ସତ୍ୟସାଇ ବିଦ୍ୟା ବିହାରର ୨୬ତମ ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ସତ୍ୟସାଇ ବିଦ୍ୟା ବିହାର ବିଦ୍ୟାଳୟ ୨୬ତମ ବାର୍ଷିକ ଉତ୍ସବ ମହାଆଡମ୍ୱରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଆର. ସୌମ୍ୟାଲୁଙ୍କ ଅଧ୍ୟକ୍ଷତାରେ ସତ୍ୟସାଇ ସେବା ସଂସ୍ଥାର ରାଜ୍ୟ ସଭାପତି ନାରାୟଣ ପ୍ରସାଦ ସର, ସତ୍ୟସାଇ ଫାଉଣ୍ଡେସନର ସମ୍ପାଦକ ସୁଶାନ୍ତ କୁମାର ପଟ୍ଟନାୟକ, କେ.କେ ପାଢୀ, ଦେବଦାସ ତାମରାପୁ ଯୋଗ ଦେଇ ସତ୍ୟସାଇଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରି ମଞ୍ଚାସୀନ କରିଥିଲେ ।

ଛାତ୍ରଛାତ୍ରୀ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ଆଦର୍ଶରେ ଚାଲିଲେ ସମାଜରେ ଭଲ ମଣିଷଟିଏ ହୋଇପାରିବେ । ଭଗବାନଙ୍କ ଆଦର୍ଶ ଏବଂ ଆଜିର ମଣିଷ  ସମାଜର ପିଲାମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ଜ୍ଞାନ ଦେବା ପାଇଁ ଏହି ଯେ ପ୍ରୟାସ ସତ୍ୟସାଇ ବିଦ୍ୟା ବିହାରର ପଦକ୍ଷେପ ଆଗାମୀ ଦିନରେ ଏହି ପିଲାମାନେ ସମାଜକୁ ଏକ ବାର୍ତ୍ତା ଦେବେ ବୋଲି ଅଭିଭାଷଣରେ କହିଥିଲେ ଅତିଥି ମାନେ । ଏହି ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନେ ଅଳ୍ପ ଦରମାରେ ଶିକ୍ଷାଦାନ ଯୋଗାଉଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ ଅତିଥିମାନେ । ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିବା ବେଳେ ନାଟ୍ୟ ନିର୍ଦ୍ଦେଶକ ପ୍ରବୀଣ ପଣ୍ଡାଙ୍କ ନିର୍ଦ୍ଦେଶନାରେ ଶିଶୁ ନାଟକ 'କିଛି ଅନାବଶ୍ୟକ ନୁହେଁ' ମଞ୍ଚସ୍ତ କରିଥିଲେ ବିଦ୍ୟାଳୟର ଛାତ୍ର ମାନେ । ସମସ୍ତ କାର୍ଯ୍ୟକ୍ରମକୁ ସତ୍ୟାସାଇ ବିଦ୍ୟା ବିହାରର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।

 

0
0
0
s2sdefault