ହେଡଲାଇନସ୍:

ସାହିତ୍ୟରେ ବିତର୍କର ଯଥେଷ୍ଟ ଗୁରୁତ୍ୱ ରହିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର ସାହିତ୍ୟ ସମାଜ ଅଧିବେଶନ

ଭୁବନେଶ୍ୱର : ସାହିତ୍ୟରେ ବିତର୍କର ଯଥେଷ୍ଟ ଗୁରୁତ୍ୱ ରହିଛିା ବିତର୍କ ସୃଜନଶୀଳ ଲେଖକକୁ ପଥ ଦେଖାଏା ବିତର୍କ ବଳରେ ଜଣେ ଲେଖକ ଅଧିକ ପରିପୁଷ୍ଟ ଓ ଉତ୍ସାହିତ ହୋଇଥାଏ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ସନ୍ତୋଷ ତ୍ରିପାଠୀ ମତବ୍ୟକ୍ତ  କରିଛନ୍ତିା

ଭୁବନେଶ୍ୱର ସାହିତ୍ୟ ସମାଜ ଅଧିବେଶନରେ ଯୋଗଦେଇ ପ୍ରଫେସର ତ୍ରିପାଠୀ "ସାହିତ୍ୟରେ ବିତର୍କ' ପ୍ରସଙ୍ଗ ଉପରେ ଆଲୋକପାତପୂର୍ବକ କହିଥିଲେ ଯେ ବିତର୍କ ହିଁ ସୃଜନର ଭୂମିା ତେବେ ଯୁକ୍ତିସମ୍ମତ ଉପସ୍ଥାପନା ଏବଂ ତଥ୍ୟସମ୍ବଳିତ ମତାମତ ପ୍ରଦାନ ବଳରେ ସାହିତ୍ୟିକ  ବିତର୍କ ରୁଦ୍ଧିମନ୍ତ ହୋଇଥାଏା ବିତର୍କରେ ଉପସ୍ଥାପକଙ୍କ ପାଣ୍ଡିତ୍ୟ, ପ୍ରତିଭା ଓ ତଥ୍ୟଗତ ସ୍ପଷ୍ଟତା ପ୍ରତିଫଳିତ ହୁଏା ସୁତରାଂ ବିତର୍କ ଫଳରେ ଜଣେ ସର୍ଜନଶୀଳ ଲେଖକ ଅଧିକ ମାତ୍ରାରେ ପ୍ରୋତ୍ସାହିତ ହୋଇପାରେ ବୋଲି ଡ. ତ୍ରିପାଠୀ  ପ୍ରକାଶ କରିଥିଲୋ

ଭୁବନେଶ୍ୱର ସାହିତ୍ୟ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର ସଭାପତି ଶ୍ରୀ ସୂର୍ଯ୍ୟ ମିଶ୍ର ଅଧ୍ୟକ୍ଷତା କରି ବିତର୍କ ହିଁ ଲେଖକୀୟ ପ୍ରତିଷ୍ଠାକୁ ଅଳଙ୍କୃତ କରେ ବୋଲି ଦର୍ଶାଇ ଓଡ଼ିଆ ଓ ଭାରତୀୟ ସାହିତ୍ୟକୃତିମାନଙ୍କରେ ବହୁବିଧ ସୃଜନ ବିତର୍କର ଦୃଷ୍ଟାନ୍ତ ଦେଇଥିଲୋ ଆଲୋଚନାରେ କବି ରକ୍ଷକ ନାୟକ, ଡ. ରାଜୀବ ଷଡଙ୍ଗୀ, ଡ. ଦେବାଶିଷ ମହାପାତ୍ର, ରମଣ ଅଗ୍ରଓ୍ୱାଲ୍, ଡ. ସୁଧା ଦାସ ଓ ଡ. ହେମନ୍ତ ଛୋଟରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲୋ ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ କବିତା ପାଠୋତ୍ସବରେ ତରୁଣ କବି ବାଦଲ ମହାନ୍ତି "ଏ ମାସର କବି' ଭାବରେ ଯୋଗଦେଇ ସ୍ୱରଚିତ ଲେଖା ପାଠ କରିଥିବାବେଳେ ଡ. ରଶ୍ମି ଦାସ, ମିନତୀ ମିଶ୍ର ଓ ଅମ୍ବିକା ସ୍ୱାଇଁ ସଂଯୋଜନା କରିଥିଲୋ ରମେଶ ପ୍ରସାଦ ମହାନ୍ତି, ପ୍ରିୟରଞ୍ଜନ ସାହୁ, ବିନୋଦିନୀ ବେହେରା, ରାମନାରାୟଣ ପୂଜାରୀ, ନିରୁପମା କର, ଅଞ୍ଜନ ପ୍ରଧାନ, ନୀଳକଣ୍ଠ  ପ୍ରଧାନ, ଅରୁଣା କର, ଅନନ୍ୟା ଅନୁରୂପା, ଗୀତା ପଟ୍ଟନାୟକ, ମିହିରକାନ୍ତି ଦାସ, ଭାଗୀରଥୀ ସେଠୀ, ଗଗନ ବିହାରୀ ନାୟକ, ସୁଷମା ଦାସ, ମଞ୍ଜୁଳା ତ୍ରିପାଠୀ , ଦିଲ୍ଲୀପ ବେଉରା, ଦେବବ୍ରତ ଜେନା, ସୁଧୀର ମଉଡ଼ମଣି, ତପନ ରଥ, ସୁଧାକର ଶତପଥୀ ଓ ମନମୋହନ ମିଶ୍ର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲୋ

କାର୍ଯ୍ୟକ୍ରମରେ ଅର୍ଥନୀତିଜ୍ଞ ଓ ସାହିତି୍ୟକ ପ୍ରଫେସର ଡ. ବାସୁଦେବ ସାହୁ, ସୁଲେଖୀକା ଡ. ମନିଦୀପା ପଟ୍ଟନାୟକ, ସାମ୍ବାଦିକ ରାମହରି ମିଶ୍ର ଓ ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କ ପରଲୋକରେ ଶୋକ ପ୍ରସ୍ତାବ ଆଗତ ସହିତ ନୀରବ ପ୍ରାର୍ଥନା କରାଯାଇଥିଲାା 

 

 

 

 

0
0
0
s2sdefault