ହେଡଲାଇନସ୍:

 ପଣ୍ଡିତ ଦୈତ୍ୟାରୀ ମହପାାତ୍ର ପାଇଲେ ‘ସପ୍ତର୍ଷି’ ସମ୍ମାନ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ଭାରତବର୍ଷର ଉକ୍ରଳୀୟ ସଂସ୍କୃତି ସମଗ୍ର ବିଶ୍ୱରେ ନିଆରା । ଯୁଗଯୁଗ ଧରି ଓଡ଼ିଶାର ସଂସ୍କୃତି, ପରମ୍ପରା, ସଭ୍ୟତା, ଭାଷ୍କର୍ଯ୍ୟ, କଳା ଓ ସ୍ଥାପତ୍ୟକୁ ସମଗ୍ର ବିଶ୍ୱ ଗୁରୁତ୍ୱ ଦେଇଆସିଛି । ଓଡ଼ିଶାର ଐତିହ୍ୟ, ଲୋକ ସଂସ୍କୃତି ଅନ୍ୟତ୍ର ବିରଳ । ଉକ୍ରଳକୁ ଦେବଭୂମି ତଥା ଶକ୍ତିକ୍ଷେତ୍ର ବୋଲି କୁହାଯାଏ । ଓଡ଼ିଆ ଭାଷାର ଜନଜୀବନ ସ୍ୱତନ୍ତ୍ର । ଓଡ଼ିଶାର ଭଦ୍ରକ ଜିଲ୍ଲା ଅନନ୍ୟ । ଏହି ମାଟିର ବହୁ ସାରସ୍ୱତ ଜନ୍ମନେଇ ଓଡିଆ ଭାଷାକୁ ସମୃଦ୍ଧ କରିଛନ୍ତି । ସେମାନଙ୍କ ମଧ୍ୟରୁ ପଣ୍ଡିତ ଦୈତ୍ୟାରୀ ମହାପାତ୍ର ଅନ୍ୟତମ । ସହସ୍ର ପୁସ୍ତକ ରଚନା କରି ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ଆବାଲ୍ୟ ଶିବ ଉପାସକ ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କୁ ଆଜି ପବିତ୍ର ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନର୍ବବବର୍ଷରେ କୁସୁମ ଟିଭି ଦ୍ୱାରା ଆୟୋଜିତ ବାର୍ଷିକ ଉତ୍ସବରେ ‘ସପ୍ତର୍ଷି’ ସମ୍ମାନରେ ସମ୍ମାନିତ କରାଯାଇଛି । ଆମେରିକାରେ ରହୁଥିବା ଓଡ଼ିଆ ବିଶ୍ୱ ସମାଜର ଅଧ୍ୟକ୍ଷ ଶ୍ରୀକାନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁସୁମ ଟିଭିର ଆବଶ୍ୟକତା, ଓଡ଼ିଆ ଭାଷାର ସମୃଦ୍ଧି ବିଷୟରେ କହିବା ସହିତ ପଣ୍ଡିତ ଶ୍ରୀ ମହାପାତ୍ରଙ୍କ ସାଧୁ ଉଦ୍ୟମକୁ ପ୍ରଶଂସା କରିଥିଲେ । ଜି.ଏସ୍.ଟି.ର କମିସନର ବିଜୟ କୁମାର ମଲ୍ଲିକ ମୁଖ୍ୟବକ୍ତା, ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର,ମନ୍ମଥ କୁମାର ଦାସ, ଅଞ୍ଜଳି ମିଶ୍ର, କୁସୁମ ଟିଭିର ଅଧ୍ୟକ୍ଷ କୁସୁମ ମଞ୍ଜରୀ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୁସୁମ ଟିଭିର ସମସ୍ତ ପ୍ରୋଗ୍ରାମ ଓ ଓଡ଼ିଆ ଭାଷାର ସମୃଦ୍ଧି ଉପରେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ସତ୍ୟ ପ୍ରକାଶ ସେଠୀ ପରିଚାଳନା କରିଥିଲେ । ପ୍ରକାଶ ଥାଉକି ଶ୍ରୀ ମହାପାତ୍ର ଜଗତଗୁରୁ ଶଙ୍କରାଚାର୍ଯ୍ୟ, ହାଇକୋର୍ଟର ମୁଖ୍ୟବିଚାରପତିଙ୍କ ଠାରୁ କଳିଙ୍ଗରତ୍ନ ସମ୍ମାନ ଭଳି ବହୁ ଜାତୀୟ ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ବ୍ରାହ୍ମଣୀଗାଁରେ ଜନ୍ମିତ ଶ୍ରୀ ମହାପାତ୍ର ବହୁ ସଂଗଠନ ସହିତ ଜଡିତ ।

 

0
0
0
s2sdefault