଶନଙ୍କୁ ପତ୍ର ଲେଖି ରାଜ୍ୟରେ ସାମ୍ବିଧାନିକ ଅନିଶ୍ଚିତତା ଦୂର କରିବା ପାଇଁ ଖାଲି ହୋଇଥିବା ୯ ଟି ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ କରିବାକୁ ଅନୁରୋଧ କରିଥିଲେ | 

ସୂଚନାଯୋଗ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ ମୁଖ୍ୟମନ୍ତ୍ରୀ ଭାବେ ନଭେମ୍ବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ରାଜ୍ୟ ଵ୍ୟାପସ୍ଥାପିକାର ସଭ୍ୟ ନଥିଲେ | ସାମ୍ବିଧାନିକ ବିଧି ଵ୍ୟଵସ୍ଥା ଅନୁଯାୟୀ ତାଙ୍କୁ ୬ ମାସ ମଧ୍ୟରେ ଅର୍ଥାତ ମେ ୨୭ ପୂର୍ବରୁ ରାଜ୍ୟ ବିଧାନସଭା ବା ବିଧାନ ପରିଷଦକୁ ନିର୍ବାଚିତ ହେବା ଅବଶ୍ୟମ୍ଭାବୀ | ମୁଖ୍ୟମନ୍ତ୍ରୀ ଶ୍ରୀ ଥାକରେ ଏପ୍ରିଲ ୨୪ରେ ଖାଲି ହୋଇଥିବା ବିଧାନ ପରିଷଦର ୯ଟି ଆସନ ମଧ୍ୟରୁ ଗୋଟିଏରେ ନିର୍ବାଚିତ ହେବା ନିଜ ଆଗ୍ରହ ପ୍ରକାଶ କରିଥିଲେ | ହେଲେ କୋବିଦ ୧୯ ପାଇଁ ସେତେବେଳେ ନିର୍ବାଚନକୁ ନିର୍ବାଚନ କମିଶନ ସ୍ଥଗିତ ରଖିଥିଲେ  |  

 

0
0
0
s2sdefault