ହେଡଲାଇନସ୍:

ସିନାପାଲି ରେ ଉଦନ୍ତି ଉତ୍ସବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସିନାପାଲି/ ଶାସକ ପ୍ରଶାସକ :  ନୂଆପଡା ଜିଲ୍ଲା ସିନାପାଲିରେ ଉଦନ୍ତି ମହୋତ୍ସବ ଶୁଭାରମ୍ଭ ଅବସରରେ ଛତା ଯାତ୍ରା ଅନୁଷ୍ଠିତ ହେଇ ଯାଇଛି | କମିଟି ନିଷ୍ପତ୍ତି ଅନୁସାରେ ଆଜି ସକାଳୁ ସିନାପାଲି ଗ୍ରାମ ର ମା ମହୁଲଗଛିଏନ ଓ ଦୁର୍ଗା ମନ୍ଦିରରୁ ପୂଜାର୍ଚ୍ଚନା  କରି ମା ଙ୍କ ଛତର ସିନାପାଲି ଗାଁ ପରିକ୍ରମା କରିଥିଲେ | ଏହି ଛତର  ଯାତ୍ରା ସମୟରେ ଲୋକନୃତ୍ୟ. ଘଣ୍ଟବାଦ୍ୟ ଦଳ ସାମିଲ ହୋଇଥିଲେ ଓ ସିନାପାଲି ହାଇସ୍କୁଲ ପଡିଆରେ ପହଂଚି ଦେବୀଙ୍କ ଛତରକୁ ମହୋତ୍ସବ ମଞ୍ଚକୁ ନିଆଯାଇଥିଲା | ଏହି ଛତର ଯାତ୍ରାରେ ଶହ ଶହ ଜନ ସାଧାରଣ ସାମିଲ ହେବା ସହ ଏଠିକାର ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ | ଏହି ମହୋତ୍ସବ ତିନି ଦିନ ପାଇଁ ଅନୁଷ୍ଠିତ ହେବ | 

 

0
0
0
s2sdefault