ହେଡଲାଇନସ୍:

ଯୁବ ମହୋତ୍ସବ ୱାଓ ଉଦଯାପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାଲେଶ୍ୱର/UJJWAL KAR  : ଦୁଇଦିନ ଧରି ସ୍ଥାନୀୟ ଗାନ୍ଧି ସ୍ମୃତି ଭବନରେ ଚାଲିଥିବା ବାଲେଶ୍ୱରର ଅନ୍ୟତମ ଯୁବ ମହୋତ୍ସବ ‘ୱାଓ’ଉଦଯାପିତ ହୋଇିଯାଇଛି । ଉଦ୍ୟାପନ ସଂଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଭଦ୍ରକର ପୂର୍ବତନ ସାଂସଦ ଅନନ୍ତ ସେଠୀ, ସମାଜସେବୀ ନରେନ୍ଦ୍ର ବିହାରୀ ଦାସ, ଅନୁଷ୍ଠାନର ଅଧ୍ୟକ୍ଷ ଅସିତ କୁମାର ଦାସ, ଉପାଧ୍ୟକ୍ଷ ଡ.ଶ୍ରୀମାନ ଶ୍ରୀଚନ୍ଦନ ପ୍ରମୁଖ ମଞ୍ଚାସୀନ ହୋଇ  ଆୟୋଜକ କମିଟିର କର୍ମକର୍ତ୍ତାଙ୍କୁ  ସାଧୁବାଦ ଜଣାଇଥିଲେ । ଏହି ଯୁବ ମହୋସôବ ଯୁବ ତଥା ଶିଶୁ ପ୍ରତିଭା ବିକାଶରେ ବିଶେଷ ସହାୟ ହୋଇପାରିଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ ।  ଦୁଇଦିନ ଧରି ଚାଲିଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଭମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ସଭାପରେ ଆୟୋଜିତ ମନୋରଂଜନ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ହ୍ୟୁମାନ  ସାଗରଙ୍କ ଯାଦୁକରୀ ସଙ୍ଗୀତରେ ଦର୍ଶକ ଝୁମିଥିଲେ । ହ୍ୟୁମାନଙ୍କ ସହିତ କଣ୍ଠଶିଳ୍ପୀ ସ୍ମିତା ପଣ୍ଡା, ଓଡିଶାର ହନି ସିଂହ ଭାବେ ପରିଚିତ ବାଲେଶ୍ୱରର କୌଶିକ ଏବଂ ସୁନୀତା ପ୍ରମୁଖ ଇଂରାଜୀ ଠାରୁ ଆରମ୍ଭ କରି ଓଡିଆ, ହିନ୍ଦୀ, ସମ୍ବଲପୁରୀ ଗୀତ ପ୍ରଭୃତି ଗାଇଥିଲେ । ଉପଦେଷ୍ଟା ତାପସ ଦାସ, ଗୌତମ ସେଠୀ, ମନୋଜ ନାୟକ, ଉଦୟଜ୍ୟୋତି ମହାନ୍ତି, ଅଭିଷେକ ବେହେରା, ଅଜିତ୍ ପୁହାଣ, ରଣଜିତ୍ ପଣ୍ଡାଙ୍କ ସମେତ ଅନୁଷ୍ଠାନର ବହୁ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । 

0
0
0
s2sdefault