ହେଡଲାଇନସ୍:

ମୟୂରଭଞ୍ଜ ମହୋତ୍ସବ-୨୦୧୮ ଉଦଘାଟିତ : ଜଗନ୍ନାଥ ମନ୍ଦିର ନିକଟରୁ ଆରମ୍ଭ ହେଲା ସାଂସ୍କୃତିକ ଶୋଭାଯାତ୍ରା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା,((ଦିଲ୍ଲୀପ ମହାନ୍ତି) :- ବାରିପଦା ସହର ସ୍ଥିତ ଐତିହାସିକ ଛଉ ପଡିଆ ଠାରେ ବୁଧବାର ଠାରୁ ମୟୂରଭଞ୍ଜ ମହୋତ୍ସବ-୨୦୧୮ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସଭାରେ ଚଳଚିତ୍ର ଅଭିନେତା  ଉତମ ମହାନ୍ତି,ଅସୀତ ପତି ପ୍ରମୁଖ ଯୋଗଦେଇ ପତାକା ଦେଖାଇ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଥମ ଦିନରେ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସ୍ୱତନ୍ତ୍ର ସାଂସ୍କୃତିକ ଶୋଭାଯାତ୍ରା  ମନ୍ଦିର ପରିସରରୁ ବାହାରି ସହର ପରିକ୍ରମା କରି ଛଉପଡ଼ିଆରେ ପହଁଚି ଥିଲା । ଏହି ମହୋତ୍ସବ ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ଦିନ ଧରି ଅନୁଷ୍ଠିତ ହେବ ।୨୦୧୬ମସିହାରୁ ଅନୁଷ୍ଠିତ ହେଉଥିବା ମହୋତ୍ସବ ଜରିଆରେ  ମୟୂରଭଞ୍ଜ ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଲୋକଲୋଚନକୁ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ତେବେ ମହୋତ୍ସବର ଦ୍ୱିତୀୟ ଦିନ ଅର୍ଥାତ ଗୁରୁବାର ଠାରୁ ଛଉ ପଡିଆ ଠାରେ ସଂଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମୟୂରଭଞ୍ଜ ଜିଲ୍ଲାର ଖାଦ୍ୟ ମୁଢ଼ି ମାଂଶ,ଦଳା ଖେଚୁଡି ସହିତ ଅନ୍ୟନ୍ୟ ଖାଦ୍ୟର ମଜା ଦର୍ଶକମାନେ ଉଠାଇ ପାରିବେ । ଚଳିତ ବର୍ଷ ଅନ୍ୟ ଜିଲ୍ଲାମାନଙ୍କର ସାଂସ୍କୃତିକ ଦଳମାନଙ୍କୁ ଏହି ମହୋତ୍ସବରେ ସାମିଲ କରାଯିବା ନେଇ ଯୋଜନା କରାଯାଇଛି । ସେହିପରି ଓଡିଆ ଚଳଚିତ୍ର,ସଙ୍ଗୀତ,ଟିଭି ପରଦାର ନାମି ଦାମୀ କଳାକାରମାନେ ଏହି ମଂଚରେ ଉପସ୍ଥିତ ରହି ଦର୍ଶକଙ୍କୁ ମନୋରଞ୍ଜନ କରିବେ ବୋଲି କମିଟି ପକ୍ଷରୁ କୁହାଯାଇଛି ।

 

0
0
0
s2sdefault