ହେଡଲାଇନସ୍:

କୃପାଳୁ ଶିଶୁ ସାହିତ୍ୟ ଆସର କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ବାଧିନତା ଦିବସ  , ଶ୍ରୀ ଅରବିନ୍ଦଙ୍କ ଜନ୍ମଦିନ , ସୁରକ୍ଷା ଓ ବିଶ୍ୱାସର ପର୍ବ ରକ୍ଷା ବନ୍ଧନ  ଓ ମହାପ୍ରଭୁ ବଳଦେବଙ୍କ  ଜନ୍ମତିଥି  ଏକା ଦିନରେ।  ପଡ଼ିଥିବାରୁ ଏହି ଅବସରରେ  ବାଲ ମୁକୁନ୍ଦ କେନ୍ଦ୍ର ପକ୍ଷରୁ ପାରଲା ସାହି ସ୍ଥିତ ଆପନ୍ନା ପରିଛା ପାଠାଗାର ପରିସରରେ "କୃପାଳୁ ଶିଶୁ ସାହିତ୍ୟ ଆସର " ସମ୍ପର୍କିତରେ "ଦେଶଭକ୍ତ  ଆପନ୍ନା ପରିଛା" କାର୍ଯ୍ୟକ୍ରମ ଗତକାଲି ସଂଧ୍ୟାରେ  ଅନୁଷ୍ଠିତ ହୋଇଯାଇଛି ।

        ଏହି କାର୍ଯ୍ୟକ୍ରମରେ ବାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ଯୋଗ ଦେଇ ଅତିଥିଙ୍କ ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମ ପରିଚାଳନା ଥିବା ବେଳେ କେନ୍ଦ୍ରର ଉପଦେଷ୍ଠା ରାଜ କିଶୋର ପାଢୀ    ସଭାପତିତ୍ବ କରିଥିଲେ । ମୁଖ୍ୟବକ୍ତା ଭାବେ  ଆପନ୍ନା  ପରିଛାଙ୍କ ପଣନାତି ମୁରଲୀ ଧର ପରିଛା ଯୋଗ ଦେଇ ଦେଶଭକ୍ତ ତଥା ନାଟ୍ୟକାର ଆପନ୍ନା ପରିଛାଙ୍କ  କର୍ମମୟ ଜୀବନୀ ସମ୍ପର୍କରେ ଆଲୋଚନା କରିବା ସହ ଆମ ଦେଶ ଓ ରାଜ୍ୟର ସ୍ବାଧିନତା ସଂଗ୍ରାମୀ ମାନଙ୍କ ସହ ଦେଶଭକ୍ତ ନାଟ୍ୟକାର ପରିଛା ମିଶି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ  ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା  କହିଥିଲେ  ।     

 ଅନ୍ୟତମ ଅତିଥି ଭାବେ ପାଠାଗାରର ପରିଚାଳକ କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ ନାଗରିକ ସୁରେନ୍ଦ୍ର ସ୍ବାଇଁ ପ୍ରମୁଖ ଯୋଗ ଦେଇଥିବା ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

      ଶେଷରେ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପିଲାମାନଙ୍କୁ ସଭାପତି ଶ୍ରୀ ପାଢୀ ପୁରସ୍କାର ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ  ସ୍ଥାନୀୟ ସ୍ବେଛାସେବୀ ରାଜେନ୍ଦ୍ର ବାରିକ , ହେମ ପ୍ରଧାନ , ଦ୍ରୁପଦି ବାରିକ  ମମତା ଆପଟ ପ୍ରମୁଖ  ପରିଚଳନା କରିଥିଲେ ।

0
0
0
s2sdefault