ହେଡଲାଇନସ୍:

କର୍ମଚାରୀଙ୍କ ଦରମା କାଟ ସମ୍ପର୍କିତ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିରୁବନନ୍ତପୁରମ/ଏସପିବି -  ବିରୋଧୀ କଂଗ୍ରେସ ଓ ବିଜେପିର ବିରୋଧ ସତ୍ତ୍ୱେ ସରକାରୀ କର୍ମଚାରୀଙ୍କ ଦରମା କାଟିବା ପାଇଁ କେରଳ ସରକାରଙ୍କ ଦ୍ୱାରା ଜାରି ଏକ ଅଧ୍ୟାଦେଶକୁ ରାଜ୍ୟପାଳ ଅରିଫ ମହମ୍ମଦ ଖାନ ମଞ୍ଜୁରୀ ଦେଇଛନ୍ତି | ଏହି ଅଧ୍ୟାଦେଶ ବଳରେ ଜାରି ରହିଥିବା ଏହି କରୋନା ମହାମାରୀ ପରିପ୍ରେକ୍ଷୀରେ ସରକାରୀ  କର୍ମଚାରୀଙ୍କ ପ୍ରତିମାସରେ ୬ ଦିନର ଦରମା ୫ ମାସ ପର୍ଯ୍ୟନ୍ତ (ମୋଟ ୩୦ ଦିନର ଦରମା ପର୍ଯ୍ୟାୟ କ୍ରମେ ) କଟାଯିବ | ଏହାଫଳରେ ସମ୍ପ୍ରତି ଆର୍ଥିକ ଦୁଃସ୍ଥିତି ବେଳେ ରାଜ୍ୟ ସରକାର ୨୦୦୦ କୋଟି ଟଙ୍କା ସଂଚୟ କରିପାରିବେ | ସୂଚନାଯୋଗ୍ୟ  ଯେ କଂଗ୍ରେସ ଓ ବିଜେପି ଏହି ଅଧ୍ୟାଦେଶକୁ ଅନୁମୋଦନ ନଦେବା ପାଇଁ ଅନୁରୋଧ କରିଥିଲେ | ହାଇକୋର୍ଟଙ୍କ ଠାରୁ ଝଟକା ଖାଇବା ପରେ କର୍ମଚାରୀଙ୍କ ଉପରେ ସରକାର ତାଙ୍କ ରାଗ ସୁଝାଉଛନ୍ତି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି | 

ଆମେ ସମସ୍ତେ ବର୍ତ୍ତମାନ ଏକ କଷ୍ଟକର ସମୟ ଦେଇ ଗତି କରୁଛେ | ସ୍ୱାଭାବିକ ଭାବେ କର୍ମଚାରୀ ମାନେ ଏହାର ପରିସର ଭୁକ୍ତ ହେବ ଉଚିତ | ଆମେ ପୂର୍ବରୁ ମନ୍ତ୍ରୀ ବିଧାୟକ ବୋର୍ଡ ଅଧ୍ୟକ୍ଷମାନଙ୍କର ବର୍ଷକ ପାଇଁ ୩୦ ପ୍ରତିଶତ ଦରମା କାଟ କରିବା ଏଇ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପି ବିଜୟନ କହିଛନ୍ତି | ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ କର୍ମଚାରୀ ସଂଘ ମାନେ ସୁପ୍ରିମ କୋର୍ଟ ଯିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି | 

0
0
0
s2sdefault