ହେଡଲାଇନସ୍:

ନୌସେନାକୁ ଶକ୍ତିଶାଳୀ କରୁଛି ଚାଇନା: ଆମେରିକା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓ୍ବାଶିଂଟନ,୧।୯: ଚାଇନା ଏହାର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେ ନିରନ୍ତର ସମରାଭ୍ୟାସ ଜାରି ରଖିବା ସହିତ ନୌସେନାକୁ ଶକ୍ତିଶାଳୀ କରୁଥିବା ଆମେରିକା କହିଛି। ଚାଇନା ପଶ୍ଚିମ ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଭୂମଧ୍ୟ ସାଗର, ବାଲଟିକ୍‌ ସାଗର ଓ ୟୁରୋପର କେତେକ ସାମୁଦ୍ରିକ ସୀମାରେ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ମୁତୟନ କରିବାର ଯୋଜନା କରୁଛି। କେତେକ ବିବାଦୀୟ କ୍ଷେତ୍ରରେ ଚାଇନା ଆମେରିକାର ହସ୍ତକ୍ଷେପକୁ ପସନ୍ଦ କରୁନାହିଁ। ଅନ୍ୟପକ୍ଷରେ ଭାରତକୁ ଆମେରିକା ସମର୍ଥନ କରିବା ଓ ଉତ୍ତରକୋରିଆ ପ୍ରସଙ୍ଗରେ ଚାଇନାର ଚିନ୍ତା ବଢ଼ୁଥିବା କୁହାଯାଉଛି। ନୌସେନା ସହିତ ସ୍ଥଳସେନାର ବିକାଶ ପାଇଁ ଚାଇନା ଯୋଜନା କରୁଥିବା ଆମେରିକା ସୂଚନା ଦେଇଛି।

 

0
0
0
s2sdefault