ହେଡଲାଇନସ୍:

ସୁନା ଥାଳିରେ ଭୋଗ ଅର୍ପଣ ହେଲା ତିନିବାଡ କାକରା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ଶ୍ରୀରଘୁନାଥଜିଉଙ୍କ ମନ୍ଦିରରେ ସୁନିଆଁ ଓ ବାମନ ଜନ୍ମ ପର୍ବ ପାଳିତ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ପବିତ୍ର ଭାଦ୍ରବ ଶୁକ୍ଳ ବାମନ ଦ୍ୱାଦଶୀ ତିଥିରେ ଆଜି ସ୍ବର୍ଣ୍ଣ କଳସ କ୍ଷେତ୍ର ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ସୁନିଆଁ  ତଥା ବାମନ ଜନ୍ମ ପର୍ବ ପାଳିତ ହୋଇଯାଇଛି । ଗଜପତି ରାଜାଙ୍କ ରାଜତ୍ୱ ଅଙ୍କ ଗଣନାବର୍ଷର ଏହା ପ୍ରଥମ ଦିବସ । ଏହି ଦିନରେ ଶ୍ରୀଜୀଉଙ୍କୁ ସୁନା ଥାଳିଆରେ ଭୋଗ ଲାଗି କରାଯାଇଥାଏ । ଆଜି ସକାଳ ନିତୀ ସରିବା ପରେ  ଶ୍ରୀଜିଉମାନଙ୍କୁ ସୁନା ବେଶରେ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ମଧ୍ୟାହ୍ନ ୧୨ ଟାରେ ସୁନିଆଁ ନିତୀ ଆରମ୍ଭ ହୋଇଥିଲା । ଆଜ୍ଞାମାଳ ପାଇ ପାଟପତନୀ ବେଷ୍ଟିତ ବନାରସୀ ଖଟୁଲିରେ ଶ୍ରୀରଘୁନାଥ, ମାତା ସୀତାଙ୍କ ସହିତ ଅନୁଜ ଲକ୍ଷ୍ମଣଙ୍କ ବିଜେ ପ୍ରତିମାଙ୍କୁ ସୁନିଆ ନିତୀ ଲାଗି ଜୟ ବିଜୟ ଦ୍ୱାରରେ ସୁବର୍ଣ୍ଣ ଖଟୁଲିକୁ ପାଟବସ୍ତ୍ରରେ ସଜାଇ ବିଜେ କରାଯାଇଥିଲା । ତିନୋଟି ସୁବର୍ଣ୍ଣ ଥାଳିରେ ତିନିବାଡ କାକରା ନୀତିକାନ୍ତି ଅନୁସାରେ ଷୋଡଶ ଉପ·ରରେ ପୂଜାବିଦ୍ଧି ସମ୍ପର୍ଣ୍ଣ କରି ନୈବେଦ୍ୟ ଅର୍ପଣ କରାଯାଇଥିଲା । ଏହି ସମୟରେ ଘଂଟ ଘଂଟା, ବିଜେ କାହାଳୀ, ଛତି, ତ୍ରାସ ଓ ପତାକା ସେବା ସହିତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ପ୍ରାଙ୍ଗଣ ପ୍ରକମ୍ପିତ ହୋଇଥିଲା । ବନ୍ଦାପନା-ଆଳତୀ ସହ ପରଂପରା ଅନୁଯାୟୀ ଉପସ୍ଥିତ ଶ୍ରଦ୍ଧାଳୁ, ମନ୍ଦିରର ସମସ୍ତ ପୂଜାପଣ୍ଡା, ସୁଆର, ସେବାସୀ ଠାକୁରଙ୍କୁ ସୁନିଆ ଭେଟି ପ୍ରଦାନ କରିଥିଲେ । ପରେ ଶ୍ରୀଜୀଉମାନେ ରତ୍ନ ସିଂହାସନକୁ ବିଜେ ହୋଇଥିଲେ । ସେହିପରି ସୋମବାର ଦିନ ଶ୍ରୀରଘୁନାଥଙ୍କ  ସମସ୍ତ ନିତିକାନ୍ତି ସହକାରେ ପାଶ୍ୱର୍ପରିବର୍ତନ ଏକାଦଶୀ ପାଳିତ ହୋଇ ଯାଇଛି । ଆଜିର ପାଳିଆ ପଣ୍ଡା ମନୋଜ ନନ୍ଦ ତଥା ପୂଜକ ପରିଷଦ ସମସ୍ତ କର୍ମକର୍ତା, ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡଙ୍ଗୀ  ଏବଂ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ୱାବଧାନରେ ସମସ୍ତ ନିତୀ ସୁଚାରୁରୁପେ ସମ୍ପାଦନ କରାଯାଇଥିଲା । 

0
0
0
s2sdefault