ହେଡଲାଇନସ୍:

ଗୁଜରାଟରେ ପ୍ରବାସୀ ପଶ୍ଚିମ ଓଡିଶାବାସୀ ପାଲିଲେ ନୁଆଁଖାଇ ଭେଟଘାଟ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରୋଦା/ଶାସକ ପ୍ରଶାସକ-ଗୁଜରାଟର ବରୋଦା ସହରରେ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ  ଦ୍ୱାରା  ଓ.ଏନ.ଜି.ସି କ୍ଲବ ଠାରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ  ହୋଇଯାଇଛି  । ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଠାରେ ନବାହ୍ନ ଅର୍ପଣ କରାଯାଇଥିଲା  । ପରେ  ସମସ୍ତେ  ନବାହ୍ନ ଭକ୍ଷଣ କରିଥିଲେ  । ବଡ ମାନଙ୍କୁ  ସାନ ମାନେ କରି ନୁଆଖାଇ ଜୁହାର ପାଳନ କରିଥିଲା  । ଉକ୍ତ କାର୍ଯ୍ୟକ୍ରମରେ ଜୁହାର ୨୦୧୯ ସମ୍ମାନରେ ପଦ୍ମଶ୍ରୀ ହଳଧର ନାଗ, ପଦ୍ମିନି ପାଣିଗ୍ରାହୀ ଓ ଗୁରୁଶଙ୍କର ବେହେରାଙ୍କୁ ସମ୍ମାନିତ କରାଯାଇଥିଲା  । ଜୁହାର ପରିବାର ସଦସ୍ୟଙ୍କ  ଦ୍ୱାରା ଏକ ଫେଶନ ସୋ ଅନୁଷ୍ଠିତ  ହୋଇଥିଲା , ଯେଉଁଥିଲେ କି ସମ୍ବଲପୁରୀ ବସ୍ତ୍ରର ନୂତନ ଡିଜାଇନର ପୋଷାକ ମାନ ପ୍ରଦର୍ଶିତ ହୋଇଥଲା  । ଏହି ଅବସରରେ ସନ୍ତୋଷ ସିଂ ଠାକୁରଙ୍କ ସମ୍ପାଦନାରେ ଆମର ମାଟି ନାମକ ଏକ ପତ୍ରିକା ପ୍ରକାଶିତ ହୋଇଥିଲା ଶେଷରେ ଶଙ୍କର ବେହେରାଙ୍କ  ଦ୍ୱାରା ସଙ୍ଗିତ ସାଧନା ଗ୍ରୁପ ଦ୍ୱାରା ବିଭିନ୍ନ ସାଂସ୍କତିକ କାର୍ଯ୍ୟକ୍ରମ ରିବେଶିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିକାଶ ପାତ୍ର ଓ ଅର୍ପିତା ପଣ୍ଡା ପରିଚାଳନା କରିଥିଲେ  । ଏହି ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ  ମନଧେକ୍ଷ  ମିଶ୍ର,ଦିଲ୍ଲିପ ମହାପାତ୍ର,ସୁଶାନ୍ତ ପାଢୀ, ବିଜୟ ବିଶି,ଅଭିନବ ଭୋଇ,ସୁବ୍ରତ ତ୍ରୀପାଠି,ଅନନ୍ତ ମିଶ୍ର,ରିତିକ ଷଢଙ୍ଗୀ,ବିକ୍ରମାଦିତ୍ୟ ପାଢୀ,ଧର୍ମେନ୍ଦ୍ର ସାହୁ ପ୍ରମୁଖ ପରିଚାଳନାରେ ସହେଯାଗ କରିଥିଲେ   ।

0
0
0
s2sdefault