ହେଡଲାଇନସ୍:

କାଦୋମାଲରେ ବିଶ୍ବହିନ୍ଦୁ ପରିଷଦର ବୈଠକ :ହିନ୍ଦୁ ଧାର୍ମିକ ଅଧିକାରର ସୁରକ୍ଷା ଉପରେ ଗୁରୁତ୍ଵାରୋପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ଲେଫ୍ରିପଡା ପଞ୍ଚାୟତ ଅନ୍ତର୍ଗତ କାଦୋମାଲ ଗ୍ରାମର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଜି ବିଶ୍ବହିନ୍ଦୁ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ସାମୁହିକ ଓଙ୍କାର ଉଚ୍ଚାରଣ ଓ ବିଜୟ ମହାମନ୍ତ୍ର ଜପ ପରେ ବୈଠକ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ବିଶ୍ବହିନ୍ଦୁ ପରିଷଦର ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ ଯୋଗଦେଇ ଲେଫ୍ରିପଡା ବ୍ଳକରେ ଦିନକୁ ଦିନ ବଢି ଚାଲିଥିବା ଧର୍ମାନ୍ତରିକରଣ ଓ ଗୋ-ହତ୍ୟା ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରିବା ସହିତ ଏହାକୁ ବେଳ ଥାଉ ଥାଉ ପ୍ରତିରୋଧ କରାନଗଲେ ଆଗାମୀ ଦିନରେ ହେବାକୁଥିବା ଭୟାବହ ପରିସ୍ଥିତି ଉପରେ ବିଷଦ ଭାବରେ ଆଲୋକପାତ କରିଥିଲେ। ଶ୍ରୀ କୁସୁମ ଆହୁରି କହିଥିଲେ ଯେ, ବନବାସୀ କ୍ଷେତ୍ରରେ ବସବାସ କରୁଥିବା ଶାନ୍ତ,ସରଳ ଆଦିବାସୀ ଭାଇ ଭଉଣୀ ମାନଙ୍କୁ ଭୟ, ଅନ୍ଧବିଶ୍ବାସ ଓ ପ୍ରଲୋଭନ ଦେଖାଇ ବଳପୂର୍ବକ ଧର୍ମାନ୍ତରିକରଣ କରାଯାଉଛି। କେବଳ ସେତିକି ନୁହେଁ ବ୍ଳକର ବିଭିନ୍ନ ଉପାନ୍ତ ଗ୍ରାମରେ  ବ୍ୟାପକ ମାତ୍ରାରେ ଗୋ-ହତ୍ୟା ହେବା ସହ ଶାଗ ମାଛ ଭଳି ଗୋ-ମାଂସ ବିକ୍ରି ହେଉଛି। ଯାହାକି ସମ୍ପୁର୍ଣ୍ଣ ରୁପେ ହିନ୍ଦୁ ଧାର୍ମିକ ଅଧିକାରର ବିରୁଦ୍ଧାଚରଣ ଅଟେ। ଯଦି ଏହାକୁ ବେଳ ଥାଉ ଥାଉ ଦୃଢ଼ ହସ୍ତରେ ପ୍ରତିରୋଧ କରାନଯାଏ ତାହେଲେ ଆଗାମୀ ଦିନରେ ଲେଫ୍ରିପଡା ବ୍ଳକରେ ହିନ୍ଦୁ ଜୀବନଧାରା କାଠିକର ହେବ ବୋଲି ଶ୍ରୀ କୁସୁମ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଚେତାଇ ଦେଇଥିଲେ। ଏହାପରେ ଧର୍ମାନ୍ତରିକରଣକୁ ରୋକିବା ତଥା ହିନ୍ଦୁ ଜାଗରଣ ପାଇଁ ଗା ଗା ରେ ବ୍ୟାପକ ମାତ୍ରାରେ ସତସଙ୍ଗ ଓ ଧର୍ମରକ୍ଷା ଯଜ୍ଞ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ ହୋଇଥିଲା। ଗ୍ରାମର ସଂସ୍କୃତି ପ୍ରେମୀ ମମତା ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବୈଠକରେ ଅଶୋକ ରଉଡିଆ, ଅକୁର ନାଏକ, ଅକ୍ଷୟ ସା, ଅହଲ୍ଯା ନାଏକ, ସନ୍ତୋଷିନି ଖିଲାରି, ଗୋମତି ରଉଡିଆ, ସୁମିତ୍ରା କାଲୋ, କିରନମୟୀ ଦାସ, ଜୟକୁମାରି ପଟେଲ ପ୍ରମୁଖ ଉପସ୍ଥିତ ଥିଲେ

0
0
0
s2sdefault