ହେଡଲାଇନସ୍:

"ଭାଷା ଓ ସାହିତ୍ୟ ଗୋଟିଏ ଜାତିର ଅସଲ ପରିଚୟ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୟୁରଭଞ ସାହିତ୍ୟ ପରିଷଦର ୩୫ ତମ  ବାର୍ଷିକୋତ୍ସବ

ବାରିପଦା(ଦିଲ୍ଲୀପ ମହାନ୍ତି) 

ଭାଷା ଓ ସାହିତ୍ୟ ଗୋଟିଏ ଜାତିର ଅସଲ ପରିଚୟ । ତାର ସଂରକ୍ଷଣ ନକଲେ ଜାତି ଅଚିରେ ଧ୍ୱଂସ ପାଇଯିବବୋଲି ମୟୁରଭଞ ସାହିତ୍ୟ ପରିଷଦର ୩୫ ତମ ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସିଂହଭୂମ ଓଡିଆ ଆନେ୍ଦାଳନ କର୍ଣ୍ଣଧାର  ତଥା ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ ଦୀନେଶ ଷଡଙ୍ଗୀ ସଚେତନ କରାଇଦେଇଥିଲେ । ପରିଷଦର ସଭାପତି ପଦ୍ମନାଭ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉଦ୍ଘାଟନୀ ଉତ୍ସବ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଅଗ୍ରୱାଲା  ସମ୍ମାନୀତ ଅତିଥି ଏବଂ ସାହିତ୍ୟ  ପତ୍ରିକାର ସଂପାଦକ ଶ୍ରୀକୃଷ୍ଣ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଜଣାଶୁଣା କବୟିତ୍ରୀ ଡଃ. ଅସୀମା ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦକ ମନୋଜ ଦଳବେହେରା ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅଜିତ କୁମାର କବାଟ ଓ ଡା. ବିନୀ ଷଡଙ୍ଗୀଙ୍କୁ ମୟୁରଭଞ ସାହିତ୍ୟ ସମ୍ମାନ, ଶାନ୍ତିଲତା ଆଚାର୍ଯ୍ୟଙ୍କୁ ସରୋଜିନୀ - ପ୍ରଫୁଲ ଓତା ସ୍ମୃତି ସମ୍ମାନ, ଶାନ୍ତନୁ ବେଜଙ୍କୁ ଲକ୍ଷ୍ମୀ କମାରୀ ଦାଶ ଯୁବ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଦୀନବନ୍ଧୁ ଭଞଙ୍କର ସଂପାଦନାରେ ପ୍ରକାଶିତ ପରିଷଦର ମୁଖପତ୍ର ମୟୁରାଶି ଲୋକାର୍ପିତ ହୋଇଥିଲା । ଅପରାହ୍ନରେ ଆୟୋଜିତ ଅନ୍ତିମ ଅଧିବେଶନରେ ପ୍ରାକ୍ତନ ଅଧ୍ୟକ୍ଷ ଡ. ବନଜା ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପିଲାମାନଙ୍କ ପ୍ରତି ଭାଷା ଓ ସଚେତନା ବୃଦ୍ଧିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ  ଗୁଡ଼ିକରେ ପ୍ରତି ଶନିବାର ଗୋଟିଏ ପିରିୟଡ ଉତ୍ସର୍ଗୀତ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ପରିଷଦର ଉପସଭାପତି ଜୟନ୍ତ କୁମାର ଦ୍ୱାରୀଙ୍କ ସଭାପତିତ୍ୱରେ ଆୟୋଜିତ ଦି୍ବିତୀୟାର୍ଦ୍ଧ କାର୍ଯ୍ୟକ୍ରମରେ ବରିଷ୍ଠ  କବି ତଥା ଶ୍ରୀ ଅରବିନ୍ଦ ଚେତନାର ପ୍ରବକ୍ତା ନୀଳକଣ୍ଠ ମିଶ୍ର ମୁଖ୍ୟ ବକ୍ତାଭାବରେ ଯୋଗଦେଇଥିଲେ । ପ୍ରଧ୍ୟାପକ ଡ. ବିଚିତ୍ର ନାଥ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କବୟତ୍ରୀ ବିଷ୍ନୁପ୍ରିୟା ମଲିକ ଓ ଡ. ଶଶିଧର ବିଶ୍ୱାଳଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ  ବହୁ କବି ସ୍ୱରଚିତା କବିତା ପାଠ କରିଥିଲେ । ପରିଶେଷରେ କୈବଲ୍ୟ ପ୍ରସାଦ ମହାପାତ୍ରଙ୍କ ପରିଚାଳନାରେ ଶିଶୁ କିଶୋର ପ୍ରତିଭା ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ପ୍ରତିଯୋଗୀମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବାସନ୍ତୀ ଲତା ମହାପାତ୍ର , ସମରେନ୍ଦ୍ର ବସା , ଜାନକୀ ଜେନା , ପାର୍ବତୀ ବାରିକ , ଭାଗବତ ପଣ୍ଡା , ଅମିତାଭ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault