ହେଡଲାଇନସ୍:

 ଶ୍ରୀରଘୁନାଥଙ୍କ ପିଠରେ ଦେବ ଦିପାବଳୀ ପର୍ବ ପାଳିତ :ଶ୍ରାଦ୍ଧ ବେଶକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ(ଶ୍ରୀକାନ୍ତ ମିଶ୍ର): ମାନବୀୟ ମୂଲ୍ୟ ବୋଧକୁ ସମ୍ମାନ ଦେଇ ଆସିଥିବା ପୁରୁଷୋତମ ପ୍ରଭୁ ଶ୍ରୀରାମ(ଶ୍ରୀରଘୁନାଥ) ଆଜି ମାର୍ଗଶୀର ଅମାବାସ୍ୟା ତିଥିରେ ପିତୃ ପୁରୁଷଙ୍କ ଶ୍ରାଦ୍ଧ ବିଧାନ ସ୍ଥାନୀୟ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିରରେ ଦେବ ଦିପାବଳୀ ନିତୀ ସମ୍ପନ୍ନ ହୋଇଯାଇଛି । ଆଜି ସନ୍ଧ୍ୟାରେ ପ୍ରଭୁଙ୍କ ଶ୍ରାଦ୍ଧ ବେଶକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିବା ଦେଖିବାକୁ ମିଳିଥିଲା । ୫.୩୦ରେ ସନ୍ଧ୍ୟା ଧୁପ ପରେ ୬ଟା ବେଳେ ୩ଟି ମହା ଦିପକୁ ପାଳିଆ ପଣ୍ଡା ଦ୍ୱାରା ରତ୍ନ ବେଦିରେ ସଂସ୍କାର କରାଯାଇ ଶ୍ରୀ ଜିଉଙ୍କ ପିତୃ ମାତୃଗଣଙ୍କ ଉଦେଶ୍ୟରେ ମନ୍ଦିର ଟହଲିଆ ମନ୍ଦିର ଶିର୍ଷକୁ ନେଇ ସୁବର୍ଣ୍ଣ କଳଶ ନିକଟ ଅଂଳାବେଢାରେ ସ୍ଥାପନ କରିଥିଲେ ।  ପାଳିଆ ପଣ୍ଡା ପ୍ରଫୁଲ୍ଲ କୁମାର ମହାପାତ୍ର, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଓ ପୁଜକ ପରିଷଦର ସମସ୍ତ କର୍ମକର୍ତା ସମସ୍ତ ନିତୀକାନ୍ତି ସମ୍ପାଦନ କରିଥିଲେ । 

0
0
0
s2sdefault