ହେଡଲାଇନସ୍:

ବାରିପଦା ଚିତ୍ର ମହୋତ୍ସବ  ୨୦୧୮ ଉଦଯାପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)

ବାରିପଦାସ୍ଥିତ ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ  ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟସ ପକ୍ଷରୁ ଚାଲିଥିବା ତିନିଦିନିଆ ଚିତ୍ର ମହୋତ୍ସବ  ୨୦୧୮ ସ୍ଥାନୀୟ ଶହିଦ ସ୍ମୃତି ଭବନ ପରିସରରେ  ଉଦଯାପିତହୋଇଯାଇଅଛି । ଉଦ୍ୟାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ମୟୁରଭଞ ଜିଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର ଯୋଗଦେଇ ଏହି ଚିତ୍ରକଳା ମହୋତ୍ସବକୁ ପ୍ରଶଂସା କରିବା ସହିତ ଚିତ୍ରକଳା  ସମାଜକୁ ଉତ୍ତମ ଦିଗଦର୍ଶନ ଦେଇଥାଏ ବୋଲି ମତପୋଷଣ କରିଥିଲେ । ସେହିପରି ମୁଖ୍ୟ ବକ୍ତା ଭାବେ କବି ନୀଳକଣ୍ଠ ମିଶ୍ର , ସମ୍ମାନୀତ ଅତିଥି ଭାବେ ବରିଷ୍ଠ  ସାମ୍ବାଦିକ ବିଜୟ କୁମାର ଅଗ୍ରୱାଲା , ବାରିପଦା ତହସିଲଦାର ବିଶ୍ୱ ରଞନ ମହାନ୍ତି , ଅଭିନେତା ସାନ୍ତନୁ କୁମାର ସିଂ ପ୍ରମୁଖ ଯୋଗ ଦେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚିତ୍ର ମହୋତ୍ସବ ଆୟୋଜନର ଉଦେ୍ଧଶ୍ୟ ଓ ଲକ୍ଷ୍ୟ ସହିତ ଚିତ୍ରକଳା ମାଧ୍ୟମରେ ଉକ୍ତ ଅନୁଷ୍ଠାନର ଛାତ୍ର ଛାତ୍ରୀମାନେ କିପରି ଦେଶ ବିଦେଶରେ ସୁନାମ ଅର୍ଜନ କରିପାରିଛନ୍ତି ସେ ସମ୍ବନ୍ଧରେ ସାମ୍ୟକ ସୂଚନା ପ୍ରଦାନ କରିଥିଲେ ନିଦେ୍ର୍ଧଶକ ଶ୍ୟାମ ପ୍ରସାଦ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟ ଅତିଥି କଳା ଅନୁଷ୍ଠାନ ର ଚିତ୍ରଶିଳ୍ପୀ ଚିହ୍ନିତା ଦାଶ , ଶୋଭନା ପତି , ସ୍ୱାକୃତୀ ସେଠୀ , ଅଭିଜିତ ପାଲ , ସତ୍ୟଜିତ ପରିଡା , ଅନୀଷା ଷଡଙ୍ଗୀ , ଅନ୍ୱେଷା ପ୍ରିୟଦର୍ଶିନୀ ସାହୁ , ପଦ୍ମାଳୟା ପୃଷ୍ଟି , ପ୍ରତିକ କୁମାର ଓ କ୍ରିଷ୍ଣା ସାମଲ , ନୃତ୍ୟ ଶିଳ୍ପୀ  ଓମ ପଟ୍ଟନାୟକ ଓ ବିଜୟକାନ୍ତ ହେମ୍ବ୍ରମଙ୍କୁ ମାନପତ୍ର , ପୁଷ୍ପଗୁଛ ଓ ପୁରଷ୍କାର ପ୍ରଦାନ କରିଥିଲେ । ସେହିପରି ଶ୍ରେଷ୍ଠଅଭିଭାବକ  ଅର୍ଚ୍ଚନା ନାୟକ , ଉଦ୍ଧବ ଚନ୍ଦ୍ର ନାୟକ , ରେଣୁକା ମଣ୍ଡଳ ଓ ଶିବ କୁମାର ଦଣ୍ଡପାଟ , ଶ୍ରେଷ୍ଠ  ସାଂସ୍କୃତିକ ପରିଚାଳନା ଭାବେ ଦେବଶ୍ମୀତା ଚକ୍ର , ମୟୁରଭଞର ବିଶିଷ୍ଟ ଚିତ୍ରଶିଳ୍ପୀ ଅମ୍ବିକା ପ୍ରସାଦ ମହାପାତ୍ର , ମାନସ ରଞନ ପତି  ଏବଂ ନୃତ୍ୟ ଶିଳ୍ପୀ ଦେବନାରାୟଣ ଧଡାଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ସଂପାଦିକା ପ୍ରଣତି ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଜ୍ୟୋତିରଞନ ମହାପାତ୍ର , ସୁସ୍ମୀତା ସିଂହ , ନରିସଂହ ବାରିକ , ସନୋମ କାୟନାତ , ଅମିତା ଜେନା , ମାନସୀ ରାଉତ ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault