ହେଡଲାଇନସ୍:

ସରିଲା ରାଜେମା ଠାକୁରାଣୀଙ୍କ ଘଟଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କାଶୀନଗର ବ୍ଲକ ସିଦ୍ଧାମଡଙ୍ଗ ପଞ୍ଚାୟତର ଗୁନଭଦ୍ରା ଗ୍ରାମ ଠାରେ ମାଁ ରାଜେମା ଠାକୁରାଣୀଙ୍କ ଏକ ସପ୍ତାହ ଧରି ଚାଲିଥିବା ଘଟପର୍ବ ଉଦ୍‍ଯାପିତ ହୋଇଯାଇଛି ।ଉଦ୍‍ଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ଡାକ୍ତର ମୁର୍ମୁ, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ବିଚିତ୍ରାନନ୍ଦ ବେବର୍ତ୍ତା, ଅଧ୍ୟାପକ ସନ୍ତୋଷ ପାତ୍ର ଯୋଗ ଦେଇଥିଲେ ।

ସମୟ  ସ୍ରୋତରେ ପରମ୍ପରା ହିଁ ଜାତିର ବୈଶିଷ୍ଟ୍ୟ, ଇତିହାସ,ସ୍ଥିତି ଓ ସଂସ୍କୃତି ବଞ୍ଚାଇଥାଏ । ପର୍ବପର୍ବାଣୀ ଆଣିଥାଏ ସାମାଜିକ ସହ ଓ ଗୋଷ୍ଠୀ ବନ୍ଧନ ତେଣୁ ଏ ସବୁକୁ ଗ୍ରାମ ଗୁନଭଦ୍ରାର ସମସ୍ତ ଇଶ୍ୱର ବିଶ୍ୱାସୀଙ୍କୁ ଆବେଗ ସଂବଳିତ ରୁପରେ ବଞ୍ଚାଇ ରଖିଛି ।

ଖଟିଖିଆ ମଜୁରିଆ ଏହି ଅଧିବାସୀ ମାନେ ଅତ୍ୟନ୍ତ ଗରୀବ ଶ୍ରେଣୀର । ଦୈନନ୍ଦିନ ଜୀବନ ଚର୍ଯ୍ୟାର ବୈଶିଷ୍ଟରେ ଦେଖିବାକୁ ମିଳିଲା ତାଙ୍କର ଏହି ପର୍ବରେ ଭାଇଚାରା, ଆତ୍ମିୟତାର ପରିଚୟ । ପ୍ରତି ୫ ବର୍ଷରେ ଥରେ ମାଁ ରାଜେମା ଠାକୁରାଣୀଙ୍କୁ ବେଶ ଧୁମଧାମରେ ଏକ ସପ୍ତାହ ବ୍ୟାପି ପୂଚାର୍ଚ୍ଚନାରେ ମସ୍‍ଗୁଲ ହୁଅନ୍ତି ।

ପରସ୍ପର ମାନଙ୍କ ମଧ୍ୟରେ ପିଠା/ପଣା ନୁଆବସ୍ତ୍ର ପରିଧାନ କରି ଗ୍ରାମଦେବୀ  ଆରାଧ୍ୟ ଇଷ୍ଟଦେବୀ ରାଜେମାଙ୍କୁ ଅତି ସମର୍ପଣରେ ପୂଜା କରିଥାନ୍ତି । ସାମାଜିକ ଧର୍ମ ବିଶ୍ୱାସରେ ମାଁ ଠାକୁରାଣୀ (ରାଜେମା) ଡାକିଲେ ଓ କରନ୍ତି । ରୋଗ ବୈରାଗ୍ୟ ସାହାଭରସା ବୁଝନ୍ତି । କେଉଁ ପ୍ରାଚୀନ କାଳରୁ ଏହି ପର୍ବ ପାଳନ ହୋଇଅଛି ।ଏବଂ ଏହି ପର୍ବ ମାଧ୍ୟମରେ ଜାତୀୟ ତଥା ଗୋଷ୍ଠୀ ଜୀବନକୁ ସୁଦୃଢ କରି ପାରିଛି ବୋଲି ଜନସାଧାରଣ ମତ ରହିଛି । ଏହି ଅବସରରେ ଅରୁପାଞ୍ଜଳୀ ମହାନ୍ତିଙ୍କ ସଂଯୋଜନାରେ ରଙ୍ଗାରଙ୍ଗ ସାଂସ୍କୃତି କାର୍ଯ୍ୟକ୍ରମ ବିଳମ୍ୱିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ଶେଷରେ ସମସ୍ତ ଶିଳ୍ପୀଙ୍କୁ ଆକର୍ଷଣୀ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବାବୁଲ ପଟ୍ଟନାୟକ, ସୁରେନ୍ଦ୍ର ରାଜୁ, ସୁର୍ଯ୍ୟ, ଟୁକୁନାପାଢୀ,ପୂର୍ଣ୍ଣିମା ପରିଚାଳନା କରିଥିଲେ ।

 

 

0
0
0
s2sdefault