ହେଡଲାଇନସ୍:

ବେହେରାପାଲି ଗ୍ରାମରେ ମାଁ ମାଉଲି ମନ୍ଦିର ପ୍ରତିଷ୍ଠା  ଉତ୍ସବ : ପଦ୍ମଶ୍ରୀ ହଲଧର ନାଗଙ୍କୁ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୋହେଲା(ଶାସକ ପ୍ରଶାସକ)

ବରଗଡ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ ପଂଚାୟତ ବେହେରାପାଲିଠାରେ ଗୁରୁବାର ମାଁ ମାଉଲି ମନ୍ଦିର ପ୍ରତିଷ୍ଠା  ଉତ୍ସବ ଅନୁଷ୍ଠିତ  ହୋଇଥିଲା । ଉତ୍ସବରେ ଗ୍ରାମର ଗୌନ୍ତିଆ  ଠାକୁର ସାହୁ ଏବଂ ହୀରାଧର ମେହେର ସପତ୍ନୀକ କର୍ତା ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଅବସରରେ ଏକ ହାସ୍ୟ କବି ସମ୍ମିଳନୀର ମଧ୍ୟ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥିଭାବରେ ପଦ୍ମଶ୍ରୀ ହଲଧର ନାଗ ଯୋଗ ଦେଇଥିଲେ । ଏକ ଶୋଭାଯାତ୍ରାରେ ପଦ୍ମଶ୍ରୀ ହଲଧର ନାଗଙ୍କୁ ଗ୍ରାମ ପରିକ୍ରମା କରାଇବା ପରେ ଦଇନୀ ମଣ୍ଡପରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ  ହୋଇଥିଲା । ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ବାରିକ ସଭାପତିତ୍ୱ କରିଥିଲେ । ସଭା ପ୍ରାରମ୍ଭରେ ମାଁ ସମଲେଇଙ୍କ ଫଟୋ ଚିତ୍ର ସମ୍ମୁଖରେ ଅତିଥିମାନେ ଦୀପ ପ୍ରଜ୍ୱଳନ କରିଥିଲେ । ପଦ୍ମଶ୍ରୀ ହଲଧର ନାଗଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଭାଷା ସମ୍ମାନରେ ସମ୍ମାନୀତ କରାଯାଇଥିବାରୁ ଗ୍ରାମବାସୀ ଓ କବି କୁଟୁମ ତରଫରୁ ଉପଢୌକନ  ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । କବି ହଲଧର ନାଗ ନିଜ ବକ୍ତବ୍ୟରେ ସମ୍ବଲପୁରୀ-କୋଶଲି ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ସ୍ୱରଚିତ ‘ଉର୍ମିଲା’ କବିତା ପାଠ କରି ଉପସ୍ଥିତ ଦର୍ଶକଙ୍କୁ ଅଭିଭୂତ କରିଥିଲେ । ସମ୍ବର୍ଦ୍ଧନା ସଭା କରେ କବି ଦେବେନ୍ଦ୍ର ସାହୁଙ୍କ ସଂଯୋଜନାରେ ହାସ୍ୟକବି ସମ୍ମିଳନୀ ଅନୁଷ୍ଠିତ  ହୋଇଥିଲା । କାର୍ଯ୍ୟକ୍ରମକୁ କବି ରୋହିତ ମେହେର ଓ କବି ନକୁଲ ମେହେର ପରିଚାଳନା କରିଥିଲେ । ଏଥିରେ ବିପ୍ଲବୀ କବି ନିତିଶ ଆଚାର୍ଯ୍ୟଙ୍କ ଡିଜେ,କବି ଅଭିମନ୍ୟୁ  ପଧାନଙ୍କ ଭାତ୍ ଖାଏଲେ କହେମି,କବି କିଶୋର କୁମାର ସାହୁଙ୍କ ସୁଟ୍କୁଲା,ଡିସ୍କୋ ସମାଚାର,କବି ଉଣଜିତ ପଧାନ,କବି ପରାଗ ସାହୁ,କବି ସୁମନ୍ତ ଭୋଇ ପ୍ରମୁଖ କବିତା ପାଠ ଶ୍ରୋତାମାନଙ୍କ ମନକୁ ମୋହିଥିଲେ । ହାସ୍ୟ କବି ସମ୍ମିଳନୀରେ କୁମର ମେହେର ସମଲେଇ ଭଜନ,ପ୍ରଧାନ ଶିକ୍ଷକ ଡିଲେଶ୍ୱର ସାହୁ ସ୍ୱାଗତ ଭାଷଣ ତଥା କେଦାର ନାଥ ସାହୁ ସଭାକୁ ସଂଯୋଜନା କରିଥିବାବେଳେ କବି ମୁନୀରାମ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।  ଗ୍ରାମର ହିରାଧର ମେହେର,ପ୍ରେମରାଜ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ପ୍ରତିଷ୍ଠା  କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମର ତହସିଲ ସାହୁ,ରମେଶ ବାରିକ,ଦାଶରଥୀ ସାହୁ,ଶ୍ରଦ୍ଧାକର ଭୁଏ,ନାରାୟଣ ସାହୁ,ରାଜୁ ସାହୁ,ଫକୀର ଭୁଏ,ସୁଦାମ ସାହୁଙ୍କ ସହିତ ଗ୍ରାମବାସୀ ସହଯୋଗ କରିଥିଲେ । 

0
0
0
s2sdefault