ହେଡଲାଇନସ୍:

ଟେଲିଫୋନରେ ହସିନାଙ୍କ ସହ କଥା ହେଲେ ମୋଦି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଏସପିବି) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ ଯୋଗେ ବାଂଲାଦେଶ ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନାଙ୍କ ସହ କଥାବାର୍ତ୍ତା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ, ଭାରତବାସୀଙ୍କ ତରଫରୁ ଏବଂ ନିଜ ତରଫରୁ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ବାଂଲାଦେଶବାସୀଙ୍କୁ ପବିତ୍ର ରମଜାନ ମାସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । କୋଭିଡ-19 ମହାମାରୀ ପରେ ଦୁଇ ନେତା ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋକପାତ କରିଥିଲେ ଏବଂ ସମ୍ପୃକ୍ତ ଦେଶରେ ଏହାର ପ୍ରଭାବକୁ ହ୍ରାସ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ସମ୍ପର୍କରେ ପରସ୍ପରକୁ ସୂଚନା ଦେଇଥିଲେ ।

ମାର୍ଚ୍ଚ 15ରେ ସାର୍କ ଦେଶର ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସ୍ୱତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀର ଅଗ୍ରଗତି ନେଇ ଉଭୟ ନେତା ଖୁସି ବ୍ୟକ୍ତ କରିଥିଲେ। ସାର୍କ କୋଭିଡ-19 ଜରୁରୀକାଳୀନ ପାଣ୍ଠି ପାଇଁ 1.5 ମିଲିୟନ୍ ଆମେରିକୀୟ ଡଲାରର ଯୋଗଦାନ ଲାଗି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଧନ୍ୟବାଦ ଜଣାଇଥିଲେ ।

କୋଭିଡ-19ର ମୁକାବିଲା ତଥା ବାଂଲାଦେଶକୁ ସମସ୍ତ ପ୍ରକାରର ଔଷଧ ଏବଂ ଆନୁସାଙ୍ଗିକ ସହାୟତା ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସଡକ, ରେଳ, ଆଭ୍ୟନ୍ତରୀଣ ଜଳପଥ ଏବଂ ଆକାଶ ପଥରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜାରି ରହିଥିବାରୁ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ । ଇତିହାସ, ସଂସ୍କୃତି, ଭାଷା ଏବଂ ଭ୍ରାତୃ ସମ୍ପର୍କର ସହଭାଗୀ ବନ୍ଧନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିପାକ୍ଷିକ ସମ୍ପର୍କର ଉତ୍କୃଷ୍ଟ ସ୍ଥିତି ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । କୋଭିଡ-19ର ମୁକାବିଲା ତଥା ସ୍ୱାସ୍ଥ୍ୟ ଏବଂ ମହାମାରୀର ଅର୍ଥନୈତିକ ପ୍ରଭାବକୁ ହ୍ରାସ କରିବା ଦିଗରେ ବାଂଲାଦେଶକୁ ସାହାଯ୍ୟ କରିବାକୁ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ମୋଦୀ ସୁନିଶ୍ଚିତ କରିଥିଲେ ।

ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ବାଂଲାଦେଶର ନାଗରିକଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ।

 

0
0
0
s2sdefault