ହେଡଲାଇନସ୍:

ବୈଶାଖ ମେଲାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼/ ପାଇକମାଳ(ଶାସକ ପ୍ରଶାସକ) ପଶ୍ଚିମ ଓଡିଶାର ନୃସିଂହନାଥ ପୀଠରେ ମହାଆଡମ୍ବରରେ ପାଲିତ ହୋଇଯାଇଛି ମାର୍ଜ୍ଜାର କେଶରୀ ଶ୍ରୀ ଶ୍ରୀ ନୃସିଂହନାଥ  ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଲା । ବୈଶାଖ ଶୁକ୍ଲ ପକ୍ଷ ଚତୁର୍ଦଶୀ ବା ନୃସିଂହ ଚତୁର୍ଦ୍ଦଶୀ ଦିନ ପ୍ରାୟ ୪ଲକ୍ଷରୁ ଉର୍ଧ୍ଵ ଶ୍ରଦ୍ଧାଙ୍କୁଙ୍କ ସମାଗମ ଭିତରେ ଅନୁଷ୍ଠିତ ହୋଇ ଯାଇଛି ଏହି ମହାର୍ଘ୍ୟ ମହୋତ୍ସବ | କିମ୍ବଦନ୍ତି ଅନୁଯାୟୀ ଏହି ଦିନ  ନୃସିଂହମହାପ୍ରଭୂଙ୍କ ଠାରେ ପିତକନ୍ଦା ଭୋଗ ଲାଗିବା ସହିତ କନ୍ଧ ସମ୍ପ୍ରଦାୟଙ୍କ ରୀତିନିତିରେ ପୁଜାସମ୍ପନ୍ନ  ହୋଇଥାଏ ।

ପ୍ରତିବର୍ଷ ପରି ଚଲିତ ବର୍ଷ ମଧ୍ୟ ପଦ୍ମପୁର ଉପଖଣ୍ଡ ନୃସିଂହନାଥ ପୀଠରେ ବୈଶାଖ ମେଲା ଧୁମଧାମରେ ପାଲିତ ହୋଇଯାଇଛି ।ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଭକ୍ତଙ୍କ ଏହି ପବିତ୍ର ତିଥୀରେ ନୃସିଂହନାଥ ପୀଠରେ ସମାଗମ ହୋଇଥିଲା । ଏହି ଦିନ ପ୍ରଭୁଶ୍ରୀ ମାର୍ଜାରକେଶରୀଙ୍କୁ ଦର୍ଶନ କରି ତାଙ୍କ ଶୁଭାର୍ଶୀବାଦ ଲାଭ କରିବା ସହ ପୁଣ୍ୟ ପୀଠର ପ୍ରସାଦ ସେବନ କରି ତୃପ୍ତିଲାଭ କରିଥାନ୍ତି । ପୂର୍ଣମୀ ତିଥିରେ  ପାପନାଶିନି ଝରଣାରେ ବୁଡ଼ ପକାଇଲେ ପାପନାଶ ହୋଇଥାଏ ଶ୍ରଦ୍ଧାଳୁଙ୍କ ମଧ୍ୟରେ   ବିଶ୍ୱାସ ରହିଛି |

କିମ୍ବଦନ୍ତୀ ଅନୁଯାୟୀ ବୈଶାଖ ଶୁକ୍ଲ ପକ୍ଷ ଚତୁର୍ଦଶୀ ଦିନ ଏହି ଅଂଚଳର ଏକ ଆଦିବାସୀ କନ୍ଧ ସମାଜର ମହିଲା ଜମୁନା କନ୍ଧୁଣି ପ୍ରଭୁଶ୍ରୀ ମାର୍ଜାରକେଶରୀଙ୍କୁ କନ୍ଦାଖୋଲୁଥିବା ସମୟରେ ମାଟିତମୁ ପାଇଥିଲା । ସେ ମହାପ୍ରଭୁଙ୍କୁ ଏକ କୁଡିଆରେ ପୁଜା କରୁଥିଲା ପରେ ପାଟନା ରାଜା ବୈଜଲ ସିଂଦେଓଙ୍କୁ ସପ୍ନାଦେଶ ହେବାପରେ ତ୍ରୟୋଦଶ ଶତାବ୍ଦୀବେଳକୁ  ମହାପ୍ରଭୁଙ୍କ ପାଇଁ ମନ୍ଦିର ନିର୍ମାଣ କରିଥିଲେ । ଜମୁନା କନ୍ଦୁଣି ଜେପରି ଭାବରେ ଆଦିବାସୀ ଜୀନନ ଯାପନରେ ପୁଜା କରୁଥିଲା ସେହିପରି ଭାବରେ ମନ୍ଦିରରେ ମଧ୍ୟ ସେହି ଆଦିବାସୀ ପରମ୍ପରାରେ ପୁଜାପାଠ ଅନୁଷ୍ଠିତ  ହୋଇଆସୁଛି । ସେହି କ୍ରମରେ ବର୍ତମାନ ସମୟରେ କନ୍ଧ ସମ୍ପ୍ରଦାୟର ଲୋକ ନୃସିଂହଚତୁର୍ଦଶୀ ଦିନ ପିତକନ୍ଦା ଭୋଗ ଲବାଇ ଧ୍ୱଜା ପରିବର୍ତ୍ତନ  କରିଥାନ୍ତି ।

0
0
0
s2sdefault