ହେଡଲାଇନସ୍:

ବୁଢାଡଙ୍ଗରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ସହମତି ପ୍ରକାଶ କଲେ ପର୍ଯ୍ୟଟନ ମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର(ନିରୋଜ ମିଶ୍ର)/ ଭୁବନେଶ୍ୱର  : ଗତମାସରେ ଅର୍କେଶ ନାରାୟଣ ସିଂହଦେଓଙ୍କ ପ୍ରଚେଷ୍ଟା କ୍ରମରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ବୁଢାଡଙ୍ଗରକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଁ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ ଜରିଆରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ । ପୂର୍ବରୁ ବୁଢାଡଙ୍ଗର ଆଞ୍ଚଳିକ ପରିଷଦ କମିଟି ତରଫରୁ ଯୁବନେତା ଅର୍କେଶଙ୍କ ଗସ୍ତ ସମୟରେ ବୁଢା ଡଙ୍ଗରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ସେହି ଅଞ୍ଚଳର ପାଖାପାଖି ୨୫ ଖଣ୍ଡର ଗ୍ରାମବାସି ଦାବୀ କରିଥିଲେ । ପ୍ରକାଶ ଥାଉକି ଏହି ୨୫ ଖଣ୍ଡ ଗ୍ରାମ ବଲାଙ୍ଗିର ଏବଂ ଦେଓଗାଁ ବ୍ଲକ୍ ର ଅନ୍ତର୍ଗତ । ବୁଢା ଡଙ୍ଗର ର ଏକ ଐତିହ୍ୟ  ରହିଛି ଏବଂ ଏଠାରେ ଆବାହମାନ କାଳରୁ ଭକ୍ତ ମାନେ ପୁଜାର୍ଚ୍ଚନା କରିଆସୁଛନ୍ତି । ବୁଢା ଡଙ୍ଗରର ପ୍ରାକୃତିକ ସୌନ୍ଦର୍ଯ୍ୟ  ଏବଂ ଏଠାରେ ବହିଯାଇଥିବା ଝରଣା  ପରିବେଷକୁ ସବୁବେଳେ ସତେଜ ରଖିଥାଏ । ଗତମାସ ଅର୍କେଶ ସସ୍ତ୍ରୀକ ବୁଢାଡଙ୍ଗର ଅଞ୍ଚଳକୁ ପରିଦର୍ଶନ କରିଯାଇଥିବା ସମୟରେ  ଏହି ଅଞ୍ଚଳବାସୀଙ୍କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ସରକରଙ୍କ ଠାରେ ଦାବୀ ଉପସ୍ଥାପନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହାପରେ ଆଜି ଏହି ପରିଷଦର କର୍ମକର୍ତ୍ତାଙ୍କ ସହ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ବିଧିବଧ ଭାବେ ସାକ୍ଷାତ କରି ଯଥାଶିଘ୍ର ବୁଢା ଡ଼ଙ୍ଗରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ମାନ୍ୟତା ଦେବା ପାଇଁ ଅନୁରୋଧ କରିଥିଲେ । ଅର୍କେଶଙ୍କ ଅନୁରୋଧ କ୍ରମେ ମନ୍ତ୍ରୀ ଏହି ପ୍ରସ୍ତାବକୁ ସହମତି ଦେଇଥିଲେ ବୋଲି ଅର୍କେଶଙ୍କ ଠାରୁ ପ୍ରକାଶ ।  ମନ୍ତ୍ରୀଙ୍କୁ ସାକ୍ଷାତ କରିବା  ସମୟରେ ବୁଢାଡଙ୍ଗର ଆଞ୍ଚଳିକ କମିଟିର ସଭାପତି ଶୁଶିଳ କୁମାର ଝାଙ୍କର, ରମାକାନ୍ତ ଝାଙ୍କର, ଉମାକାନ୍ତ ସିର୍ଦ୍ଧାର, ଅର୍ଜୁନ ଛତ୍ରୀଆ, ଦୁଖୀଶ୍ୟାମ  ଚିକଟ, ଧନଞ୍ଜୟ ଦାଶ, ସିଦ୍ଧେଶ୍ୱର  ମଲ୍ଲିକ, ଦାମୋଦର ଧରୁଆ, ନବିନ ବଗର୍ତ୍ତି, ସୁରେଶ ଭୋଇ, ନିମାଇଁ ଚରଣ ଝାଙ୍କର, ପ୍ରଫୁଲ୍ଲ କୁମାର ଦାଶ, ପରମେଶ୍ୱର ମଲ୍ଲିକ, ହରେକୃଷ୍ଣ ସାହୁ, ଚାପ ବଗର୍ତ୍ତି, ଶ୍ରୀରାମ ପ୍ରଧାନ , ସ୍ୱଧିନ ବିର କୁମାରଭୋଇ ଅର୍କେଶ ଙ୍କ ନେତୃତ୍ୱରେ  ଉପସ୍ଥିତ ଥିଲେ । 

0
0
0
s2sdefault