ହେଡଲାଇନସ୍:

ଚାପଗ୍ରସ୍ତ ମଣିଷ ପାଇଁ ହାସ୍ୟବ୍ୟଙ୍ଗ ମହୌଷଧି : ମୁରଲୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବ୍ୟଙ୍ଗ ପତ୍ରିକା ‘ରସଗୁଲା’ ଉନ୍ମୋଚିତ

    ଭୁବନେଶ୍ୱର : ତୈମାସିକ ବ୍ୟଙ୍ଗ ପତ୍ରିକା  ‘ରସଗୁଲା’ର ୪ର୍ଥବର୍ଷର ପଞ୍ଚମ ସଂଖ୍ୟା ଭୁବନେଶ୍ୱରସ୍ଥିତ ବିଶ୍ୱ ଓଡ଼ିଆ ସମ୍ମିଳନୀ କାର୍ଯ୍ୟାଳୟଠାରେ ଉନ୍ମୋଚିତ ହୋଇଛି । ବିଶ୍ୱ ଓଡ଼ିଆ ସମ୍ମିଳନୀର ସଭାପତି ଡ଼ ମୁରଲୀ ମନୋହର ଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ପତ୍ରିକା  ରସଗୁଲା ଉନ୍ମୋଚନ କରି କହିଥିଲେ ଆଜିର ସମାଜରେ ମଣିଷ ରୋଗମୁକ୍ତ ହେବା ପାଇଁ ହାସ୍ୟବ୍ୟଙ୍ଗର ପ୍ରମୁଖ ଭୂମିକା ରହିଛି  । ସବୁ କ୍ଷେତ୍ରରେ ଆଜିର ମଣିଷ ଚାପଗ୍ରସ୍ତରେ ରହୁଛି । ଛାତ୍ରମାନଙ୍କ ଠାରୁ ଆରମ୍ଭ କରି କର୍ମଜୀବି ଏବଂ ଅବସରପ୍ରାପ୍ତମାନେ ଆଜି ଚାପରେ ରହୁଛନ୍ତି ଏହି ଚାପ ଯୋଗୁ ରକ୍ତଚାପ ଠାରୁ ଆରମ୍ଭ କରି ମଧୁମେହ ଓ ହୃଦରୋଗ ସମସ୍ୟା ଭାରତ ବର୍ଷରେ ବଢ଼ି ଚାଲିଛି  । ଏହି ପରିପ୍ରେକ୍ଷିରେ ହାସ୍ୟବ୍ୟଙ୍ଗ ଅମୋଘଔଷଧ ଭାବେ ଚାପଜନିତ ରୋଗକୁ ଦୂର କରିପାରିବ  । ଏହି ଉତ୍ସବରେ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ ଓଡ଼ିଶାର ବିଶିଷ୍ଟ ବ୍ୟଙ୍ଗକବି ଡ଼କ୍ଟର ଧର୍ମଛଡ଼ା ଏବଂ ବ୍ୟଙ୍ଗକବି, ଶାନ୍ତିରାଜେଶ, ହାସ୍ୟବ୍ୟଙ୍ଗ ପତ୍ରିକାର  ସମ୍ପାଦକ ବାବାଜୀ ଚରଣ ଲେଙ୍କା ମଞ୍ଚ ପରିଚାଳନା କରିଥିଲେ  । ପରିଶେଷରେ ଚିତ୍ତ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ  ।

0
0
0
s2sdefault