ହେଡଲାଇନସ୍:

ସତର୍କ ଘଣ୍ଟି : ଭାରତରେ ଚିହ୍ନଟ ହେଲା କରୋନା nCoV19ଭୁତାଣୁ !

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

NewDelhi/SPB : ଭାରତ ରେ ଦୁଇ କୋରୋନା ରୋଗୀ ଚିହ୍ନଟ ହୋଇଛି , ନିଶ୍ଚିତ ଭାବେ ଏହା ଏକ ସତର୍କ ଘଣ୍ଟି ସମସ୍ତଙ୍କ ପାଇଁ | ଖୋଦ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସୂଚନା ଦିଆ ଯାଇଛି | ମଂତ୍ରଣାଳୟ ପକ୍ଷରୁ ଏକ ଟୁଇଟରେ କୁହାଯାଇଛି ଯେ nCoV19କରୋନା ଭୁତାଣୁ ଭାରତରେ ଚିହ୍ନଟ କରାଯାଇଛି | ମନ୍ତ୍ରଣାଳୟ ପକ୍ଷରୁ ପିଆଇବି ମାଧ୍ୟମରେ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ନୂଆ ଦିଲ୍ଲୀରେ ଜଣକ ଦେହରେ  nCoV19କରୋନା ଭୁତାଣୁ ଚିହ୍ନଟ ହୋଇଛି, ଯେ କି ଇଟାଲୀରୁ ଫେରିଛନ୍ତି | ଆଉ ଗୋଟିଏ ତେଲେଙ୍ଗାନାରୁ ଚିହ୍ନଟ ହୋଇଛି, ଯେ କି ଦୁବାଇରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି | ଦୁଇଜଣ ଯାକ ରୋଗୀଙ୍କ ଅବସ୍ଥା ସ୍ଥିର ଅଛି ଓ ସେମାନଙ୍କୁ ସତର୍କତାମୂଳକ ପର୍ଯ୍ୟବେକ୍ଷଣ ଭିତରେ ରଖାଯାଇଛି | 

 

0
0
0
s2sdefault